150 Stolen Mobiles Returned to Original Owners in Capital City

0
305
ଭୁବନେଶ୍ୱର ସହରାଞ୍ଚଳ ପୁଲିସ୍ ଜିଲ୍ଲାର ଡିସିପିଙ୍କ କାର୍ଯ୍ୟ।ଳୟରେ ଭୁବନେଶ୍ଵର-କଟକର ପୁଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ (ଆଇପିଏସ), ଏବଂ ଭୁବନେଶ୍ଵର ଡିସିପି ଶ୍ରୀ ପ୍ରତୀକ ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ଅପରାହ୍ନରେ ଏକ ମୋବାଇଲ ହସ୍ତାନ୍ତର ମେଳା ଅନୁଷ୍ଠିତ ହୋଇଯାଇଛି ।

By Biswanath Dash

BHUBANESWAR: ଭୁବନେଶ୍ୱର ସହରାଞ୍ଚଳ ପୁଲିସ୍ ଜିଲ୍ଲାର ଡିସିପିଙ୍କ କାର୍ଯ୍ୟ।ଳୟରେ ଭୁବନେଶ୍ଵର-କଟକର ପୁଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ (ଆଇପିଏସ), ଏବଂ ଭୁବନେଶ୍ଵର ଡିସିପି ଶ୍ରୀ ପ୍ରତୀକ ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ଅପରାହ୍ନରେ ଏକ ମୋବାଇଲ ହସ୍ତାନ୍ତର ମେଳା ଅନୁଷ୍ଠିତ ହୋଇଯାଇଛି ।

ଭୁବନେଶ୍ଵରର ବିଭିନ୍ନ ଥାନା ତଥା ପିଓପିଡି, ଟୀମ-୬୦ ଏବଂ ଓସିପିଓ ସେଲର ମିଳିତ ପ୍ରୟାସରେ ଚୋରୀ କିମ୍ବା ହଜିଯାଇଥିବା ସମୁଦାୟ ୧୫୦ଟି ଉଦ୍ଧାର କରାଯାଇଥିବା ମୋବାଇଲକୁ ସେମାନଙ୍କର ପ୍ରକୃତ ମାଲିକ ମାନଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହି ମୋବାଇଲ ଗୁଡିକର ପ୍ରକୃତ ମାଲିକାନା ଯାଞ୍ଚ ପରେ ସେମାନଙ୍କ ପ୍ରକୃତ ମାଲିକ ମାନଙ୍କୁ ଯୋଗାଯୋଗ କରାଯିବା ସହ ଆଜି ଏକ ମେଳା ଅନୁଷ୍ଠିତ କରାଯାଇ ଉକ୍ତ ମୋବାଇଲ ଗୁଡିକୁ ହସ୍ତାନ୍ତର କରାଯାଇଥିଲା ।

ସୂଚନାନୁଯାୟୀ ଗତ ବର୍ଷ ୨୦୨୨ ମସିହାରେ ୫୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସମୁଦାୟ ୧୪୩୪ଟି ମୋବାଇଲ ଫୋନ ଉଦ୍ଧାର କରାଯାଇ ସେଥିମଧ୍ୟରୁ ୧୨୫୦ ଟି ମୋବାଇଲ ଫୋନକୁ ସେମାନଙ୍କର ପ୍ରକୃତ ମାଲିକ ମାନଙ୍କୁ ହସ୍ତାନ୍ତର କରାଯାଇଥିଲା । ସେହିପରି ଚଳିତ ବର୍ଷ ଏଯାବତ ୮୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ମୋଟ ୨୨୨ଟି ମୋବାଇଲ ଫୋନ ଉଦ୍ଧାର କରାଯିବା ସହ ସେଥିମଧ୍ୟରୁ ୨୧୮ଟି ମୋବାଇଲ ଫୋନକୁ ସେମାନଙ୍କ ପ୍ରକୃତ ମାଲିକ ମାନଙ୍କୁ ହସ୍ତାନ୍ତର କରାଯାଇଛି ।ସୂଚନାଯୋଗ୍ୟ ଯେ, ଏହିପରି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବା ।

ବିଦ୍ର: ଜନସାଧାରଣମାନେ ସେମାନଙ୍କର ହଜିଯାଇଥିବା, ଚୋରୀ କିମ୍ବା ଲୁଟ ହୋଇଯାଇଥିବା ମୋବାଇଲ ଫୋନ ଗୁଡିକର ତଥ୍ୟ ଆଦାନପ୍ରଦାନ ପାଇଁ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟ୍ସଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here