ସ୍ବାଧୀନତାର ୧୦୦ ବର୍ଷ ପୂର୍ତ୍ତି-୨୦୪୭ ସୁଦ୍ଧା ବିକଶିତ ଭାରତ ଅଭିଯାନ ଅନ୍ତର୍ଗତ ଭାରତ ବିଶ୍ବ ବନ୍ଧୁ ଆଲୋଚନା ଚକ୍ର ଆୟୋଜିତ

0
82
ଭାରତୀୟ ସ°ସ୍କୃତି ଆଧାରିତ ଶିକ୍ଷା ପଦ୍ଧତିର ପୁନରୁଦ୍ଧାର ମାଧ୍ୟମରେ ସମଗ୍ର ପୃଥିବୀରେ ଭାରତକୁ ବିଶ୍ୱ ଗୁରୁ ରୂପେ ପୁନଃସ୍ଥାପିତ କରିବା ଲକ୍ଷ୍ୟରେ କାର୍ଯ୍ୟରତ ସର୍ବଭାରତୀୟ ସଂଗଠନ ଭାରତୀୟ ଶିକ୍ଷଣ ମଣ୍ଡଳ ଦ୍ବାରା ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟ ସହଯୋଗରେ, ଆଜି ଏକ ବୈଚାରିକ ସ°ଗୋଷ୍ଠୀ- "ଭାରତ ବିଶ୍ବ ବନ୍ଧୁ" ଏହି ବିଶ୍ଵବିଦ୍ୟାଳୟ ସଭାଗୃହରେ କୁଳପତି ତଥା ବିଶିଷ୍ଟ ଯୋଗ ଗବେଷକ ପ୍ରଫେସର ଡଃ ବାବୁରାମ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।

By Our Correspondent

BHUBANESWAR:   ଭାରତୀୟ ସ°ସ୍କୃତି ଆଧାରିତ ଶିକ୍ଷା ପଦ୍ଧତିର ପୁନରୁଦ୍ଧାର ମାଧ୍ୟମରେ ସମଗ୍ର ପୃଥିବୀରେ ଭାରତକୁ ବିଶ୍ୱ ଗୁରୁ ରୂପେ ପୁନଃସ୍ଥାପିତ କରିବା ଲକ୍ଷ୍ୟରେ କାର୍ଯ୍ୟରତ ସର୍ବଭାରତୀୟ ସଂଗଠନ ଭାରତୀୟ ଶିକ୍ଷଣ ମଣ୍ଡଳ ଦ୍ବାରା ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟ ସହଯୋଗରେ, ଆଜି ଏକ ବୈଚାରିକ ସ°ଗୋଷ୍ଠୀ- “ଭାରତ ବିଶ୍ବ ବନ୍ଧୁ” ଏହି ବିଶ୍ଵବିଦ୍ୟାଳୟ ସଭାଗୃହରେ କୁଳପତି  ତଥା ବିଶିଷ୍ଟ ଯୋଗ ଗବେଷକ ପ୍ରଫେସର ଡଃ ବାବୁରାମ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।

ସଂଗୋଷ୍ଠୀର ମୁଖ୍ୟ ଅତିଥି ରୂପେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ର କୁଳପତି ପ୍ରଫେସର ଡ଼ଃ ପ୍ରଦୀପ୍ତ କୁମାର ନନ୍ଦ ଯୋଗଦେଇ ଆଜି ଭାରତ କିପରି ଦୃତଗତିରେ ବିକାଶ କରିବା ସହ ଦୁର୍ବଳ ରାଷ୍ଟ୍ର ଗୁଡ଼ିକର ବନ୍ଧୁ ରୂପେ ଉଭା ହୋଇ ସମଗ୍ର ବିଶ୍ବର ଆଶା ଓ ବିଶ୍ବାସ ଜୟ କରିଛି ତାହା ବିସ୍ତୃତ ଭାବେ ବର୍ଣ୍ଣନା କରି ଚନ୍ଦ୍ରାୟନର ସଫଳତା,କରୋନା ଟୀକା ଯୋଗାଣ,ଜି ୨୦ ସମ୍ମିଳନୀ ର ସଫଳ ଆୟୋଜନ ଇତ୍ୟାଦି ବିଷୟ ଉଲ୍ଲେଖ କରିଥିଲେ।

ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟର ଅନ୍ୟତମ ନିର୍ଦ୍ଦେଶକ ସ୍ବାମୀ ସତ୍ୟଚୈତନ୍ୟାନନ୍ଦଜୀ ମହାରାଜ ସମ୍ମାନିତ ଅତିଥି ରୂପେ ତାଙ୍କ ସମ୍ଭାଷଣରେ ଭାରତ କିପରି ସଦା ସର୍ବଦା ବସୁଧୈବ କୁଟୁମ୍ବକମ୍ ର ସାକାର ପ୍ରୟୋଗ କରି ବିଶ୍ବବନ୍ଧୁ ରହି ଆସିଛି ତା’ର ଅନେକ ଉଦାହରଣ ପ୍ରସ୍ତୁତ କରିଥିଲେ ଓ ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟ ର ପ୍ରତିଷ୍ଠାତା ପୂଜ୍ୟ ରବିଶଙ୍କରଜୀ କିଭଳି ସମଗ୍ର ବିଶ୍ବର ୧୫୮ ରୁ ଉର୍ଦ୍ଧ୍ବ ଦେଶରେ ଏହାର ଶାଖା ଖୋଲି ଭାରତୀୟ ଆଧ୍ୟାତ୍ମିକତା ଓ ଗୁରୁକୁଳୀୟ ଶିକ୍ଷାର ପ୍ରସାର କରୁଛନ୍ତି ତାହା ସଂକ୍ଷେପରେ ଉପସ୍ଥାପିତ କରିଥିଲେ।

