ସମ୍ଭାବନା ଓ ପ୍ରଗତିର ବର୍ଷ ହେଉ ୨୦୨୪ , ଧର୍ମେନ୍ଦ୍ର ପ୍ରଧାନ

0
153

By Our Correspondent

BHUBANESWAR:  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ସମେତ ସମଗ୍ର ଭାରତବାସୀଙ୍କୁ ଇଂରାଜୀ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି । ବର୍ଷ ୨୦୨୪ ସମସ୍ତଙ୍କ ପାଇଁ ସମ୍ଭାବନା ଓ ପ୍ରଗତିର ବର୍ଷ ହେଉ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । 

ସେ କହିଛନ୍ତି ଯେ ଓଡ଼ିଶାର ସମୃଦ୍ଧ ଇତିହାସ, ସଂସ୍କୃତି ଓ ପରମ୍ପରା ଅନନ୍ୟ । ୨୦୩୬ରେ ଓଡ଼ିଶା ଓ ୨୦୪୭ରେ ଭାରତକୁ ଦେଖିଲେ ଆମ ରାଜ୍ୟ ଏବଂ ଦେଶର ପରିବର୍ତ୍ତନ ରାସ୍ତାରେ ଅଛି । ଆଗକୁ ଯାତ୍ରା ଅସୀମ ସମ୍ଭାବନାରେ ପରିପୂର୍ଣ୍ଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତ୍ୟେକ ଓଡ଼ିଆଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ତାଙ୍କ ବ୍ୟକ୍ତିଗତ ପ୍ରତିବଦ୍ଧତା ରହିଛି । ତାଙ୍କ ନେତୃତ୍ୱରେ ଆମେ ଆଗାମୀ ଦିନରେ ଏକ ସମୃଦ୍ଧ, ସମାବେଶୀ ଏବଂ ନୂଆ ଭାରତର ସ୍ୱପ୍ନ ନେଇ ଏକ ନୂଆ  ଭବିଷ୍ୟତ ତିଆରି କରିବା ପାଇଁ ପ୍ରସ୍ତୁତ ଅଛୁ ।

ଆମେ ସମସ୍ତେ ମିଶି ଯେତେବେଳେ ଏକ ନୂଆ ବର୍ଷରେ ପ୍ରବେଶ କରୁଅଛେ, ସେତେବେଳେ ନୂତନ ସୂର୍ଯ୍ୟ କେବଳ ବଙ୍ଗୋପସାଗର ଉଦୟ ହେବ ନାହିଁ ବରଂ ସାଢେ ଚାରି କୋଟି ଓଡ଼ିଆ ଲୋକଙ୍କ ହୃଦୟରେ ଉଦୟ ହୋଇ ଉଜ୍ଜ୍ୱଳ ଭବିଷ୍ୟତ ଆଡକୁ ଗତି କରିବ । ନୂଆବର୍ଷ ୨୦୨୪ ଉଭୟ କେନ୍ଦ୍ର ଏବଂ ଓଡ଼ିଶା ପାଇଁ ନିର୍ବାଚନୀ ବର୍ଷ ହୋଇଥିବାରୁ ଓଡ଼ିଶାବାସୀଙ୍କ ପାଇଁ ନୂଆ ଆଶା ଓ ଆକାଂକ୍ଷାର ବର୍ଷ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଶ୍ରୀ ପ୍ରଧାନ ବିକଶିତ ଭାରତ ଗଠନରେ ଏବେ ଠାରୁ ନିଜର ନିଜର ଯୋଗଦାନ ରଖିବା ପାଇଁ ଆହ୍ୱାନ କରିବା ସହ ନୂଆବର୍ଷ ପ୍ରତ୍ୟେକ ଓଡ଼ିଆଙ୍କ ଜୀବନରେ ଖୁସି ଓ ଉଲ୍ଲାସ ଆଣିଦେଉ ବୋଲି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପାର୍ଥନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here