25th Talcher Mahotsav in Talcher

0
138
ସମାଜ ଭିତରେ ନିଜର ପରିଚୟ ତିଆରି କରିବା ପାଇଁ ଉତ୍ସବର ଆୟୋଜନ ହୋଇଥାଏ । କିନ୍ତୁ ତାଳଚେରର ପରିଚୟ ଶହେ ବର୍ଷ ପୂର୍ବରୁ ବ୍ରିଟିଶ ପାର୍ଲ୍ୟାମେଣ୍ଟରେ ହୋଇଥିଲା ବୋଲି ଶନିବାର ତାଳଚେରର ରାଜବାଟୀ ପରିସରରେ ଆୟୋଜିତ ପ୍ରସିଦ୍ଧ ତାଳଚେର ମହୋତ୍ସବର ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

By Our Correspondent

TALCHER/BHUBANESWAR:  ସମାଜ ଭିତରେ ନିଜର ପରିଚୟ ତିଆରି କରିବା ପାଇଁ ଉତ୍ସବର ଆୟୋଜନ ହୋଇଥାଏ । କିନ୍ତୁ ତାଳଚେରର ପରିଚୟ ଶହେ ବର୍ଷ ପୂର୍ବରୁ ବ୍ରିଟିଶ ପାର୍ଲ୍ୟାମେଣ୍ଟରେ ହୋଇଥିଲା ବୋଲି ଶନିବାର ତାଳଚେରର ରାଜବାଟୀ ପରିସରରେ ଆୟୋଜିତ ପ୍ରସିଦ୍ଧ ତାଳଚେର ମହୋତ୍ସବର ରୌପ୍ୟ ଜୟନ୍ତୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଓମ୍ ସେବା ଓ ସଂସ୍କୃତି ଅନୁଷ୍ଠାନ, ତାଳଚେର ଦ୍ୱାରା ଆୟୋଜିତ ଏହି ସମାରୋହରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଶହେ ବର୍ଷ ପୂର୍ବରୁ ତାଳଚେରର ପରିଚୟ ବ୍ରିଟିଶ ପାର୍ଲ୍ୟାମେଣ୍ଟରେ ହୋଇଥିଲା । ସ୍ଥାନୀୟ ଅଞ୍ଚଳର ମୌଳିକ ସମସ୍ୟା ନେଇ ଆମର ପୂର୍ବପୁରୁଷମାନେ ସେତେବେଳର ବ୍ରିଟିଶ ସରକାର ବିରୋଧରେ ବଡ ଜନଜାଗରଣ କରିଥିଲେ । ବ୍ରିଟିଶ ପାର୍ଲ୍ୟାମେଣ୍ଟରେ ତାଳଚେରର ସମସ୍ୟା ନେଇ ଆଲୋଚନା ହୋଇଥିଲା । ତାଳଚେର କୌଣସି ଗୁଣରେ କମ୍ କୁହନ୍ତି । ସର୍ବଦା ମାନସମ୍ମାନ, ହକ୍ ଓ ଅଧିକାରକୁ ନେଇ ତାଳଚେରବାସୀ ବହୁତ ଗମ୍ଭୀର ।

ଶ୍ରୀ ପ୍ରଧାନ କହିଛନ୍ତି କଳା, ସଂସ୍କୃତି, ସାହିତ୍ୟ ଓ ଐତିହ୍ୟରେ ପରିପୂର୍ଣ୍ଣ ତାଳଚେର । ଆସନ୍ତା ୨୦୩୬ରେ ଓଡ଼ିଶା ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ । ଭାରତ ୨୦୪୭ ସୁଦ୍ଧା ଦେଶ ସ୍ୱତନ୍ତ୍ରତାର ଶହେ ବର୍ଷ ପୂରଣ କରିବ । ତାଳଚେରର ଆଜିର ପିଲାମାନେ ସେତେବେଳେ ଯୁବାବସ୍ଥାରେ ପଦାର୍ପଣ କରିଥିବେ ଏବଂ ସେମାନଙ୍କ କାନ୍ଧରେ ତାଳଚେରର ପ୍ରତିଷ୍ଠା ଓ ଗୌରବର ସବୁ ଦାୟିତ୍ୱ ନ୍ୟସ୍ତ ଥିବ । ତାଳଚେର ମହୋତ୍ସବ କେବଳ ଆମୋଦ, ପ୍ରମୋଦ ଓ ମନୋରଞ୍ଜନ ଭିତରେ ସୀମିତ ନରହି ଆଗକୁ ଯିବାର ରାସ୍ତା ନିର୍ମାଣ କରୁ । ଆଗାମୀ ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା’ ହିଙ୍ଗୁଳାଙ୍କ ଆଶୀର୍ବାଦ କାରଣରୁ ତାଳଚେର ଓ ଅନୁଗୋଳ ଆଗାମୀ ଦିନରେ ସମୃଦ୍ଧଶାଳୀ ଅଞ୍ଚଳ ହେବା ସହ ଓଡ଼ିଶା ଓ ସମଗ୍ର ଭାରତ ବିକଶିତ ହେଉ, ଏହା କାମନା । ଦୀର୍ଘ ୨୫ ଧରି ତାଳଚେର ମହୋତ୍ସବ ମାଧ୍ୟମରେ ସହରବାସୀଙ୍କୁ ଗୋଟିଏ ସୂତ୍ରରେ ବାନ୍ଧି ରଖିଥିବାରୁ ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଉଛି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ତାଳଚେର ମହୋତ୍ସବରେ ବିଭିନ୍ନ ଷ୍ଟଲ୍ ବୁଲିବା ସହ ପାରମ୍ପରିକ ହସ୍ତତନ୍ତ ସାମଗ୍ରୀ କିଣିଥିଲେ ଏବଂ ସ୍ଥାନୀୟ ଲୋକଙ୍କୁ ଭେଟି ଖୁସିବ୍ୟକ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here