ସାଇବର ସଚେତନତା କାର୍ଯ୍ୟକ୍ରମ:  ଆସନ୍ତା କାଲି ସକାଳ ସମୟରେ  ବିଭିନ୍ନ ଜିଲ୍ଲାର ସହରାଞ୍ଚଳରେ ଅନୁଷ୍ଠିତ ହେବାକୁ ଯାଉଛି ମିନି ମାରାଥନ୍

0
270

By Our Correspondent 

CUTTACK/BHUBANESWAR:  ଆସନ୍ତା କାଲି ସକାଳ ସମୟରେ  ବିଭିନ୍ନ ଜିଲ୍ଲାର ସହରାଞ୍ଚଳରେ ଅନୁଷ୍ଠିତ ହେବାକୁ ଯାଉଛି ମିନି ମାରାଥନ୍ l ସାଇବର ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବାକୁ  ରାଜ୍ୟସରକାରଙ୍କ ପକ୍ଷରୁ ଜୋରଦାର ପ୍ରୟାସ ଜାରି ରହିଛି l

ସେହି ଅନୁଯାୟୀ ଆସନ୍ତା କାଲି ମିନି ମାରାଥନ୍ ଭଳି କାର୍ଯ୍ୟକ୍ରମ ଜରିଆରେ ସଚେତନତା ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଉଦ୍ୟମ ଅବ୍ଯାହତ ରହିଛି l ଏହି ଅବସରରେ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବାସିନ୍ଦାଙ୍କ ସମେତ ବୁଦ୍ଧିଜିବୀ, ଗଣମାଧ୍ୟମର ପ୍ରତିନିଧି, ସରକାରୀ ଅଧିକାରୀ, ପଞ୍ଚାୟତ ପ୍ରତିନିଧି, ମିଶନ ଶକ୍ତି ସଦସ୍ୟା ଏବଂ କଲେଜର ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ପୋଲିସ ତରଫରୁ ଅନୁରୋଧ କରାଯାଉଛି l

ଉଲ୍ଲେଖଯୋଗ୍ୟ ଯେ, ସାଇବର ସଚେତନତା ରଥ ରାଜ୍ୟ ସାରା ବୁଲି “ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ” ସଚେତନତା ବାର୍ତ୍ତା ବାଣ୍ଟି ଚାଲିଛି l ୩୪ଟି ସାଇବର ସୁରକ୍ଷା ରଥ ସାରା ରାଜ୍ୟର ବିଭିନ୍ନ କଲେଜ ଓ ପଞ୍ଚାୟତ ଆଦି ଭ୍ରମଣ କରିବା ସହ ସଚେତନତା ବାର୍ତ୍ତା ପ୍ରଦାନ କରୁଛି l ସମସ୍ତ ସ୍ଥାନରେ ସାଇବର ରଥକୁ ସ୍ଥାନୀୟ ବାସିନ୍ଦା, ପୋଲିସ କର୍ମଚାରୀ, ଛାତ୍ର ଛାତ୍ରୀଙ୍କ ଦ୍ଵାରା ବାଜା ବଜାଇ ପୁଷ୍ପମାଲ୍ୟ ଅର୍ପଣ କରି ସ୍ଵାଗତ କରାଯାଉଛି l ଏହା ସହ ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ସରକାରୀ ଅଧିକାରୀଙ୍କ ଦ୍ଵାରା ସଭାସମିତି ଆୟୋଜନ କରାଯିବା ସହ ସାଇବର ଠକେଇରୁ ଜନସାଧାରଣ କିଭଳି ମୁକ୍ତି ପାଇବେ ଏବଂ ସଚେତନ ରହିବେ, ସେ ସଂକ୍ରାନ୍ତରେ ସଚେତନତା କରାଯାଉଛି l

ଜାଗା ଜଗାରେ ଲୋକ ନୃତ୍ୟ, ସଚେତନତା ଧର୍ମୀ ନାଟକ ମଧ୍ୟ ପ୍ରଦର୍ଶିତ କରାଯାଉଛି l ନିଖୁଣ ଅଭିନୟ ମାଧ୍ୟମରେ ସାଇବର ସଚେତନତା କାର୍ଯ୍ୟକ୍ରମ କରାଯାଉଛି, ଯାହାକି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବେଶ ଆଦୃତ ହେଉଥିବା ପରିଲକ୍ଷିତ ହେଉଛି l ଏହାସହ ରାଜ୍ୟର ବିଭିନ୍ନ କଲେଜ ତଥା ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ କୁଇଜ  ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଚେତନତା କାର୍ଯ୍ୟକ୍ରମକୁ ଆହୁରି ସଫଳ କରି ଚାଲିଛନ୍ତି l ଏହି ଅବସରରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ ମଧ୍ୟ କରାଯାଉଛି l

LEAVE A REPLY

Please enter your comment!
Please enter your name here