ଭାରତୀୟ ଶିକ୍ଷଣ ମଣ୍ଡଳର ଓଡ଼ିଶା ପୂର୍ବ ପ୍ରାନ୍ତର ଅଧ୍ୟକ୍ଷ ଡଃ ଶରତ କୁମାର ଲେଙ୍କା ଅନ୍ୟତମ ସମ୍ମାନିତ ଅତିଥି ରୂପେ ଉପସ୍ଥିତ ରହି ଭାରତୀୟ ଶିକ୍ଷଣ ମଣ୍ଡଳ ମାଧ୍ୟମରେ ଚାଲିଥିବା ବିଭିନ୍ନ ରଚନାତ୍ମକ କାର୍ଯ୍ୟର ବର୍ଣ୍ଣନା କରିବା ସହ ଭାରତକୁ ପୁଣି ଥରେ ବିଶ୍ବଗୁରୁ ଆସନରେ ଅଧିଷ୍ଠିତ କରାଇବା ଲକ୍ଷ୍ୟରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟର କୁଳପତି ତାଙ୍କର ଅଧ୍ୟକ୍ଷତା ଅଭିଭାଷଣରେ ସମଗ୍ର ପୃଥିବୀରେ ମୋର – ତୋର ଭାବ ଓ ନିଜର ଅଧିକାର ଜାହିର ପାଇଁ  ଲାଗିରହିଥିବା ହିଂସା ଓ ପରସ୍ପର ଆକ୍ରମଣ ବିଷୟ ଅବତାରଣା କରି ,ଯୁଗେ ଯୁଗେ ଭାରତ କିପରି କୈାଣସି ଦେଶକୁ ମଧ୍ୟ ବିସ୍ତାର ବାଦ ଆଧାରରେ ଆକ୍ରମଣ କରିନାହିଁ ବରଂ ଆଧ୍ୟାତ୍ମିକତା ଜ୍ଞାନର ଆଲୋକ ଓ ଯୋଗ ଦ୍ବାରା ସମଗ୍ର ପୃଥିବୀକୁ ଏକ କୁଟୁମ୍ବ ଭଳି ଯୋଡ଼ି ରଖିବାରେ ପ୍ରୟାସରତ ତାହା ସୁନ୍ଦର ଭାବେ ବୁଝାଇଥିଲେ ଏବଂ ତାତ୍ସଲ୍ୟର ଦୃଢ ପ୍ରତ୍ୟୁତ୍ତର ଦେବା ପାଇଁ ଏବେ ଭାରତ ସମ୍ପୂର୍ଣ୍ଣ ସକ୍ଷମ ବୋଲି ଦୃଢେ଼ାକ୍ତି ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭ ଗୁରୁକୁଳ ଆଶ୍ରମର ବ୍ରହ୍ମଚାରୀ ମାନଙ୍କ ଦ୍ବାରା ବୈଦିକ ମନ୍ତ୍ର ଗାୟନ ଏବଂ ପରେ ପରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଶ୍ରୀ ଗଣେଶ ବନ୍ଦନା ସମସ୍ତଙ୍କୁ ମୁଗ୍ଧ କରିଥିଲା।

ପ୍ରାରମ୍ଭରେ ଭାରତୀୟ ଶିକ୍ଷଣ ମଣ୍ଡଳର ଲକ୍ଷ ଓ କାର୍ଯ୍ୟ ଯୋଜନା ସମ୍ବନ୍ଧରେ ପ୍ରାନ୍ତ ପ୍ରଚାର ଓ ପ୍ରସାର ପ୍ରମୁଖ ଶ୍ରୀ ଜଗନ୍ନାଥ ପଟ୍ଟନାୟକ ବକ୍ତବ୍ୟ ରଖିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା ବିଶ୍ବବିଦ୍ୟାଳୟର ଅଧ୍ୟାପକ ସୌରଭ କରିଥିଲେ।

ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ବିଶିଷ୍ଟ ସାହିତ୍ୟିକା ଓ ନାରୀନେତ୍ରୀ ଡଃ ସୁନିତି ମୁଣ୍ଡ, ପ୍ରଫେସର ଡ଼ଃ ସୁଚିତ୍ରା ଦାଶ, ଡଃ ବିଜୟ କୁମାର ଉପସ୍ଥିତ ରହି ପ୍ରୋତ୍ସାହନ ପ୍ରଦାନ କରିଥିଲେ।

ସର୍ବଶେଷରେ କୁଳ ସଚୀବ ପ୍ରଫେସର ଡ଼ଃ ଦୀପା ବିନୟଙ୍କ ଦ୍ବାରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପରେ ଜାତୀୟ ସଙ୍ଗୀତ ଗାୟନ ସହ ସଭା ସମାହିତ ହୋଇଥିଲା।

ଏହି କାର୍ଯ୍ୟକ୍ରମଟି ସଂଗଠନ ବିସ୍ତାରକ ଶ୍ରୀ ଅକ୍ଷୁର୍ଣ୍ଣ ଗାଏକୋୱ୍ବାଡ୍, ମହିଳା ବିଭାଗ ସଂଯୋଜିକା ଶ୍ରୀମତୀ ରଶ୍ମି ଦେଓ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତା ଗଣଙ୍କର ସମର୍ପିତ ପ୍ରୟାସ କାରଣରୁ ସାଫଲ୍ୟ ମଣ୍ଡିତ ହୋଇଥିଲା।

 

 

LEAVE A REPLY

Please enter your comment!
Please enter your name here