୧୫ ଦିନରେ ୧୨୮ ରୁ ଧୀରେ ଧୀରେ ନିଜେ ତିନି ଚତୁର୍ଥାଂଶ ମାନେ ୧୧୦ କୁ ଖସିଲେଣି, ନିର୍ବାଚନ ଆରମ୍ଭ ଆହୁରି ଏକ ମାସ ରୁ ଅଧିକ ଅଛି

0
93
ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ୧୪୭ ବିଧାନସଭା ଆସନ ମଧ୍ୟରୁ ତିନି ଚତୁର୍ଥାଂଶ ଆସନରେ ରେକର୍ଡ ମାର୍ଜିନ ରେ ବାଜିମାତ କରିବ ବୋଲି କହିଛନ୍ତି 5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ

By Our Correspondent

BHUBANESWAR:  ୧୫ ଦିନରେ ୧୨୮ ରୁ ଧୀରେ ଧୀରେ ନିଜେ ତିନି ଚତୁର୍ଥାଂଶ ମାନେ ୧୧୦ କୁ ଖସିଲେଣି। ନିର୍ବାଚନ ଆରମ୍ଭ ଆହୁରି ଏକ ମାସ ରୁ ଅଧିକ ଅଛି । ତେବେ ନିର୍ବାଚନ ସରିଲା ବେଳକୁ ଏକ ତୃତୀୟାଂଶ କୁ ଖସି ଆସିଥିବେ.

ଚଳିତ ନିର୍ବାଚନରେ ବିଜୁ ଜନତା ଦଳ ୧୪୭ ବିଧାନସଭା ଆସନ ମଧ୍ୟରୁ ତିନି ଚତୁର୍ଥାଂଶ ଆସନରେ ରେକର୍ଡ ମାର୍ଜିନ ରେ ବାଜିମାତ କରିବ ବୋଲି କହିଛନ୍ତି  5T ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ।

୧୪୭ ବିଧାନ ସଭା ଓ ୨୧ ଲୋକସଭା ଆସନରେ ଠିଆ ହୋଇଛନ୍ତି ନିଜେ ନବୀନ ପଟ୍ଟନାୟକ . ରେକର୍ଡ ମାର୍ଜିନରେ ଜିତିବ ବିଜେଡି. ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାକୁ ଆସିବେ.

ମୁଖ୍ୟମନ୍ତ୍ରୀଙ୍କୁ ଦୁଇଟି ଆଶୀର୍ବାଦ ଦିଅନ୍ତୁ, ଗୋଟିଏ ଆଶୀର୍ବାଦ ବିଧାନସଭା ପାଇଁ ଆଉ ଗୋଟିଏ ଲୋକସଭା ପାଇଁ. ଶ୍ରମିକଙ୍କ ପାଇଁ ବିଜୁ ବାବୁ ଐତିହାସିକ ପଦକ୍ଷେପ ନେଇଥିଲେ . ଶ୍ରମିକଙ୍କ ମଜୁରୀ ଏକାବେଳେ ୧୧ ଟଙ୍କାରୁ ୨୫ ଟଙ୍କାକୁ ବୃଦ୍ଧି ପାଇଁ ବିଜୁବାବୁ ନେଇଥିଲେ ଐତିହାସିକ ନିଷ୍ପତ୍ତି. ନବୀନ ଓଡିଶା ଗଠନରେ ଶ୍ରମିକଙ୍କ ରହିଛି ଗୁରୁତ୍ଵପୂର୍ଣ୍ଣ ଭୂମିକା. ସେଥିପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସମ୍ମାନ ଦେବା ସହ ସେମାନଙ୍କ କଲ୍ୟାଣକୁ ଦେଇଛନ୍ତି ପ୍ରାଥମିକତା. ଶ୍ରମିକଙ୍କ ମଜୁରୀ ସର୍ବାଧିକ ୧୦୦ଟଙ୍କା ବୃଦ୍ଧି କରିବା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିଲେ ହସ୍ତକ୍ଷେପ.

ବିଜୁ ଶ୍ରମିକ ସାମୁଖ୍ୟର ରାଜ୍ୟସ୍ତରୀୟ କନଭେନସନ୍ ୨୦୨୪ରେ ଯୋଗ ଦେଇ ଶହ ଶହ ଶ୍ରମିକଙ୍କୁ ସମ୍ବୋଧିତ କରିଛନ୍ତି 5T ଅଧ୍ୟକ୍ଷ କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶ୍ରମିକଙ୍କ ବିକାଶ ପାଇଁ ଅନେକ ଯୋଜନା କରିଛନ୍ତି । ସବୁ ଯୋଜନାର ମୁଖ୍ୟଧାର ହେଉଛନ୍ତି ଶ୍ରମିକ ।

 

 

LEAVE A REPLY

Please enter your comment!
Please enter your name here