୧୦୦ କ୍ୟୁବ୍ ଷ୍ଟାର୍ଟଅପ ପରିପ୍ରେକ୍ଷୀରେ ‘ଫାୟାର ସାଇଡ୍ ଚାଟ୍’ କନକ୍ଲେଭ-ଓଡ଼ିଶା ଶହେ ବର୍ଷ ପୂରିବା ବେଳେ ଶହେ ପିଲାଙ୍କର ୧୦୦ କୋଟି  ଟଙ୍କା ବ୍ୟବସାୟ କରାଇବା ଲକ୍ଷ୍ୟ – ଧର୍ମେନ୍ଦ୍ର ପ୍ରଧାନ

0
100
ଷ୍ଟାର୍ଟଅପକୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶାକୁ ଶିଳ୍ପ ଜଗତର ପେଣ୍ଠସ୍ଥଳୀ ଭାବରେ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଆସନ୍ତାକାଲି ଆଇଆଇଟି ଭୁବନେଶ୍ୱରର ଗବେଷଣା ଏବଂ ଉଦ୍ୟମିତା ପାର୍କର ୧୦୦ କ୍ୟୁବ୍ ଷ୍ଟାର୍ଟଅପ ପଦକ୍ଷେପର ଶୁଭାରମ୍ଭ ହେବ । ଏହାର ଅବ୍ୟବହିତ ପୂର୍ବରୁ ଭୁବନେଶ୍ୱର ଠାରେ ଆୟୋଜିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଫାୟାର ସାଇଡ୍ ଚାଟ୍ କନକ୍ଲେଭରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି ।

By Our Correspondent

BHUBANESWAR:  ଷ୍ଟାର୍ଟଅପକୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶାକୁ ଶିଳ୍ପ ଜଗତର ପେଣ୍ଠସ୍ଥଳୀ ଭାବରେ ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଆସନ୍ତାକାଲି ଆଇଆଇଟି ଭୁବନେଶ୍ୱରର ଗବେଷଣା ଏବଂ ଉଦ୍ୟମିତା ପାର୍କର ୧୦୦ କ୍ୟୁବ୍ ଷ୍ଟାର୍ଟଅପ ପଦକ୍ଷେପର ଶୁଭାରମ୍ଭ ହେବ । ଏହାର ଅବ୍ୟବହିତ ପୂର୍ବରୁ ଭୁବନେଶ୍ୱର ଠାରେ ଆୟୋଜିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଫାୟାର ସାଇଡ୍ ଚାଟ୍ କନକ୍ଲେଭରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି । 

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୧୦୦ କ୍ୟୁବ୍ ଷ୍ଟାର୍ଟଅପ ପଦକ୍ଷେପ ଉପରେ ବିସ୍ତୁତ ସୂଚନା ଦେବା ସହ ଓଡ଼ିଶା ଏବଂ ପୂର୍ବ ଭାରତକୁ ମିଳିବାକୁ ଥିବା ଲାଭ ଉପରେ ବର୍ଣ୍ଣନା କରିଥିଲେ । ଓଡ଼ିଶାର ଯୁବପିଢିଙ୍କୁ ଇନୋଭେସନ ସହ ଯୋଡିବା ଓ ୧୦୦ କ୍ୟୁବ୍ ଷ୍ଟାର୍ଟଅପରେ ଆଇଆଇଟି ଭୁବନେଶ୍ୱରର ଭୂମିକା ଉପରେ ମତ କରିଥିଲେ ଶ୍ରୀ ପ୍ରଧାନ । ସେ କହିଥିଲେ ଯେ ୨୦୩୬ ମସିହାରେ ଓଡ଼ିଶା ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ ।

