ସୋଆ ଜାଗୋ ପକ୍ଷରୁ ସ୍କୁଲ୍ବ୍ୟାଗ୍ ବଂଟନ

0
125
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ( ଆଇଟିଇଆର୍) ର ଛାତ୍ରଛାତ୍ରୀମାନଙ୍କର ସାମାଜିକ ଦାୟିତ୍ୱବୋଧର ପ୍ରତୀକ “ଜାଗୋ” କ୍ଳବ୍ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ବସ୍ତି ଅଂଚଳର ଶିଶୁମାନଙ୍କୁ ସ୍କୁଲ୍ ବ୍ୟାଗ ବଂଟନ କରାଯାଇଛି । ସେମାନଙ୍କୁ ଅଧ୍ୟୟନ ଏବଂ ଉତମ ଜୀବନ ନିମନ୍ତେ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଜାଗୋର ଏହି ପ୍ରୟାସ ଜାରି ରହିଛି ।

By Our Correspondent

BHUBANESWAR:  ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍‌ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ( ଆଇଟିଇଆର୍‌) ର ଛାତ୍ରଛାତ୍ରୀମାନଙ୍କର ସାମାଜିକ ଦାୟିତ୍ୱବୋଧର ପ୍ରତୀକ “ଜାଗୋ” କ୍ଳବ୍ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ବସ୍ତି ଅଂଚଳର ଶିଶୁମାନଙ୍କୁ ସ୍କୁଲ୍ ବ୍ୟାଗ ବଂଟନ କରାଯାଇଛି । ସେମାନଙ୍କୁ ଅଧ୍ୟୟନ ଏବଂ ଉତମ ଜୀବନ ନିମନ୍ତେ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଜାଗୋର ଏହି ପ୍ରୟାସ ଜାରି ରହିଛି ।

ଆଇଟିଇଆର୍ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୋଆର ଉପସଭାପତି ତଥା ଜାଗୋର ମେଂଟର ଶ୍ରୀମତି ଶାଶ୍ୱତି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୁନି କୁନି ପିଲାମାନଙ୍କୁ ସ୍କୁଲ୍ ବ୍ୟାଗ୍ ବାଂଟି ଥିଲେ । ଏହି ଅବସର ରେ ଶ୍ରୀମତି ଦାସ କହିଥିଲେ ଯେ ସୋଆ ସବୁବେଳେ ସମାଜ ର ଉନ୍ନତି ଦିଗରେ ଉଦ୍ୟମ କରିଆସିଛି । ଜାଗୋର ଏହି ସ୍କୁଲ୍ ବ୍ୟାଗ ବଂଟନ କାର୍ଯ୍ୟକ୍ରମ ଏହି ଦିଗରେ ଏକ କ୍ଷୁଦ୍ର ଉଦ୍ୟମ । ପାଖ ବସ୍ତିର ପିଲାମାନେ ଏହା ଦ୍ୱାରା ଉତ୍ସାହିତ ହେବେ ବୋଲି ସେ କହିଥିଲେ ।

ଏହି ଅବସରରେ ସୋଆ ର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ସୋଆ ଏବଂ ଜାଗୋ ପିଲାମାନଙ୍କର ସର୍ବାଙ୍ଗୀନ ଉନ୍ନତି ଲାଗି ସର୍ବଦା ଉଦ୍ୟମ କରିଥାଏ । ସମାଜ ର ଏକ ଅଙ୍ଗ ଭାବେ ସୁଯୋଗ ଓ ସୁବିଧା ମିଳିଲେ ସମସ୍ତେ ସମାଜ ସେବା କରିବା ଉଚିତ୍ ବୋଲି ପ୍ରଫେସର ନନ୍ଦ କହିଥିଲେ ।

ଏହି ଅବସରରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ର ଡିନ୍ ପ୍ରଫେସରସଂଘମିତ୍ରା ମିଶ୍ର ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ ଏଭଳି ଶିଶୁମାନଙ୍କର ସର୍ବାଙ୍ଗୀନ ଉନ୍ନତି ଲାଗି ଜାଗୋ ଉଦ୍ୟମ କରୁଛି ବୋଲି କହିଥିଲେ । ଏହି ପିଲାମାନେ ଆଗକୁ ବଡ ହୋଇ ସମାଜ ସେବା ପ୍ରତି ଆଗ୍ରହ ଦେଖାଇବେ ବୋଲି ପ୍ରଫେସର ମିଶ୍ର ଆଶା ପ୍ରକାଶ କରିଥିଲେ ।

ଏହି ଅବସରରେ ଆଡିସନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ଆଇଟିଇଆର୍‌, ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ଦେଇଥିବାବେଳେ ଜାଗୋର କୋର୍ଡିନେଟର ପ୍ରଫେସର ଅନୀତା ପଣ୍ଡା ଜାଗୋ କାର୍ଯ୍ୟ ବିଷୟରେ ବିସ୍ତୃତ ତଥ୍ୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆଇଟିଇଆର୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଓ ଆଡିସନାଲ୍ ଡିନ୍ (ଏକାଡେମିକ୍ସ) ପ୍ରଫେସର ଡି.ଏନ୍ ଥାଟୋଇ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here