୧୬ହଜାର ୪ଶହ ୮୩କୋଟି ଟଙ୍କା ୨୫୦ବ୍ଲକରେ କ’ଣ ଖର୍ଚ୍ଚ ହୋଇଛି ତାହାର ହିସାବ ନାହିଁ- ବିଜେପି

0
130
ରାଜ୍ୟ ସରକାର ୨୦୨୦-୨୧ ଓ ୨୦୨୧-୨୨ର ଅଡିଟ ରିପୋର୍ଟକୁ ଲୁଚାଇବା ସହ ତାଙ୍କ ୱେବସାଇଟ୍ରେ ସମସ୍ତ ତଥ୍ୟ ନାହଁ । ଓଡ଼ିଶାର ୩୧୪ବ୍ଲକ, ୬୭୯୮ ଗ୍ରାମପଂଚାୟତ, ୫ଟି ମ୍ୟୁନିସପାଲଟି କର୍ପୋରେସନ, ୪୭ ମ୍ୟୁନିସପାଲଟି, ଏନଏସିରେ ଖର୍ଚ୍ଚ ହୋଇଥିବା ୪୦ହଜାର କୋଟି ଟଙ୍କାର ‘ୟୁସି’ ନାହିଁ । ଦୁର୍ନୀତି ଓ ଅନିୟମିତତା ଯୋଗୁଁ ବ୍ଲକ କର୍ମଚାରୀଙ୍କ ଉପରେ ୪ଶହରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ ଅଭିଯୋଗ ଆସିଛି, ହେଲେ ଫାଇନ ଆଦାୟ କରୁନାହାନ୍ତି ସରକାର । ବିଜେଡି ସରକାର ଦୁର୍ନୀତିର ପାହାଡରେ ଛିଡା ହୋଇଛି । ପ୍ରତି ବ୍ଲକରେ ୧୦୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ହରିଲୁଟ୍ ହୋଇଛି ।

By Our Correspondent

BHUBANESWAR:  ଓଡ଼ିଶାରେ ୫୦ପ୍ରତିଶତ ପିସି କାରବାର ଚାଲିଛି ବୋଲି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଥିଲେ, ଆଜି ତାହା ସ୍ପଷ୍ଟ ହୋଇଛି ସରକାରଙ୍କ ଅଡିଟ ରିପୋର୍ଟରୁ । ଓଡ଼ିଶାରେ କ୍ଷମତାରେ ରହି ବିଜୁ ଜନତା ଦଳ ଲୁଟ୍‌ର ଚରମସୀମାରେ ପହଂଚିଛି । ସାଢ଼େ ଚାରିକୋଟି ଓଡ଼ିଆଙ୍କ ଆଶୀର୍ବାଦ ପାଇ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳ ଓଡ଼ିଶାର ସେବା କରୁଥିବା ସର୍ବଦା ଡିଣ୍ଡିମ ପିଟୁଛି, କିନ୍ତୁ ବାସ୍ତବ କ୍ଷେତ୍ରରେ ସାଢ଼େ ଚାରିକୋଟି ଲୋକ କିଭଳି ଲୁଟ୍‌ର ଶିକାର ହୋଇଛନ୍ତି ତାହାର ପର୍ଦ୍ଦାଫାସ କରିଛି ଅଡିଟ ରିପୋର୍ଟ । ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ରୂପାନ୍ତରୀକରଣ କରି କୁଆଡେ ନୂଆ ଯୁଗରେ ପରିଣତ କରିଛନ୍ତି । ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ୨୪ବର୍ଷର ଶାସନରେ ବିଜେଡି ଯେଉଁ ଦୁର୍ନୀତି କରିଛି ତାହା କଳ୍ପନା କରିବା ଅସମ୍ଭବ ।

୨୦୨୦-୨୨ମସିହାରେ ରାଜ୍ୟ କରୋନା ସହ ଲଢ଼ୁଥିବାବେଳେ ରାଜ୍ୟ ରାଜକୋଷକୁ ଲୁଟ୍ କରୁଥିଲା ବିଜେଡି । ଏଭଳି କଥା ବିଜେପି କହୁନାହିଁ ବରଂ ୨୦୨୦-୨୧ ଓ ୨୦୨୧-୨୨ ସରକାରଙ୍କ “ଲୋକାଲ ଫଣ୍ଡ ଅଡିଟ”ରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।

