୨୧ରେ ଲଘୁଚାପ ସମ୍ଭାବନା , ୨୩ରେ  ଆହୁରି ଘନୀଭୂତ ହୋଇ ଅବପାତ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ପଶ୍ଚିମା-ଝଡ଼ ପ୍ରଭାବରେ ବର୍ଷା ସମ୍ଭାବନ

0
240
୨୧ରେ ଲଘୁଚାପ ସମ୍ଭାବନା , ୨୩ରେ ଆହୁରି ଘନୀଭୂତ ହୋଇ ଅବପାତ

By Our Correspondent  

BHUBANESWAR:   ୨୧ରେ ଲଘୁଚାପ ସମ୍ଭାବନା , ୨୩ରେ  ଆହୁରି ଘନୀଭୂତ ହୋଇ ଅବପାତ .

ଗତକାଲିର ଘୂର୍ଣ୍ଣିବଳୟ  ଦକ୍ଷିଣପୂର୍ବ ବଙ୍ଗୋପସାଗର ସମୁଦ୍ର ମଧ୍ୟସ୍ଥ ବାୟୁମଣ୍ଡଳର ତଳଭାଗରେ ସକ୍ରିୟ ରହିଛି , ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରିବା ସହ  ୨୧ ତାରିଖ ସକାଳ ବେଳକୁ ଏହା ପ୍ରଭାବରେ ବଙ୍ଗୋପସାଗର ର ମଧ୍ୟଭାଗରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି.

ପରବର୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇ  ୨୩ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତ ର ରୂପ ନେବାର ସମ୍ଭାବନା ରହିଛି |

ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ପଶ୍ଚିମା-ଝଡ଼ ପ୍ରଭାବରେ ବର୍ଷା ସମ୍ଭାବନ ଥିବାବେଳେ ୨୦ ରୁ ୨୩ ତାରିଖ  ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବା ସମ୍ଭାବନା . ୨୪ ରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ମଧ୍ୟମ ଧରଣର ବର୍ଷା ଏବଂ ୨୫ ରୁ ଉପକୂଳ ଓଡ଼ିଶାରେ ବଢିବା ବର୍ଷାର ପରିମାଣ.

LEAVE A REPLY

Please enter your comment!
Please enter your name here