Baijayant Panda attends PM’s 93rd Episode of ‘Mann Ki Baat’ in Kendrapara

0
362
Baijayant Panda attends PM’s 93rd Episode of ‘Mann Ki Baat’ in Kendrapara

By Our Correspondent

KENDRAPARA/BHUBANESWAR: ଏକାତ୍ମ ମାନବବାଦର  ପ୍ରଣେତା ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଓ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ “ମନ କି ବାତ” କାର୍ଯ୍ୟକ୍ରମ କେନ୍ଦ୍ରାପଡ଼ା ବ୍ଲକ ଅଧିନ ଢୋଲ ଗ୍ରାମପଂଚାୟତ ରେ ଅନୁଷ୍ଠିତ ହୋଇଯାଇଛି lଢୋଲ ପଂଚାୟତର ସରପଞ୍ଚ ପ୍ରଫୁଲ୍ଲ ମଲ୍ଲିକଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ବିଜପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଯୋଗଦେଇ ପଣ୍ଡିତ ଦିନଦୟାଲଜୀଙ୍କ ତ୍ୟାଗପୁତ ତଥା ସମର୍ପିତ ଜୀବନୀ ଓ ଦେଶ ପ୍ରତି ବଳିଷ୍ଠ ଅବଦାନ ଓ ବଳିଦାନ ସମ୍ପର୍କରେ ମତବ୍ୟକ୍ତ କରିବା ସହ ପ୍ରତି ମାସର ଶେଷ ରବିବାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ କି ବାତ କାର୍ଯ୍ୟକ୍ରମ ସମଗ୍ର ଭାରତବର୍ଷରେ ଏକ ଆଲୋଡନ ସୃଷ୍ଟି କରି ବହୁ ଜନାଦୃତ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ l

ଏହି କାର୍ଯ୍ୟକ୍ରମରେ ସମାଜ ପାଇଁ ବଳିଷ୍ଠ ଅବଦାନ ପ୍ରଦାନ କରିଥିବା ସମାଜସେବୀ ଗୋଲଖ ମହାପାତ୍ର, ଅନିରୁଦ୍ଧ ପାତ୍ର,ବନବିହାରୀ ମିଶ୍ର,କଣ୍ଡୁରୀ ଚରଣ ପରିଡା, ଡ଼ଃ ଶିବାନନ୍ଦ ସାମଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ବିଜେପି ନେତା ସୁନାକର ବେହେରା, ସଲିମ ଖାଁ, କୃଷ୍ଣ ଚନ୍ଦ୍ର ପଣ୍ଡା, କଳ୍ପନା ମଲ୍ଲିକ, ଅଭିମନ୍ୟୁ ଗୋଛାୟତ, ବିକ୍ରମାଦିତ୍ୟ ସାହୁ,ଅମିତାଭ ସୁଆର, ପ୍ରଜେଶ ନାୟକ, ସୁନାକର ପ୍ରଧାନ, ଶଶାଙ୍କ ଶେଖର ଓଝା, ସୁମିତ୍ରା ସାମଲ,ରତ୍ନାକର ଦାସ, ଶ୍ରୀକାନ୍ତ ସେଠି, ସର୍ବେଶ୍ୱର ବେହେରା ପ୍ରମୁଖ ଯୋଗ ଦେଇଥିଲା ବେଳେ କାର୍ଯ୍ୟକ୍ରମକୁ ବୁଥ ସଭାପତି ରମେଶ ରାଉତ, ସଂଜୀବ ସାହୁ,ମହେଶ୍ୱର ସାହୁ, ବଳରାମ ବେହେରା ପ୍ରମୁଖ ପରିଚାଳନା କରିଥିଲେ l ପରିଶେଷରେ କାବେରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l

LEAVE A REPLY

Please enter your comment!
Please enter your name here