 ସାମ୍ପ୍ରତିକ ସମୟରେ ଓଡ଼ିଶାରେ ଆଇଆଇଟି ଭୁବନେଶ୍ୱର ସମେତ ଅନେକ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ଅନେକ ଉଚ୍ଚତମ ଶିକ୍ଷାନୁଷ୍ଠାନ ସ୍ଥାପନା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ର୍ର ମୋଦିଙ୍କ ନେତୃତ଼୍ୱରେ ଷ୍ଟାର୍ଟଅପକୁ ପ୍ରାଥମିକତା ଦିଆଯାଉଥିବା ବେଳେ ଏଠାରେ ଦକ୍ଷ ମାନବ ସମ୍ବଳ ସହ ଖଣିଜ ସମ୍ବଳ ସହ ସବୁ ସୁବିଧା ଅଛି ।

 ଏକବିଂଶ ଶତାବ୍ଦୀରେ ନୂଆପିଢି ସହ ଜ୍ଞାନ ସେତୁ ତିଆରି କରିବାକୁ ପଡିବ । ଏହି ସମୟ ସୁଦ୍ଧା ଏହି ପାର୍କରେ ହାରାହାରି ୧୦୦ କୋଟି ଟଙ୍କା ଲେଖାଁଏ ମୂଲ୍ୟର ୧୦୦ଟି ଷ୍ଟାର୍ଟଅପ୍ ସୃଷ୍ଟି କରିବାର ଲକ୍ଷ୍ୟ ରହିଛି । ଅର୍ଥାତ୍ ବିକଶିତ ଭାରତରେ ‘ପୂର୍ବୋଦୟ’ ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତାରେ ରହିଥିବା ବେଳେ ଓଡ଼ିଶା ଶହେ ବର୍ଷ ପୂରିବା ବେଳେ ଶହେ ପିଲା ୧୦୦ଙ୍କୁ କୋଟି ଟଙ୍କା ଲେଖାଁଏ ବ୍ୟବସାୟ କରାଇବାର ଲକ୍ଷ୍ୟ ରହିଛି ।

ଏହା ଲୋକ, ଯୁବ ଓ ଭବିଷ୍ୟତର ଆକାଂକ୍ଷା । ଏଥିପାଇଁ ଜନସଚେତନତା ଓ ଅଭିଯାନ ଆରମ୍ଭ ହୋଇଛି । ଓଡ଼ିଶାରେ ଷ୍ଟାର୍ଟଅପ କଲଚର ଆରମ୍ଭ ହୋଇଗଲାଣି । ୨୦୩୬ ସୁଦ୍ଧା ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଷ୍ଟାର୍ଟ ଅପ ଗୁଡିକୁ ନିବେଶକଙ୍କ ସହ ସମନ୍ୱୟ ସ୍ଥାପନ କରିବା ପାଇଁ ଆବଶ୍ୟକୀୟ ସମ୍ବଳ, ସହଯୋଗ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯିବ ।

୧୦୦ କ୍ୟୁବ୍ ଷ୍ଟାର୍ଟଅପ ଏବଂ ଓଡ଼ିଶାର ଯୁବପିଢିଙ୍କୁ ଇନୋଭେସନ ସହ ଯୋଡିବା ଉପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶା ପ୍ରତି ମୋର ଅହେତୁକ ଦୁର୍ବଳତା ରହିଛି । ଓଡ଼ିଶାର ପିଲାମାନଙ୍କ ମଧ୍ୟରେ ଉଦ୍ଭାବନ କରିବା ପାଇଁ ଆଗ୍ରହ ରହିଛି । ପୁରୀ ଶ୍ରୀମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିରର ନିର୍ମାଣ ଶୈଳୀ ଓ ତାହାର ବୈଜ୍ଞାନିକ ପୃଷ୍ଠଭୂମି ଏବଂ ନିଖୁଣ ଟେକ୍ସଟାଇଲ, ଚାଉଳ ଉତ୍ପାଦନ ପରିସଂସ୍ଥାନକୁ ଦେଖିଲେ ମନେହୁଏ ଓଡ଼ିଆ ପିଲାଙ୍କ ଡିଏନଏରେ ଇନୋଭେସନ ଅଛି । ବୁର୍ଲା ଇଞ୍ଜିନିୟରିଂରେ ପାଠ ପଢୁଥିବା ଗରିବ ଘରର ପିଲାମାନେ ହୀରାକୁଦର ଜଳରାଶି ମାପିବା ପାଇଁ ଡ୍ରୋନ ମାପକ ଯନ୍ତ୍ର ପରି ରକେଟ୍ ଓ ସାଟେଲାଇଟ୍ ତିଆରି କରିପାରିବାର କ୍ଷମତା ରଖୁଛନ୍ତି । ଓଡ଼ିଆ ପିଲାଙ୍କୁ ଇନେଭେସନ ସହ ଯୋଡିହେଲେ ହିଁ ଓଡ଼ିଶା ଆଗକୁ ବଢିବ ଏବଂ ଭୁବନେଶ୍ୱର ଏହାର ପେଣ୍ଠସ୍ଥଳୀ ରହିବ ।

