By Our Correspondent
BHUBANESWAR: କାର୍ଯ୍ୟକ୍ରମ ମାଧ୍ୟମରେ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସୃଜନଶୀଳତା ପରିପ୍ରକାଶ କରିବା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ମହାନ ବିଚାର ବୋଲି ରବିବାର ରାଜସ୍ଥାନର ଗୋଲାପୀ ସହର ଜୟପୁର ଠାରେ ୬୮ତମ ଏବିଭିପି ସମ୍ମିଳନୀରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କାର୍ଯ୍ୟକ୍ରମ କେବଳ ଭବ୍ୟତା ବଢାଇବା ପାଇଁ ନୁହେଁ ବରଂ ସବୁ କାର୍ଯ୍ୟକର୍ତ୍ତାଙ୍କୁ କାମ ମିଳୁ ଏବଂ କାମ କରିବା ମଧ୍ୟରେ ସେମାନଙ୍କର ସୃଜନଶୀଳତା ପ୍ରସ୍ଫୁଟିତ ହେଉ, ଏଭଳି ବିଚାର ରଖୁଥିବା ଏବିଭିପିର ସଂଗଠକ ସ୍ୱର୍ଗତ ଯଶୋବନ୍ତରାୟ କେଲକର ଜଣେ ଯୁଗପୁରୁଷ ଥିଲେ । ଯଶୋବନ୍ତରାୟ କେଲକର, ମଦନ ଦାସ, ଦତ୍ତାଜୀ ଡିଡୋଲକର, ବାଲ୍ ଆପଟେଙ୍କ ଭଳି ମହାପୁରୁଷ ଏବିଭିପି ସଂଗଠନକୁ ଜୀବନ୍ତ ରୂପ ଦେଇଥିଲେ । ଡ. ହେଡଗେବର ସ୍ୱପ୍ନ ଦେଖିଥିଲେ ଯେ ଏକ ଏମିତି ସଂଗଠନ ପ୍ରସ୍ତୁତ ହେଉ, ଯେ ସାମାଜ ଜୀବନକୁ ନେତୃତ୍ୱ କରିବ । ସେହିପରି ଯଶବନ୍ତ ରାଓ କେଲକରଙ୍କ ଶବ୍ଦର ପ୍ରୟୋଗରେ ମଦନ ଦାସ ଦେଶରେ ପୂର୍ଣ୍ଣ ଯୋଜନା ଏବଂ ପୂର୍ବ ଯୋଜନା କ୍ରିୟାନ୍ୱୟନ କରିଥିଲେ। ସେହିଭଳି ଏକ ସଂଗଠନର କାର୍ଯ୍ୟକର୍ତ୍ତା ଭାବରେ ୧୯୯୧ ମସିହାରେ ଏହି କାର୍ଯ୍ୟକ୍ରମକୁ ଆସିଥିଲି, ଆଜି ଆପଣଙ୍କ ସାଙ୍ଗରେ ରହି ନିଜକୁ ସୌଭାଗ୍ୟ ମନେକରୁଛି ।
ଯଶୋବନ୍ତରାୟ ଜଣେ ବ୍ୟକ୍ତି କିମ୍ବା ଉଦାହରଣ ନୁହେଁ ବରଂ ଜଣେ ଯୁଗପୁରୁଷ ଥିଲେ । ତାଙ୍କର ଛୋଟ ଛୋଟ କଥାରୁ ଜୀବନ ଦର୍ଶନର ପ୍ରେରଣା ମିଳେ । ତାଙ୍କ ନାମରେ ତିନି ଦଶକ ଧରି ଏବିଭିପି ରାଷ୍ଟ୍ରୀୟ ଯୁବା ପୁରସ୍କାରରେ ସମ୍ମାନିତ କରିବାର ପରମ୍ପରାକୁ ପାଳନ କରୁଛି । ଏବିଭିପିର ଏହି ବର୍ଷ ୪୫ ଲକ୍ଷ ସଦସ୍ୟ ସଂଗଠନରେ ଯୋଗଦେଇଛନ୍ତି । ସକରାତ୍ମକ ବିଚାର ରଖିବା ହେଉଛି ଏବିଭିପିର ବିଚାରଧାରା ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠୁ ବଡ ଲୋକପ୍ରିୟ ନେତା । ମୋଦି ୧୩୦ କୋଟି ଭାରତୀୟଙ୍କ ପରାକାଷ୍ଠାର ପ୍ରତିଛବି । ଏଥିପାଇଁ ଆମେ ବସୁଧୈବ କୁଟୁମ୍ବକମ୍ ବିଚାରରେ ବିଶ୍ୱର କଲ୍ୟାଣ କଥା ଚିନ୍ତା କରୁଛେ । ଦେଶରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ଶିକ୍ଷା ନୀତିର ନୂତନ ଢାଞ୍ଚା ତିଆରି ହୋଇଛି । ଦେଶର ଜନତା ଜାତୀୟ ଶିକ୍ଷା ନୀତି ସହ ଯୋଡି ହୋଇଛନ୍ତି । ଆମକୁ ଦେଶବାସୀଙ୍କ ଦାୟିତ୍ୱ ନେବାକୁ ହେବ । ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛି । ଏହି ସମୟରେ ଦେଶରେ ଥିବା ୨୦ କୋଟି ଯୁବପିଢିଙ୍କ ପାଖରେ ଥିବା କ୍ଷମତାକୁ ସମ୍ପୂର୍ଣ୍ଣ ଭାବେ ଉପଯୋଗ କରିବାକୁ ହେବ । ଏହି ୨୦ କୋଟି ଯୁବପିଢିଙ୍କ ନେତୃତ୍ୱରେ ଭାରତ ବିଶ୍ୱର ମହାଶକ୍ତି ହେବ ଏବଂ ଏ ଦିଗରେ ରାଷ୍ଟ୍ର ସେବାରେ ବ୍ରତୀ ରଖୁଥିବା ଏବିଭିପି ମଧ୍ୟ ଚେଷ୍ଟା କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ ଉତ୍କୃଷ୍ଟ ସାମାଜିକ ଆଦର୍ଶ ସ୍ଥାପିତ କରିଥିବା ନନ୍ଦକୁମାର ଜ୍ଞାନେଶ୍ୱର ପାଲବେଙ୍କୁ ଯଶୋବନ୍ତରାୟ ଯୁବା ପୁରସ୍କାରରେ ସମ୍ମାନିତ କରିଥିଲେ ।









![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)

















