73rd Republic Day celebrated at JSW Steel’s Proposed ISP Site in Jagatsingpur

0
632

By Our Correspondent

PARADIP/BHUBANESWAR: ପାରାଦୀପ ନିକଟସ୍ଥ ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଏବଂ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା ଜେ ଏସ ଡ ବ୍ଲୁ ପ୍ରକଳ୍ପ ପ୍ରସ୍ତାବିତ ଅଞ୍ଚଳରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଏହି ଅବସରରେ ପାରାଦୀପ ପ୍ରକଳ୍ପର ୟୁନିଟ ମୁଖ୍ୟ ସୁବ୍ରତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ପତାକା ଉତ୍ତୋଳନ କରିଥିଲେ।

ପରେ ଜେ ଏସ ଡ ବ୍ଲୁ ପକ୍ଷରୁ ସ୍ଥାନୀୟ ଢ଼ିଙ୍କିଆ ପାୟତରେ ବିଭିନ୍ନ ବିଦ୍ୟାଳୟରେ କରାଯାଇଥିବା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରାଥମିକ ବିଦ୍ୟାଳୟ ରୁ ହାଇସ୍କୁଲ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଆର୍ଥିକ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଯାଇଥିଲା।

 ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସୁବ୍ରତ ସାହୁ ସ୍ଥାନୀୟ ଲୋକମାନଙ୍କ ଆନ୍ତରିକ ସହଯୋଗ ଓ ସମର୍ଥନ ପାଇଁ ପ୍ରକଳ୍ପ କାର୍ଯ୍ୟରେ ଅଗ୍ରଗତି ହୋଇ ପାରିଛି। ଏଭଳି ସହଯୋଗ ରହିଲେ ଆଗାମୀ ଦିନରେ ଏହି ଅଞ୍ଚଳରେ ଜେ ଏସ ଡ ବ୍ଲୁ ପ୍ରକଳ୍ପ ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ପ୍ରକାଶ କରିଥିଲେ।

ଏହି ଉତ୍ସବରେ ଜେ ଏସ ଡ ବ୍ଲୁ ପକ୍ଷରୁ ବରିଷ୍ଠ ଅଧିକାରୀ ଅରୁଣ ରାୱତ,କେ ସି ଶ୍ରୀବାସ୍ତବ,ସି ପି ଟାଟଡେ,ବିଭୁ ପ୍ରସାଦ ନନ୍ଦଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଏହି ଉତ୍ସବରେ ସ୍ଥାନୀୟ ଢ଼ିଙ୍କିଆ ପଞ୍ଚାୟତର ବହୁ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ମହିଳା ଓ ଯୁବଗୋଷ୍ଠୀଙ୍କ ସହିତ ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here