ସାମାଜିକ ଗଣମାଧ୍ୟମରେ ଯିଏ ସରକାର ଓ ପ୍ରଶାସନ ତ୍ରୁଟିକୁ ଦର୍ଶାଇଲା ତାହା ଉପରେ ଆକ୍ରୋଶ ମୂଳକ କାର୍ଯ୍ୟାନୁଷ୍ଠାନ କରି ବିଜୁ ଜନତା ଦଳ ସରକାର ପ୍ରତିଶୋଧ ନେଉଛି-ବିଜେପି

0
215
ସାମାଜିକ ଗଣମାଧ୍ୟମରେ ଯିଏ ସରକାର ଓ ପ୍ରଶାସନ ତ୍ରୁଟିକୁ ଦର୍ଶାଇଲା ତାହା ଉପରେ ଆକ୍ରୋଶ ମୂଳକ କାର୍ଯ୍ୟାନୁଷ୍ଠାନ କରି ବିଜୁ ଜନତା ଦଳ ସରକାର ପ୍ରତିଶୋଧ ନେଉଛି-ବିଜେପି

By Our Correspondent

BHUBANESWAR: ଓଡ଼ିଶା ରାଜ୍ୟରେ ଏବେ ନିର୍ବାଚିତ ପ୍ରତିନିଧି ଶାସନ କରୁନାହାନ୍ତି । ଅଣଓଡ଼ିଆ ଓ କିଛି ସ୍ୱାର୍ଥପର ଅମଲା ଶାସନ କ୍ଷମତାକୁ ଜବରଦଖଲ କରିଛନ୍ତି ଯାହା ଗଣତନ୍ତ୍ର ପାଇଁ ବିପଦ । ରାଜ୍ୟ ସରକାର ପୁଲିସକୁ ରାଜନୈତିକ ଅସ୍ତ୍ରଭାବେ ବ୍ୟବହାର କରି କୌଣସି ପ୍ରକାର ସମାଲୋଚନାର କଣ୍ଠରୁଦ୍ଧ କରୁଛନ୍ତି ।

ଯାହା ଗତକାଲି ସାମାଜିକ ଗଣମାଧ୍ୟମରେ କାମ କରୁଥିବା ସଂଗ୍ରାମ ପାତ୍ରଙ୍କ ଗିରଫରୁ ସ୍ପଷ୍ଟ ହୋଇଛି । ଗତକାଲି ସଂଗ୍ରାମ ପାତ୍ର ଭୁବନେଶ୍ୱରରୁ ଅନୁଗୁଳ ଯାଉଥିବାବେଳେ ପୁଲିସ ତାଙ୍କୁ ରାତି ୩ଟାରେ ଉଠାଇ ନେଇ ସମ୍ବଲପୁରରେ ଅଟକ ରଖିଛି । ଶ୍ରୀ ପାତ୍ରଙ୍କ ନାଁରେ ପୋଲିସ ଆଇପିସି ୨୯୪, ୫୦୯, ୬୬,୬୭ ଧାରା ଲାଗୁ କରି ଗିରଫ କରିଛି । ଶ୍ରୀ ପାତ୍ର ଦୁଷ୍କର୍ମ, ଦୁଷ୍କର୍ମକାରୀ ଫେରାର, ହତ୍ୟା, ହତ୍ୟା ଉଦ୍ୟମ, ମାରଣାସ୍ତ୍ର ରଖିବା ଭଳି କ୍ରିମିନାଲ ଆକ୍ଟିଭିଟିରେ ସମ୍ପୃକ୍ତ ନାହାନ୍ତି ତାହାଲେ ପୁଲିସ କିଭଳି ତାଙ୍କୁ ଏମିତି ଧାରା ଲଗାଇ ଗିରଫ କଲା ତାହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ସାମାଜିକ ଗଣମାଧ୍ୟମରେ ଯିଏ ସରକାର ଓ ପ୍ରଶାସନ ତ୍ରୁଟିକୁ ଦର୍ଶାଇଲା ତାହା ଉପରେ ଆକ୍ରୋଶ ମୂଳକ କାର୍ଯ୍ୟାନୁଷ୍ଠାନ କରି ବିଜୁ ଜନତା ଦଳ ସରକାର ପ୍ରତିଶୋଧ ନେଉଛି । ଗଣତନ୍ତ୍ରରେ ରାଜନୈତିକ ମତାମତ ରଖିବାର ସମସ୍ତଙ୍କ ଅଧିକାର ଅଛି । ପ୍ରଦୀପ ପ୍ରଧାନ, ପ୍ରକାଶ ନାୟକ ଓ ଅନ୍ୟ କାର୍ଯ୍ୟକତାମାନଙ୍କୁ ବିଭିନ୍ନ ସମୟରେ ଗରିଫ କରି ଡରେଇବା ଧମକାଇବା ସହିତ ନାଲିଆଖି ଦେଖାଉଛନ୍ତି ବିଜେଡି ସରକାର ।