ରାଜ୍ୟ ସରକାର ୨୦୨୦-୨୧ ଓ ୨୦୨୧-୨୨ର ଅଡିଟ ରିପୋର୍ଟକୁ ଲୁଚାଇବା ସହ ତାଙ୍କ ୱେବସାଇଟ୍‌ରେ ସମସ୍ତ ତଥ୍ୟ ନାହଁ । ଓଡ଼ିଶାର ୩୧୪ବ୍ଲକ, ୬୭୯୮ ଗ୍ରାମପଂଚାୟତ, ୫ଟି ମ୍ୟୁନିସପାଲଟି କର୍ପୋରେସନ, ୪୭ ମ୍ୟୁନିସପାଲଟି, ଏନଏସିରେ ଖର୍ଚ୍ଚ ହୋଇଥିବା ୪୦ହଜାର କୋଟି ଟଙ୍କାର ‘ୟୁସି’ ନାହିଁ । ଦୁର୍ନୀତି ଓ ଅନିୟମିତତା ଯୋଗୁଁ ବ୍ଲକ କର୍ମଚାରୀଙ୍କ ଉପରେ ୪ଶହରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ ଅଭିଯୋଗ ଆସିଛି, ହେଲେ ଫାଇନ ଆଦାୟ କରୁନାହାନ୍ତି ସରକାର । ବିଜେଡି ସରକାର ଦୁର୍ନୀତିର ପାହାଡରେ ଛିଡା ହୋଇଛି । ପ୍ରତି ବ୍ଲକରେ ୧୦୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ହରିଲୁଟ୍ ହୋଇଛି ।

ବିଜେଡି ସରକାରରେ ବିଡିଓ ଠୁ କିରାଣୀ ପର୍ଯ୍ୟନ୍ତ ସମସ୍ତେ ଘୋଟାଲାର ସଂପୃକ୍ତ । ୧୬ହଜାର ୪ଶହ ୮୩କୋଟି ଟଙ୍କା ୨୫୦ବ୍ଲକରେ କ’ଣ ଖର୍ଚ୍ଚ ହୋଇଛି ତାହାର ହିସାବ ନାହିଁ । ସେହିପରି ୨୧ଲକ୍ଷ ୩୭ହଜାର ବିଧବା ଓ ବାର୍ଦ୍ଧକ୍ୟ ଭତା ଖାଇ ଦେଇଛନ୍ତି । ଓଡ଼ିଶାରେ ୪୦ହଜାର କୋଟି ଟଙ୍କାର ଘୋଟାଲା କରିଛି ବିଜୁ ଜନତା ଦଳ ସରକାର । ତୁରନ୍ତ ୪୦ହଜାର କୋଟି ଟଙ୍କା ଗରିବ ଲୋକେ କିପରି ପାଇବେ ସେ ନେଇ ବିଜେଡି ଲୋକଙ୍କ ପାଖରେ ଉତର ରଖୁ ।

ବରୀ, ଯାଜପୁର, ଦଶରଥପୁର, ବିଂଝାରପୁର, ବଡଚଣା, ବାଲେଶ୍ୱର, ତିର୍ତୋଲ, ପିପିଲି, ଧାମନଗର, ଚାନ୍ଦବାଲି, ପଦ୍ମପୁର, ବିଜେପୁର ସମେତ ସମସ୍ତ ବ୍ଲକରେ ଲୁଟ୍ ହୋଇଛି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ବ୍ଲକରେ ୨କୋଟି ୬୧ଲକ୍ଷ ଟଙ୍କା ଅନିୟମିତତା ହୋଇଛି । ଏହାସହ ଆବାସ ଯୋଜନା ଠିକ୍ ରୂପେ କାର୍ଯ୍ୟକାରୀ କରି ନଥିବା ମଧ୍ୟ ଅଡିଟରୁ ଜଣାପଡିଛି । ଚାକିରୀ ଦେବା ନାଁରେ ବରୀର ଜଣେ ଶିକ୍ଷକ ଶଂଖ ଭବନରେ ନେତାଙ୍କ ସହ ଫଟୋ ଦେଖାଇ ୩କୋଟି ଟଙ୍କା ଚଳୁ କରିଛି । ଓଡିଶାରେ “ଭ୍ରଷ୍ଟାଚାରୀ ଜନତା ଦଳ”ର ସରକାର ଚାଲିଛି । ପ୍ରତ୍ୟେକ ପଂଚାୟତ ଓ ବ୍ଲକରେ ଏହି ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବ । -ବିଜେପି ରାଜ୍ୟ ମୁଖପାତ୍ର Manoj Mohapatra said.

LEAVE A REPLY

Please enter your comment!
Please enter your name here