‘ସ୍ମାର୍ଟ ଇଣ୍ଡିଆ ହାକାଥନ୍- ୨୦୨୩’ର ପ୍ରତିଯୋଗୀଙ୍କ ସହ କଥା ହେଲେ ମାନ୍ୟବର ପ୍ରଧାନମନ୍ତ୍ରୀ

0
147
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସ୍ମାର୍ଟ ଇଣ୍ଡିଆ ହାକାଥନ -୨୦୨୩(ଏସ୍ଆଇଏଚ୍) ଗ୍ରାଣ୍ଡ୍ ଫିନାଲେର ପ୍ରତିଯୋଗୀଙ୍କ ସହ ମତ ବିନିମୟ କରିଛନ୍ତି

By Our Correspondent

NEW DELHI/BHUBANESWAR:   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସ୍ମାର୍ଟ ଇଣ୍ଡିଆ ହାକାଥନ -୨୦୨୩(ଏସ୍‌ଆଇଏଚ୍) ଗ୍ରାଣ୍ଡ୍ ଫିନାଲେର ପ୍ରତିଯୋଗୀଙ୍କ ସହ ମତ ବିନିମୟ କରିଛନ୍ତି । 

ଏହି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନ କହିଛନ୍ତି ଯେ ୨୦୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ ସ୍ମାର୍ଟ ଇଣ୍ଡିଆ ହାକାଥନର କଳ୍ପନା ହୋଇଥିଲା । ଦେଶର ନୂଆପିଢିର ସୃଜନଶୀଳତାକୁ ଭାରତର ବିକାଶରେ ଯୋଡିବା ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ଏହି ନେତୃତ୍ୱ ନେଉଛନ୍ତି ।

 ଚଳିତ ସ୍ମାର୍ଟ ଇଣ୍ଡିଆ ହାକାଥନର ସପ୍ତମ ସଂସ୍କରଣରେ ୨ ଲକ୍ଷ ୬୭ ହଜାର ପ୍ରତିଯୋଗୀ ଅଛନ୍ତି । ୫୧ ହଜାର ନୂଆ ଆଇଡିଆକୁ ନେଇ ପ୍ରତିଯୋଗିତା ହେବାର କାର୍ଯ୍ୟକ୍ରମ ରହିଛି ।  ୨୦୧୭ରେ ଏହି ହକାଥନ ଆରମ୍ଭ ବେଳେ ମାତ୍ର ୭ ହଜାର ୫୩୧ଟି ଟିମ୍ ଥିବା ବେଳେ ଏହି ସଂଖ୍ୟା ୬ ଗୁଣା ବୃଦ୍ଧି ପାଇଁ ୪୪ ହଜାର ୬୧୭ରେ ପହଞ୍ଚିଛି। 

ଦେଶରେ ଦୀର୍ଘ ୩୪ ବର୍ଷ ପରେ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି । ଆମ ଦେଶ ନୂଆ ନୂଆ ଉଚ୍ଚତାକୁ ଯାଉଛି । ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇଥିବା ବେଳେ ଆଗାମୀ ଦିନରେ ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି ।  ସର୍ବାଧିକ ଯୁବଶକ୍ତିର ଦେଶ ଭାରତ ନିଜ ପାଇଁ ନୁହେଁ ବରଂ ଅନ୍ୟ ମାନଙ୍କ ପାଇଁ ଭାବୁଥିବା ଦେଶ । ଆଗାମୀ ଦିନରେ ଭାରତକୁ ବିକଶିତ କରିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଉଦ୍ୟମିତା, ନବସୃଜନ ଓ ବ୍ୟବସାୟିକ ଦୃଷ୍ଟିକୋଣରୁ ଆମ ଦେଶ ଆଗକୁ ବଢୁଅଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଉଲ୍ଲେଖନୀୟ ଯେଲ ପ୍ରଧାନମନ୍ତ୍ରୀଙ୍କ ଯୁବ ନେତୃତ୍ୱାଧୀନ ବିକାଶର ଦୃଷ୍ଟିକୋଣ ଅନୁଯାୟୀ ସ୍ମାର୍ଟ ଇଣ୍ଡିଆ ହାକାଥନ୍ ହେଉଛି ସରକାରଙ୍କ ମନ୍ତ୍ରଣାଳୟ ଏବଂ ବିଭାଗ, ଶିଳ୍ପ ଏବଂ ଅନ୍ୟାନ୍ୟ ସଂଗଠନର ଜଟିଳ ସମସ୍ୟାର ସମାଧାନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଏକ ମଞ୍ଚ ପ୍ରଦାନ କରିବା ପାଇଁ ଏକ ଦେଶବ୍ୟାପୀ ପଦକ୍ଷେପ ।

୨୦୧୭ରେ ଶୁଭାରମ୍ଭ ହୋଇଥିବା ସ୍ମାର୍ଟ ଇଣ୍ଡିଆ ହାକାଥନ୍ ଯୁବ ଉଦ୍ଭାବକମାନଙ୍କ ମଧ୍ୟରେ ବ୍ୟାପକ ଲୋକପ୍ରିୟତା ହାସଲ କରିଛି। ଗତ ପାଞ୍ଚଟି ସଂସ୍କରଣରେ, ବିଭିନ୍ନ ଡୋମେନ୍‌ରେ ଅନେକ ଅଭିନବ ସମାଧାନ ଉଭା ହୋଇଛି ଏବଂ ପ୍ରତିଷ୍ଠିତ ଷ୍ଟାର୍ଟଅପ୍ ଭାବରେ ଉଭା ହୋଇଛି ।

LEAVE A REPLY

Please enter your comment!
Please enter your name here