100-bedded Annex Rehabilitation Building at SVNIRTAR at Olatpur Inaugurated

0
499

By Our Correspondent

CUTTACK/BHUBANESWAR: କଟକ ଜିଲ୍ଲା ଓଲଟପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଗବେଷଣା ସଂସ୍ଥାନ (ଏସଭି ନିରତାର)ର ନୂତନ ୧୦୦ ଶଯ୍ୟା ବିଶିଷ୍ଟ ପୁନର୍ବାସ ଚିକିତ୍ସାଳୟ ଭବନ ଶୁକ୍ରବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି. ନଡ୍ଡାଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । 

ଏହି ଉଦଘାଟନ ସମାରୋହରେ ଯୋଗଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଦେଶର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନଡ୍ଡାଙ୍କ କରକମଳରେ ଏହି ପୁନର୍ବାସ ଚିକିତ୍ସାଳୟ ଉଦଘାଟନ ହେବା ରାଜ୍ୟ ପାଇଁ ଗୌରବର ବିଷୟ । ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନ ଏସଭି ନିରତାର ନିରନ୍ତର ଭାବେ ଦିବ୍ୟାଙ୍ଗ ମାନଙ୍କୁ ଚିକିତ୍ସା ପ୍ରଦାନ କରୁଅଛି ।  ତେବେ ଆଗାମୀ ଦିନରେ ବିଭାଗୀୟ ମନ୍ତ୍ରଣାଳୟ ସହ ସମସ୍ତଙ୍କ ଉଦ୍ୟମରେ ଏସଭି ନିରତାରକୁ ଏକ ଅନ୍ତର୍ଜାତୀୟ ସଂସ୍ଥାରେ ପରିଣତ କରାଯିବ ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାରରେ ଦିବ୍ୟାଙ୍ଗ ମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଉଛି । ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପରେ ଦିବ୍ୟାଙ୍ଗଙ୍କ ପରିଭାଷା ବଦଳାଇଛନ୍ତି । ମୋଦି ସରକାରରେ ଦିବ୍ୟାଙ୍ଗ ମାନଙ୍କୁ ଉଚିତ୍ ସମ୍ମାନ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ବିଶେଷ ଇଚ୍ଛା କାରଣରୁ ଦିବ୍ୟାଙ୍ଗଙ୍କ ପାଇଁ ସାଙ୍କେତିକ ଭାଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପଦ୍ଧତିରେ ପାଠପଢ଼ାର ବ୍ୟବସ୍ଥା ସହ ଏକ ସମ୍ମାନଜନକ ଜୀବନ ପ୍ରଦାନ କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଆମକୁ ମଧ୍ୟ ଏ ଦିଗରେ ଦାୟିତ୍ୱ ନେବାକୁ ହେବ । ବିଶେଷ ଭାବରେ ଦିବ୍ୟାଙ୍ଗ ଭାଇ ଭଉଣୀମାନେ କିଭଳି ଆଧୁନିକ ଟେକ୍ନୋଲୋଜିରେ ଯୋଡ଼ି ହେବେ, ସେ ଦିଗରେ ଆମେ ସମସ୍ତେ ଦାୟିତ୍ୱ ନେବା ଦରକାର । ଏହାବ୍ୟତିତ ଉଦଘାଟିତ ହୋଇଯାଇଥିବା ଏସଭି ନିରତାରକୁ ବିଭାଗୀୟ ମନ୍ତ୍ରଣାଳୟର ଦାୟିତ୍ୱ ଓ ଶିକ୍ଷା ମନ୍ତ୍ରଣାଳୟର ଗାଇଡଲାଇନ ଏବଂ ମାପଦଣ୍ଡ ଅନୁସାରେ ବିଶ୍ୱବିଦ୍ୟାଳୟରେ ପରିଣତ ପାଇଁ ପ୍ରଚେଷ୍ଟା କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । 

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ଉପସ୍ଥିତ ଥିଲେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓ ବୀରେନ୍ଦ୍ର କୁମାର ଏସଭି ନିରତାର ପରିସରରେ ଦିବ୍ୟାଙ୍ଗ ମାନଙ୍କୁ ସହାୟକ ଉପକରଣ ପ୍ରଦାନ କରିଥିଲେ । ପରେ ଶ୍ରୀ ନଡ୍ଡାଙ୍କ ଦ୍ୱାରା ସ୍ୱାମୀ ବିବେକାନନ୍ଦଙ୍କ ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତିର ଅନାବରଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here