2nd Convocation of National Forensic Sciences University- Gandhinagar and  13th Convocation of Charotar University of Science and Technology held in Gujarat

0
260

By Our Correspondent

NEW DELHI/BHUBANESWAR: ଆମର ପ୍ରତିଭାବାନ ଯୁବଶକ୍ତି ସମାଜ ପ୍ରତି ଥିବା ନିଜର ଦାୟିତ୍ୱ ନିର୍ବାହ କରିବା ଉଚିତ୍ । ଆଗାମୀ ଦିନରେ ଆମର ଯୁବବର୍ଗ ଅନେକ ଉଲ୍ଲେଖନୀୟ ସଫଳତାର କାହାଣୀ ରଚିବା ସହ ସମାଜର କଲ୍ୟାଣ ପାଇଁ ପ୍ରତିଶ୍ରୁତିବଦ୍ଧ ରହିବେ ବୋଲି ଗୁଜୁରାଟ ଗସ୍ତରେ ଦୁଇଟି ଶିକ୍ଷାନୁଷ୍ଠାନର ସମାବର୍ତ୍ତନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଶନିବାର ଗୁଜୁରାଟରେ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜି(ଚାରୁସାଟ୍)ର ୧୩ତମ ସମାବର୍ତ୍ତନ ସମାରୋହ ଏବଂ ଗାନ୍ଧୀନଗର ସ୍ଥିତ ନ୍ୟାସନାଲ ଫୋରେନସିକ ସାଇନ୍ସ ୟୁନିଭର୍ସିଟି(ଏନଏଫଏସୟୁ)ର ଦ୍ୱିତୀୟ ସମାବର୍ତ୍ତନ ସମାରୋହରେ ଯୋଗଦେଇଥିଲେ ।  ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଅଧିକ ନିଯୁକ୍ତିଦାତା ସୃଷ୍ଟି କରିବା ପାଇଁ ଡିଗ୍ରୀ ଅପେକ୍ଷା ଦକ୍ଷତା ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡିବ । ଗତ ୧୩ ବର୍ଷ ମଧ୍ୟରେ ଚାରୁସାଟ୍ ଶିକ୍ଷାଗତ ଉତ୍କର୍ଷତା ପ୍ରତି ନିଜର ଦକ୍ଷତା ଏବଂ ପ୍ରତିବଦ୍ଧତା ଦେଖାଇଆସିଛି । ଆନନ୍ଦ ଭଳି ଅଞ୍ଚଳକୁ ଜ୍ଞାନର କେନ୍ଦ୍ରରେ ପରିଣତ କରିବା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ଦିଗରେ ଉଲ୍ଲେଖନୀୟ ଅବଦାନ ଦେବା ପାଇଁ ଚାରୁସାଟକୁ ଦାୟିତ୍ୱ ନେବାକୁ ପଡିବ ।

ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନରେ ଭାରତ ସମେତ ବିଶ୍ୱର ଆବଶ୍ୟକତାକୁ ପୂରଣ କରିବା ପାଇଁ ନୂଆ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି । ଆଜି ଆମ ସମସ୍ତଙ୍କ ସାମ୍ନାରେ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନର ନୂଆ ଦୁନିଆ ଛିଡା ହୋଇଛି । ତେଣୁ ଏହାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ନୂଆ ପିଢି ପାଇଁ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି କାର୍ଯ୍ୟକାରୀ ହେଉଛି । ଶିକ୍ଷା ନୀତିରେ ଛାତ୍ରଛାତ୍ରୀଙ୍କ କ୍ରିଟିକାଲ ଥିଙ୍କିଂ ବଢାଇବା ସହ ସେମାନଙ୍କୁ ତର୍କ ଓ ଗବେଷଣା କରିବାର କ୍ଷମତା ବୃଦ୍ଧି କରାଇବା ପାଇଁ ମାତୃଭାଷାରେ ଶିକ୍ଷାଦାନ ଉପରେ ପ୍ରାଥମିକତା ଦିଆଯାଇଛି । ସେ କହିଛନ୍ତି ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନ ମାଧ୍ୟମରେ ଆମେ ଗବେଷଣା, ଉଦ୍ଭାବନ, ଉଦ୍ୟମିତା ଏବଂ ଦକ୍ଷତା ଭିତ୍ତିକ ଶିକ୍ଷାକୁ ପ୍ରାଥମିକତା ଦେଉଅଛୁ । ମଲଟିଡିସିପ୍ଲିନାରୀ ଉପରେ ଗୁରୁତ୍ୱ ଦିଆଯାଉଛି । ଶିକ୍ଷାର ଆନ୍ତର୍ଜାତିକକରଣ ଉପରେ ବିଶେଷ ପ୍ରଧାନ୍ୟ ଦିଆଯାଉଛି ବୋଲି ସେ କହିଛନ୍ତି ।

ସ୍ନାତକ, ପଦକ ବିଜେତା ଏବଂ ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଜି ସମ୍ମାନିତ ହୋଇଥିବା ସ୍ୱର୍ଣ୍ଣ ପଦକ ମଧ୍ୟରୁ ଝିଅମାନେ ଅଧିକ ସଫଳତା ହାସଲ କରିବା ଅତ୍ୟନ୍ତ ଆନନ୍ଦର ବିଷୟ। ନାରୀ ଶକ୍ତି ବନ୍ଦନ ଅଧିନିୟମ ପଛରେ ପ୍ରଧାନମନ୍ତ୍ରୀ ମୋଦିଙ୍କଙ୍କ ଦୂରଦୃଷ୍ଟିର ଏହା ଏକ ନିଚ୍ଛକ ପ୍ରତିଫଳନ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here