Badagada P.S case No-253, accused arrested

0
90
Rajib Lochan Mahapatra (46), S/O- Late Trilochan Mohapatra of Vill- Gurujanga, PS- Khurdha Town, Dist- Khurdha, At/Pr- Junior Clerk at District Sub- Registrar Office, Jatni, PS- Jatni, Bhubaneswar UPD

By Our Correspondent

BHUBANESWAR:   Badagada P.S case No-253, Dtd.29.07.2022, U/S- 420/465/467/468/471 IPC.PO:PS- Badagada, Bhubaneswar UPD.

Gist of the Case:

ବଡ଼ଗଡ ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସୂଚନାଯୋଗ୍ୟ ଯେ, ଦିବାକର ସାହୁ ନାମକ ଜଣେ ଅଭିଯୁକ୍ତଙ୍କର ଖଣ୍ଡଗିରି ଅନ୍ତର୍ଗତ ଦାସପୁର ମୌଜା ଠାରେ ୧୮୬/୧୧୫୧ ନମ୍ବର ବିଶିଷ୍ଟ ଏକ ପ୍ଳଟ ଥିଲା । ସେ କାଞ୍ଚନମ ଆଲେକ୍ସଙ୍କୁ ତା.୨୬.୦୬.୧୯୮୨ ରିଖରେ ଏହି ପ୍ଳଟକୁ ବିକ୍ରି କରିଥିବା ବେଳେ, କାଞ୍ଚନମ ଆଲେକ୍ସ ଉକ୍ତ ପ୍ଳଟକୁ ଶ୍ରୀମତୀ ସାବିତ୍ରୀଦେବୀ ଚୌଧୁରୀ ନାମକ ଜଣେ ମହିଳାଙ୍କୁ ୧୯୯୨ ମସିହାରେ ବିକ୍ରି କରିଦେଇଥିଲେ । କିନ୍ତୁ ରେକର୍ଡ ଅଫ ରାଇଟ୍ସରେ ଉଭୟଙ୍କ ନାମ ସଂଶୋଧନ ହୋଇନପାରି, ମୂଳ ଜମି ମାଲିକ ଅଭିଯୁକ୍ତ ଦିବାକର ସାହୁଙ୍କ ନାମ ପୂର୍ବବତ୍ ରହିଥିଲା ।

ଜମି ମାଲିକ ଦିବାକର ସାହୁ ଏହାର ସୁଯୋଗ ନେଇ ଲୋକଙ୍କୁ ଠକିବାର ଅଭିପ୍ରାୟ ରଖି ଅନ୍ୟ ଜଣେ ଅଭିଯୁକ୍ତ ହୃଦାନନ୍ଦ ସାହୁଙ୍କ ନାମରେ ପାୱାର ଅଫ ଆଟର୍ଣ୍ଣି ପ୍ରସ୍ତୁତ କରି ତାଙ୍କୁ ଉକ୍ତ ଜମିକୁ ବିକ୍ରି କରିବା ପାଇଁ ଅଗ୍ରାଧିକାର ଦେଇଥିଲେ । ଅଭିଯୁକ୍ତ ହୃଦାନନ୍ଦ ସାହୁ ନିଜକୁ ଉକ୍ତ ଜମିର ପାୱାର ଅଫ ଆଟର୍ଣ୍ଣି ଦର୍ଶାଇ ମୋଟ ୨୨ ଜଣ ଭିନ୍ନ ଭିନ୍ନ ଗ୍ରାହକଙ୍କୁ ଉକ୍ତ ପ୍ଲଟଟିକୁ ବିକ୍ରି କରିଥିଲେ । ଅଭିଯୁକ୍ତ ଦିବାକର ସାହୁ ଓ ଅଭିଯୁକ୍ତ ହୃଦାନନ୍ଦ ସାହୁଙ୍କୁ ଏହି ଜମି ଠକେଇ ମାମଲାରେ ନିମ୍ନୋକ୍ତ ଅଭିଯୁକ୍ତ ରାଜୀବ ଲୋଚନ ମହାପାତ୍ର ସହଯୋଗ କରିଥିଲେ ।

ଏହି ଘଟଣାର ତଦନ୍ତ କରି ବଡଗଡ ଥାନା ପୁଲିସ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ଦିବାକର ସାହୁଙ୍କୁ ଗତ ତା.୦୭.୦୧.୨୦୨୩ ରିଖ ଓ ଅଭିଯୁକ୍ତ ହୃଦାନନ୍ଦ ସାହୁଙ୍କୁ ଗତ ତା.୦୬.୧୨.୨୦୨୩ ରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏହି ମାମଲାର ଅଧିକ ତଦନ୍ତ ଚାଲିଥିବା ବେଳେ ବଡଗଡ ଥାନା ପୁଲିସ ଏକ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇ ଜଟଣୀସ୍ଥିତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଚଢଉ କରି ନିମ୍ନୋକ୍ତ ଅନ୍ୟ ଜଣେ ଅଭିଯୁକ୍ତ ରାଜୀବ ଲୋଚନ ମହାପାତ୍ରଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜର ଅପରାଧ ସ୍ଵୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

Name and Address of Accused Persons:

  1. Rajib Lochan Mahapatra (46), S/O- Late Trilochan Mohapatra of Vill- Gurujanga, PS- Khurdha Town, Dist- Khurdha, At/Pr- Junior Clerk at District Sub- Registrar Office, Jatni, PS- Jatni, Bhubaneswar UPD.

 

LEAVE A REPLY

Please enter your comment!
Please enter your name here