ସମ୍ବଲପୁର ଚିପିଲିମାରେ ଧନୁଯାତ୍ରା ମହୋତ୍ସବରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
231
ଧନୁଯାତ୍ରା ହେଉଛି ପଶ୍ଚିମ ଓଡ଼ିଶାର ସାଂସ୍କୃତିକ, ଧାର୍ମିକ ଓ ଲୋକାଭିନୟର ସମାହାର ।  ଧନୁଯାତ୍ରାର କୌଣସି ଲିଖିତ ପଟ୍ଟକଥା ନଥାଏ, ଯାହା ଏହାର ବିଶେଷତ୍ୱ ବୋଲି ସୋମବାର ସମ୍ବଲପୁର ଜିଲ୍ଲାର ଚିପିଲିମା ଠାରେ ‘ମାଆ ଘଣ୍ଟେଶ୍ୱରୀ ଧନୁଯାତ୍ରା କମିଟି, ଚିପିଲିମା’ ପକ୍ଷରୁ ଆୟୋଜିତ ଧନୁଯାତ୍ରା ମହୋତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

By Our Correspondent

BHUBANESWAR:  ଧନୁଯାତ୍ରା ହେଉଛି ପଶ୍ଚିମ ଓଡ଼ିଶାର ସାଂସ୍କୃତିକ, ଧାର୍ମିକ ଓ ଲୋକାଭିନୟର ସମାହାର ।  ଧନୁଯାତ୍ରାର କୌଣସି ଲିଖିତ ପଟ୍ଟକଥା ନଥାଏ, ଯାହା ଏହାର ବିଶେଷତ୍ୱ ବୋଲି ସୋମବାର ସମ୍ବଲପୁର ଜିଲ୍ଲାର ଚିପିଲିମା ଠାରେ ‘ମାଆ ଘଣ୍ଟେଶ୍ୱରୀ ଧନୁଯାତ୍ରା କମିଟି, ଚିପିଲିମା’ ପକ୍ଷରୁ ଆୟୋଜିତ ଧନୁଯାତ୍ରା ମହୋତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ସେ କହିଛନ୍ତି ଯେ ଧନୁଯାତ୍ରା କେବଳ ଏକ ମନୋରଞ୍ଜନର ମାଧ୍ୟମ ନୁହେଁ ବରଂ ମୂଲ୍ୟବୋଧର ଗଭୀର କଥା କଂସ ଦରବାରରୁ ଲୋକଙ୍କ ପାଖରେ ଲୋକଭାଷାରେ ପହଞ୍ଚୁଛି । ଏହା ହିଁ ଭାରତୀୟତା । ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଧନୁଯାତ୍ରାକୁ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ଉଦ୍ୟମ କରାଯିବ । ଓଡ଼ିଶାର ସଂସ୍କୃତି ଓ କଳାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦା ଚେଷ୍ଟା କରୁଛନ୍ତି । ଦେଶରେ ପ୍ରଣୀତ ନୂତନ ଜାତୀୟ ଶିକ୍ଷା ନୀତିରେ ଧନୁଯାତ୍ରା ଭଳି ଲୋକକଳା ଓ ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱ ଦିଆଯାଇଛି । ଧନୁଯାତ୍ରାକୁ ଲୋକଉତ୍ସବରେ ପରିଣତ କରି ସ୍ଥାନୀୟ ଅଞ୍ଚଳରେ ଏକ ଆନନ୍ଦ ଓ ଉଲ୍ଲାସର ବାତାବରଣ ତିଆରି କରିଥିବାରୁ ଆୟୋଜକଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

ସେହିପରି ଦେଶରେ  ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜନ ହେବାକୁ ଯାