By Our Correspondent
BHUBANESWAR: ସୋଆର କୁଳାଧିପତି ସ୍ୱର୍ଗତ ପ୍ରଫେସର ଦେବୀ ପ୍ରସାଦ ରାୟଙ୍କର ସ୍ମୃତିରେ ଶୁକ୍ରବାର ଏକ ସଭା ଆୟୋଜିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ସୋଆ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି ଅବସରରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ) ମନୋଜରଞ୍ଜନ ନାୟକ ଓ ଉପ ସଭାପତି ଶ୍ରୀମତି ଶାଶ୍ୱତୀ ଦାସ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଗତ ଏପ୍ରିଲ୍ ୨୯ ତାରିଖ ଦିନ ପ୍ରଫେସର ରାୟଙ୍କର ଚିକିତ୍ସାଧିନ ଅବସ୍ଥାରେ ବିୟୋଗ ଘଟିଥିଲା । ସେ ମାର୍ଚ୍ଚ ୧. ୨୦୨୨ରେ ସୋଆର ପୂର୍ବତନ କୁଳାଧିପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ପୂର୍ବରୁ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ) ନାୟକଙ୍କର ପ୍ରମୁଖ ଉପଦେଷ୍ଟା ଭାବେ କାର୍ଯ୍ୟ କରିଥିଲେ । ଏଥି ସହ ପ୍ରଫେସର ରାୟଙ୍କ ଉଦ୍ୟମରେ ସୋଆର କୃଷି ମହାବିଦ୍ୟାଳୟ ଓ ଭେଟେରିନାରୀ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇପାରିଛି । ପ୍ରଫେସର ରାୟ ଦୁଇ ଥର ଓୟୁଏଟିର ପୂର୍ବତନ କୁଳପତି ମଧ୍ୟ ଥିଲେ ।
ଏହି ଅବସରରେ ତାଙ୍କର ପରିବାରବର୍ଗ, ଶିକ୍ଷା ଓ ଅନୁସନ୍ଧାନ ପରିବାର ଓ ଓୟୁଏଟିର ଅନେକ ପ୍ରଫେସର, ଉଚ୍ଚ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଏହି ଅବସରରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
.









![Ministry of Rural Development has notified the Schedule of Permissible Works under the Viksit Bharat – Guarantee for Rozgar and Ajeevika Mission (Gramin) [VB–G RAM G] Act, 2025, providing for 375 permissible works under the new rural works framework](https://indianewsdiary.com/wp-content/uploads/2026/10/Viksit-Bharat-–-Guarantee-for-Rozgar-and-Ajeevika-Mission-Gramin-VB–G-RAM-G-Act-218x150.png)


















