Akshat Kalash Yatra held in Cuttack

0
125
ପବିତ୍ର ଅଯୋଧ୍ୟା ଧାମରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ କଟକର କଲେଜ ଛକ ମଙ୍ଗଳା ମନ୍ଦିର ପରିସରରେ ଆୟୋଜିତ ‘ଅକ୍ଷତ ବଣ୍ଟନ ଯାତ୍ରା’ରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇ ପ୍ରଭୁ ଶ୍ରୀରାମଙ୍କ ଆଗମନ ସବୁଠି ରାମମୟ ପରିବେଶ ତିଆରି କରିଛି ବୋଲି କହିଛନ୍ତି ।

By Our Correspondent

CUTTACK/BHUBANESWAR:  ପବିତ୍ର ଅଯୋଧ୍ୟା ଧାମରେ ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ କଟକର କଲେଜ ଛକ ମଙ୍ଗଳା ମନ୍ଦିର ପରିସରରେ ଆୟୋଜିତ ‘ଅକ୍ଷତ ବଣ୍ଟନ ଯାତ୍ରା’ରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇ ପ୍ରଭୁ ଶ୍ରୀରାମଙ୍କ ଆଗମନ ସବୁଠି ରାମମୟ ପରିବେଶ ତିଆରି କରିଛି ବୋଲି କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପବିତ୍ର ଅଯୋଧ୍ୟା ଧାମରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାର ଆଉ ମାତ୍ର ୧୧ ଦିନ ବାକି ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଠାରୁ ୧୧ ଦିନିଆ ସ୍ୱତନ୍ତ୍ର ରୀତିନୀତି ଆରମ୍ଭ କରିଛନ୍ତି । ଏହି ଉପଲକ୍ଷେ ଐତିହାସିକ ସହର କଟକରେ ମୁଁ ରାମଭକ୍ତ ମାନଙ୍କ ସହ ‘ଅକ୍ଷତ ବଣ୍ଟନ ଯାତ୍ରା’ରେ ସାମିଲ ହେବାର ସୌଭାଗ୍ୟ ଲାଭ କଲି । 

ଶ୍ରୀରାମ ମନ୍ଦିର ସମସ୍ତ ହିନ୍ଦୁ ଏବଂ ସନାତନୀଙ୍କ ଆସ୍ଥାର କେନ୍ଦ୍ର । ଆସନ୍ତା ଜାନୁଆରୀ ୨୨ ତାରିଖରେ ଭବ୍ୟ ରାମ ମନ୍ଦିର  ପ୍ରତିଷ୍ଠା ପାଇଁ ସବୁଠି ରାମମୟ ପରିବେଶ ତିଆରି ହୋଇଛି । ପ୍ରଭୁ ଶ୍ରୀରାମଙ୍କ ଆଗମନରେ ରାମନାମର ପଦଧ୍ୱନୀ ଓଡ଼ିଶା ସମେତ ସମଗ୍ର ଭାରତବର୍ଷରେ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ତିଆରି କରିଛି । କେନ୍ଦ୍ରମନ୍ତ୍ରୀ “ସିୟାବର ରାମଚନ୍ଦ୍ର କୀ ଜୟ” ସ୍ଲୋଗାନ ଦେବା ସହ ପ୍ରଭୁ ଶ୍ରୀରାମଙ୍କ ନିକଟରେ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here