ଆଗାମୀ ଦିନରେ ଦୁନିଆର ସମସ୍ୟାର ସମାଧାନର ସୂତ୍ର ପୂର୍ବ ଭାରତରୁ ହିଁ ଆସିବ । ପୂର୍ବ ଭାରତ ବିନା ଓଡ଼ିଶା ବିକଶିତ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମୋର ଓଡ଼ିଆ ପିଲାଙ୍କ ଉପରେ ଭରସା ଅଛି । ଦେଶର ପ୍ରତିଭାବାନ ଯୁବଶକ୍ତି ଏହି ଅଞ୍ଚଳର । ଜ୍ଞାନର ଭଣ୍ଡାର ଏହି ଅଞ୍ଚଳରେ ଅଛି, ଯାହା ମନରେ ଭୋକ ଅଛି ବା ରୋଜଗାର ଦେବାର ଇଚ୍ଛା ଶକ୍ତି ଅଛି ସେମାନେ ନିଶ୍ଚିତ ଅନ୍ୱେଷଣ କରିବ ।

୧୦୦ କ୍ୟୁବ୍ ଷ୍ଟାର୍ଟଅପ ପଦକ୍ଷେପ ନେଇ ଆଇଆଇଟି ଭୁବନେଶ୍ୱର ସହଯୋଗୀତା ଉପରେ ଶ୍ରୀ ପ୍ରଧାନ କହିଥିଲେ ଯେ  ଗୋଟିଏ ସମୟରେ ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଲୋକମାନେ ଅଜ୍ଞ ଥିଲେ । କିନ୍ତୁ ଆଗାମୀ ଦିନରେ ଏଆଇର ଉପଯୋଗିତା ଏନର୍ଜି, ଇଣ୍ଟରନେଟ୍ ସହ ବିଭିନ୍ନ କ୍ଷେତ୍ରରେ ବଢିବ । ସେ ଦୃଷ୍ଟିକୁ ଦେଖିଲେ ଆଇଆଇଟି ଦେଶର ଅନ୍ୟତମ ଶିକ୍ଷାନୁଷ୍ଠାନ ।

ଆଇଆଇଟି ଭୁବନେଶ୍ୱର ମଧ୍ୟରେ ଦକ୍ଷ ପ୍ରାଧ୍ୟାପକମାନେ ଅଛନ୍ତି । ଖଣିଜ ଓ ସାମଗ୍ରୀ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଜଳବାୟୁ ବିଜ୍ଞାନ, ସ୍ମାର୍ଟ ଭିତ୍ତିଭୂମି, ଅକ୍ଷୟ ଉର୍ଜା,  ସେମିକଣ୍ଡକ୍ଟର ଡିଭାଇସ୍ ଏବଂ ଇଣ୍ଟିଗ୍ରେଟେଡ୍ ସର୍କିଟ୍ ଆଦି ବିଭିନ୍ନ କ୍ଷେତ୍ରରେ ଆଇଆଇଟି ଭୁବନେଶ୍ୱର ବିଶେଷ ଦକ୍ଷତା ରହିଛି । ସେ ଦୃଷ୍ଟିରୁ ବିଗତ ବର୍ଷ ଗୁଡ଼ିକରେ ଆଇଆଇଟି ଗୁଡ଼ିକ ଉଦ୍ୟୋଗୀମାନଙ୍କୁ ସହଯୋଗ କରିବା ସହ ଗବେଷଣା ଓ ଉଦ୍ୟମିତା ପାର୍କ ପ୍ରତିଷ୍ଠା ମାଧ୍ୟମରେ ଷ୍ଟାର୍ଟଅପ୍ ଇନକ୍ୟୁବେସନକୁ ପ୍ରୋତ୍ସାହନ ଦେବ ।