ସମ୍ବିଧାନ ଦେଇଥିବା ଅଧିକାର, ଗଣତନ୍ତ୍ର ତଥା ବାକ୍ ସ୍ୱାଧୀନତାର ହତ୍ୟା କରାଯାଉଛି ବୋଲି ଏଥିରୁ ସ୍ପଷ୍ଟ ଜଣାପଡୁଛି । ଶାସକ ଦଳ ସହ ମତ ନମିଶିଲେ ସମସ୍ତ ବାକ୍ ସ୍ୱାଧୀନତାକୁ କଣ୍ଠରୋଧ କରିବାକୁ ସରକାର ପଛାଉନାହାନ୍ତି । ବିଜୁ ଜନତା ଦଳ ଶାସନରେ ସରକାର କୌଣସି ପ୍ରକାର ସମାଲୋଚନା ଶୁଣିବାକୁ ପ୍ରସ୍ତୁତ ନୁହନ୍ତି ତାହା ସ୍ପଷ୍ଟ ଜଣାପଡୁନାହିଁ । ଏହାର ବିରୋଧ ବିଜେପି ଓ ସାଧାରଣ ଲୋକେ କରିବା ଦରକାର । ସାଢ଼େ ୪କୋଟି ଓଡ଼ିଆଙ୍କ ମୁହଁ ବନ୍ଦ କରିବାକୁ ବିଜେଡି ଚକ୍ରାନ୍ତ କରିଛି ।

ଯାହାକୁ ଭାରତୀୟ ଜନତା ପାର୍ଟି ଦୃଢ଼ ନିନ୍ଦା କରୁଛି । ବିରୋଧୀଙ୍କ କାର୍ଯ୍ୟକର୍ତା କିଛି ଭୁଲ ନକରି ପୁଲିସ ସେମାନଙ୍କୁ ଗିରଫ କରୁଛି କିନ୍ତୁ ବିଜୁ ଜନତା ଦଳର ସତ୍ୟଜିତ ବିମ୍ରଳ ମିଶ୍ରଙ୍କ ପରି କର୍ମୀ ବିଜେପିର ମହିଳାମାନଙ୍କୁ ଦୁବ୍ୟବହାର କରୁଛନ୍ତି । ଏନେଇ ମଧ୍ୟ ଥାନାରେ ମାମଲା ରୁଜୁ କରାଯାଇଥିଲା ଓ ମାମଲାକୁ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠା ନିଆଗଲା ନାହିଁ । ବିଜୁ ଜନତା ଦଳ ସତ୍ୟଜିତ ବିମ୍ରଳ ମିଶ୍ରଙ୍କୁ କାହିଁକି ଗିରଫ କରିନାହିଁ ତାହା ପାଲିସ ଓ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ବିଜେଡି ମିଥ୍ୟା ଆକ୍ରୋଶରୁ ଦୂରରେ ରହି ସଂଗ୍ରାମ ପାତ୍ରଙ୍କୁ ତୁରନ୍ତ ଛାଡନ୍ତୁ । – ବିଜେପି ରାଜ୍ୟ ଉପସଭାପତି Dr Lekhashree Samantsinghar.

LEAVE A REPLY

Please enter your comment!
Please enter your name here