୨୫ ବର୍ଷ ଶାସନରେ ରାଉରକେଲା ପରେ ହୀରାକୁଦରେ ଡାଇରିଆ ବ୍ୟାପିବା କ’ଣ ରୂପାନ୍ତରଣ ? – ଧର୍ମେନ୍ଦ୍ର ପ୍ରଧାନ

0
64
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଜିଲ୍ଲାର ହୀରାକୁଦ ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଡାଇରିଆ ସଂକ୍ରମଣ ଦ୍ୱାରା ଆକ୍ରାନ୍ତ ହୋଇ ଭିମସାର, ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଥିବା ଲୋକମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି ।

By Our Correspondent

SAMBALPUR/BHUBANESWAR:  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଜିଲ୍ଲାର ହୀରାକୁଦ ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଡାଇରିଆ ସଂକ୍ରମଣ ଦ୍ୱାରା ଆକ୍ରାନ୍ତ ହୋଇ ଭିମସାର, ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଥିବା ଲୋକମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି ।

ଆକ୍ରାନ୍ତଙ୍କୁ ଭେଟିବା ପରେ ସେ କହିଛନ୍ତି ଯେ ହୀରାକୁଦରେ ଡାଇରିଆ ଆକ୍ରାନ୍ତ ରୋଗୀଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଲି । ଡାଇରିଆ ଦ୍ୱାରା ଶତାଧିକ ଲୋକମାନେ ଆକ୍ରାନ୍ତ ହେବା ଚିନ୍ତାଜନକ । ତେବେ ସମସ୍ତ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ମୋତେ ଅବଗତ କରାଇଛନ୍ତି  । ସମସ୍ତଙ୍କ ଚିକିତ୍ସା ଠିକ୍ ଚାଲୁଥିବା ଜାଣିବାକୁ ପାଇଲି । ଆକ୍ରାନ୍ତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।

ଓଡ଼ିଶାରେ ପିଇବା ପାଣି ଏକ ମୌଳିକ ସମସ୍ୟା ଭାବେ ଦେଖାଯାଇଛି । ଯେଉଁମାନେ ୨୫ ବର୍ଷ ଧରି ରାଜ୍ୟର ରୂପାନ୍ତରଣ କରିବା କଥା କହୁଛନ୍ତି, ଏହା ରୂପାନ୍ତରଣ କି ? ହୀରାକୁଦ ସହରରେ ନାଗରିକ ମାନଙ୍କୁ ସ୍ୱଚ୍ଛ ପିଇବା ପାଣି ନମିଳିବା ଓ ଡାଇରିଆ ବ୍ୟାପିବା ଦ୍ୱାରା ଶତାଧିକ ଲୋକମାନେ ପୀଡିତ ହେବା ସ୍ଥାନୀୟ ଶାସନ ବ୍ୟବସ୍ଥାର ପାରିବାପଣିଆକୁ ଦର୍ଶାଉଛି, ଯାହା ଚିନ୍ତାଜନକ ।

ଓଡ଼ିଶାର ପ୍ରତି ଘରକୁ ପାଇପ ଯୋଗେ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଇବା ପାଇଁ ହଜାର ହଜାର କୋଟି ଟଙ୍କା ମୋଦୀ ସରକାର ଦେବା ପରେ ବି ସ୍ଥାନୀୟ ସରକାରର  ଅପାରଗତା କାରଣରୁ ଲୋକମାନେ ଏଥିରୁ ବଞ୍ଚିତ ହେଉଛନ୍ତି । କିଛିଦିନ ପୂର୍ବରୁ ରାଉରକେଲା ଭଳି ସ୍ମାର୍ଟ ସିଟିରେ ଏଭଳି ଡାଇରିଆ ବ୍ୟାପିଥିଲା । ଓଡ଼ିଶାର ସହରାଞ୍ଚଳ ବ୍ୟବସ୍ଥା ଏପରି କଣ ପାଇଁ ? ଗାଁ ଗାଁରେ ପିଇବା ପାଣିର ବ୍ୟବସ୍ଥା କରିଥିବା କହୁଥିବା ସ୍ଥାନୀୟ ସରକାରର ଏହା ତଥାକଥିତ ମିଛ ରୂପାନ୍ତରଣର ବଡ ପ୍ରମାଣ ।

ଉଲ୍ଲେଖନୀୟ, ଶ୍ରୀ ପ୍ରଧାନ ଗତ ଦୁଇ ଦିନ ତଳେ ଡାଇରିଆ ଆକ୍ରାନ୍ତଙ୍କୁ ଅବିଳମ୍ବେ ଆବଶ୍ୟକ ମେଡିକାଲ ସହାୟତା ଯୋଗାଇଦେବା ପାଇଁ ପ୍ରଭାବିତ ଅଞ୍ଚଳରେ କେନ୍ଦ୍ରୀୟ ମେଡିକାଲ ଟିମ୍  ନିୟୋଜିତ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଚିଠି ଜରିଆରେ ଅନୁରୋଧ କରିଥିଲେ ।

 

LEAVE A REPLY

Please enter your comment!
Please enter your name here