ଏହି ଅବସରରେ ଶ୍ରୀ ପ୍ରଧାନ ସ୍ୱଚ୍ଛ ଉର୍ଜା, ହାଇଡ୍ରୋଜେନ ଇନ୍ଧନ ନେଇ ମୋଦି ସରକାରଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।  ସବୁଜ ଇନ୍ଧନ ତଥା ସ୍ୱଚ୍ଛ ଉର୍ଜା ଭଳି କ୍ଷେତ୍ରରେ ଓଡ଼ିଶାର ଦୁଇ ଭଉଣୀ ତଥା ନେକ୍ସସ୍ ପାୱାର ଷ୍ଟାର୍ଟଅପର ସିଇଓ ଏବଂ ସହ-ପ୍ରତିଷ୍ଠାତା ନିଶିତା ଓ ନିକିତା ବଳିୟାର ସିଂଙ୍କ ଉଦାହରଣ ଦେଇଥିଲେ । ଲୋକଙ୍କ ଜୀବନଶୈଳୀକୁ ସୁଗମ କରିବା ତଥା ପରିବେଶକୁ ସ୍ୱଚ୍ଛ ରଖିବା ସହ ଅଙ୍ଗାରକାମ୍ଳକୁ ହ୍ରାସ କରିବା ଦିଗରେ ଦୁଇ ଭଉଣୀ ଆରମ୍ଭ କରିଥିବା ଷ୍ଟାର୍ଟଅପ୍ ଆମ ଓଡ଼ିଶାର ଉଦ୍ୟୋଗୀ ମନୋଭାବ ଓ ପ୍ରତିଭାକୁ ଦର୍ଶାଉଛି । ଓଡ଼ିଆ ପିଲାଙ୍କୁ ସୁଯୋଗ ଦେଲେ ଦୁନିଆର ସବୁ କାମ କରିଦେବେ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ।

ଗୁଜୁରାଟ, କର୍ଣ୍ଣାଟକ, ରାଜସ୍ଥାନ, କେରଳ ରାଜ୍ୟ ସହ ଓଡ଼ିଶାର ଭୌଗଳିକ ସ୍ଥିତି ଓ ସମ୍ଭାବନା ଉପରେ ତୁଳନା କରିବା ସହ ବନ୍ଦର ଆଧାରିତ ଅର୍ଥନୀତି ଉପରେ ଓଡ଼ିଶାର ଅତୀତର ସମୃଦ୍ଧମୟ ଇତିହାସ କଥା କହିଥିଲେ । ଏହା ସହ ପଠାଣୀ ସାମନ୍ତଙ୍କ ବୁଦ୍ଧିମତା ଏବଂ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶିଳ୍ପ ପ୍ରତିଷ୍ଠା ଉପରେ ଉଦାହରଣ ଦେଇଥିଲେ । ସେ କହିଥିଲେ ଭାରତ ବିକଶିତ ହେବାର ରାସ୍ତା ଓଡ଼ିଶା ଓ ପୂର୍ବ ଭାରତ ମାଧ୍ୟମରେ ହିଁ ଅଛି । ଓଡ଼ିଶା ଆଗାମୀ ଦିନରେ ବଢିବ, ଏ ବିଶ୍ୱାସ ମୋର ଅଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here