ହିଞ୍ଜିଳିରେ ମିଳୁନି ଶୁଦ୍ଧ ପିଇବାପାଣି, ଯାଉଛନ୍ତି ସର୍ବାଧୀକ ଦାଦନ- ବିଜେପି

0
65

By Our Correspondent

BHUBANESWAR:   ହିଞ୍ଜିଳିରେ ମିଳୁନି ଶୁଦ୍ଧ ପିଇବାପାଣି, ଯାଉଛନ୍ତି ସର୍ବାଧୀକ ଦାଦନ।, ବିଜେପି ରାଜ୍ୟ ମୁଖପାତ୍ର Anil Biswal said.

ପ୍ରତି ଘରକୁ ସ୍ୱଚ୍ଛ ପାନୀୟ ଜଳ ପାଇଁ ମୋଦୀଜୀ ଓଡିଶାକୁ ଜଳ ଜୀବନ ମିଶନରେ ଦେଇଥିଲେ 10 ହଜାର କୋଟି ; ହେଲେ ଆଜି ବି ରାଜ୍ୟରେ ପାନୀୟ ଜଳର ସମସ୍ୟାବିଜେଡି ସରକାର କହିବ କି ଟଙ୍କା ସବୁ ଗଲା କୁଆଡେ ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରତିନିଧି ଭାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାରେ ମୋଦିଙ୍କ ଭିଜନକୁ ଆଗେଇ ନେଉଛନ୍ତି।

ସମ୍ବଲପୁର ଆଇଆଇଏମ୍‌ର ପ୍ରତିଷ୍ଠା, ବ୍ରହ୍ମପୁର ଆଇଜର୍‌ର ନୂଆ ଅତ୍ୟାଧୁନିକ କ୍ୟାମ୍ପସ, ରାଉରକେଲା ଷ୍ଟିଲ୍ ପ୍ଲାଂଟରେ ୧୨ହଜାର କୋଟି ଟଙ୍କାର ପୁଞ୍ଜୀନିବେଶ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟା ପାଇଁ ସମ୍ଭବ ହୋଇଛି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ହୋଇଛି ପାରାଦୀପ ତୈଳ ବିଶୋଧନାଗାର, ବରଗଡର ଇଥେନାଲ ପ୍ଲାଂଟ, ବଲାଙ୍ଗିରି ବଟଲିଙ୍ଗ୍ ପ୍ଲାଂଟ ସ୍ଥାପନା କରିଛନ୍ତି।

୫୫ଲକ୍ଷ ମହିଳାଙ୍କୁ ମାଗଣା ଗ୍ୟାସ ସଂଯୋଗ, ଏସ୍‌ଡିଆଇ, ଏନ୍‌ଏସ୍‌ଟି ଭଳି ଦୁଇଟି ବିଶ୍ୱସ୍ତରୀୟ ସ୍କିଲିଂ ପ୍ରତିଷ୍ଠାନ, ୮ଲକ୍ଷ ଯୁବକଯୁବତୀଙ୍କର ତାଲିମ ସମ୍ଭବ ହୋଇପାରିଛି। -ରାଜ୍ୟ ମୁଖପାତ୍ର Anil Biswal said.

LEAVE A REPLY

Please enter your comment!
Please enter your name here