୪ତାରିଖ ସନ୍ଧ୍ୟାରୁ ୬ତାରିଖ ଯାଏଁ  ମତ୍ସ୍ୟଜୀବୀଙ୍କୁ ଓଡିଶା ଉପକୂଳର ସମୁଦ୍ର  ମନା, ଡିସେମ୍ବର ୫ ପୂର୍ବାହ୍ନରେ ଏକ ଭୀଷଣବାତ୍ୟା ଭାବେ ସର୍ବାଧିକ ସ୍ଥାୟୀ ପବନ ବେଗ ଘଣ୍ଟା ପ୍ରତି ବେଗ ୯୦ ରୁ ୧୦୦ କିମି ତଥା ଝଟକା ପବନ ୧୧୦ କିମି ବେଗରେ ସ୍ଥଳଭାଗ ଅତିକ୍ରମ ସମ୍ଭାବନା

0
329

By Our Correspondent

BHUBANESWAR:   ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଏବଂ ମଛଲିପଟନମ ମଧ୍ୟରେ ୫ଡିସେମ୍ବର ପୂର୍ବାହ୍ନରେ ଏକ ଭୀଷଣବାତ୍ୟା ଭାବେ ସର୍ବାଧିକ ସ୍ଥାୟୀ ପବନ ବେଗ ଘଣ୍ଟା ପ୍ରତି ବେଗ ୯୦ ରୁ ୧୦୦ କିମି ତଥା ଝଟକା ପବନ ୧୧୦ କିମି ବେଗରେ ସ୍ଥଳଭାଗ ଅତିକ୍ରମ ସମ୍ଭାବନା.

ଆଜି ସନ୍ଧ୍ୟା ୫ ଟା ୩୦ ସମୟର ପର୍ଯ୍ୟବେକ୍ଷଣ ଅନୁଯାୟୀଗତ ୬ଘଣ୍ଟା ମଧ୍ୟରେ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ବାତ୍ୟା  ମିଗଜୋମ  ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୮କିଲୋମିଟର ବେଗରେ ଅଗ୍ରସର ହେଉଛି .

୪ତାରିଖ ସନ୍ଧ୍ୟାରୁ ୬ତାରିଖ ଯାଏଁ  ମତ୍ସ୍ୟଜୀବୀଙ୍କୁ ଓଡିଶା ଉପକୂଳର ସମୁଦ୍ର  ମନା. ବାତ୍ୟା ମିଗଜୋମ ପ୍ରଭାବରେ ୪ ତାରିଖ ସନ୍ଧ୍ୟାରୁ ଝଡ ପବନ ୩୫ ରୁ ୪୫କିମି ଝଟକା ପବନ ୫୫ କିମି, ତଥା କ୍ରମଶଃ ବୃଦ୍ଧିପାଇ  ୫ ତାରିଖ ସନ୍ଧ୍ୟା ରୁ ପରବର୍ତୀ ୧୨ଘଣ୍ଟା ଯାଏଁ ପବନ ୪୦ ରୁ ୫୦ ସର୍ବାଧିକ ଝଟକା ପବନ ୬୦ କିମି, ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ଓଡିଶା ଉପକୂଳର ସମୁଦ୍ର ସମ୍ପୂର୍ଣ୍ଣ  ଭାବେ ବାରଣ କରାଯାଇଛି |

ବଙ୍ଗୋପସାଗର ରେ ସକ୍ରିୟ ବାତ୍ୟା କୁ  ଲକ୍ଷ୍ୟ କରି  ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦରଗୁଡିକ ପାଇଁ ଦୁଇ ନମ୍ବର ବିପଦ ସଂକେତ ଜାରି କରାଯାଇଛି |

LEAVE A REPLY

Please enter your comment!
Please enter your name here