Badagada PS Case no-666, two accused held , 10 stolen Bi-cycles recovered

0
347
Rakesh Behera aka Poda @ China Behera (23), S/O- Chhabi Behera of Haripur, Chausathijogini, PS- Balianta, Dist- Khurdha, At/Pr- Siba Nagar, PS- Badagada, Bubanewar UPD.2.Siba Behera, S/O- Parsu Behera of Chillipokhari, PS- Badagada, Bhubaneswar UPD.

By Biswanath Dash

BHUBANESWAR: Badagada PS Case no-666, dtd.28.11.2023, U/s-379/34 IPC.PO:P-19, Pandavnagar, PS- Badagada, Bhubaneswar UPD.

Gist of the Case:

ବଡ଼ଗଡ ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ହୋଇଥିବା ବେଳେ ପରିବାର ସହ ପାଣ୍ଡବନଗର ଅନ୍ତର୍ଗତ ପିପି -୧୯ ରେ ରୁହନ୍ତି । ଗତ ତା ୧୯.୧୦.୨୦୨୩ ରିଖ ମଧ୍ୟାହ୍ନରେ ସେ ନିଜ ସାଇକେଲକୁ କ୍ୟାମ୍ପସ ମଧ୍ୟରେ ତାଲାପକାଇ ରଖିଥିଲେ । ଏହି ସମୟରେ ନିମ୍ନୋକ୍ତ ଅଭିଯୁକ୍ତ ରାକେଶ ବେହେରା ଓରଫ ପୋଡ଼ ଓରଫ ଚାଇନା ବେହେରା କୌଶଳ କ୍ରମେ ଅଭିଯୋଗକାରୀଙ୍କ ସାଇକେଲକୁ ସେଠାରୁ ଚୋରୀକରି ନେଇ ଅନ୍ୟ ଜଣେ ଅଭିଯୁକ୍ତ ଶିବ ବେହେରାଙ୍କୁ ୩୦୦୦ ଟଙ୍କାରେ ବିକ୍ରି କରିଦେଇଥିଲେ । ଏ ନେଇ ଅଭିଯୋଗକାରୀଙ୍କ ଅଭିଯୋଗ ଆଧାରରେ ବଡଗଡ ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କାର୍ଯ୍ୟ ଆରମ୍ଭ କରିଥିଲେ ।

ତଦନ୍ତ କାର୍ଯ୍ୟ ଚାଲିଥିବା ସମୟରେ ଥାନାଧିକାରୀଙ୍କ ନିର୍ଦ୍ଦେଶ ମୁତାବକ ସମ୍ପୃକ୍ତ ଥାନାର ଏକ ପେଟ୍ରୋଲିଙ୍ଗ ଟିମ ଥାନା ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ, ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଶିବନଗର ବସ୍ତିରେ ରହୁଥିବା ଅଭିଯୁକ୍ତ ରାକେଶ ବେହେରାଙ୍କ ଘର ଉପରେ ଚଢଉ କରିଥିଲେ । ଚଢଉ ସମୟରେ ପେଟ୍ରୋଲିଙ୍ଗ ଟିମ ଅଭିଯୁକ୍ତ ରାକେଶଙ୍କୁ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ, ପଚରାଉଚରା ସମୟରେ ସେ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରୁ ସାଇକେଲ ଗୁଡିକୁ ଚୋରୀକରୁଥିବା ଏବଂ ସେଥିମଧ୍ୟରୁ ଗୋଟିଏ ସାଇକେଲକୁ ଅଭିଯୁକ୍ତ ଶିବ ବେହେରାଙ୍କୁ ବିକ୍ରି କରିଥିବା କଥା ସ୍ଵୀକାର କରିଥିଲେ ।

ଅଭିଯୁକ୍ତ ରାକେଶଙ୍କ ନିକଟରୁ ମିଳିଥିବା ତଥ୍ୟ ଆଧାରରେ ପୁଲିସ ପୁନର୍ବାର ଚିଲିପୋଖରୀ ଅଞ୍ଚଳରେ ଚଢଉ କରି ଅଭିଯୁକ୍ତ ଶିବ ବେହେରାଙ୍କୁ କାବୁ କରିଥଲେ । ପଚରାଉଚରା ବେଳେ ଅଭିଯୁକ୍ତ ଶିବ ନିଜ ଅପରାଧ ସ୍ଵୀକାର କରିଥିଲେ । ଛାନଭିନ ସମୟରେ ପୁଲିସ ଉଭୟ ଅଭିଯୁକ୍ତଙ୍କ ନିକଟରୁ ମୋଟ ୧୦ ଗୋଟି ଚୋରା ସାଇକେଲ ଜବତ କରିଥିଲେ । ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଅଭିଯୁକ୍ତ ରାକେଶ ବେହେରା ଓରଫ ପୋଡ଼ ଓରଫ ଚାଇନା ବେହେରାଙ୍କ ନାମରେ ପୂର୍ବରୁ ବଡଗଡ ଓ ଶହୀଦନଗର ଥାନାରେ ୨ ଟି ମାମଲା ରହିଥିବା ତଦନ୍ତ ବେଳେ ଜଣାପଡିଛି ।

ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

1.         Rakesh Behera aka Poda @ China Behera (23), S/O- Chhabi Behera of Haripur, Chausathijogini, PS- Balianta, Dist- Khurdha, At/Pr- Siba Nagar, PS- Badagada, Bubanewar UPD.2.Siba Behera, S/O- Parsu Behera of Chillipokhari, PS- Badagada, Bhubaneswar UPD.

Article Seized:            10 stolen Bi-cycles.

LEAVE A REPLY

Please enter your comment!
Please enter your name here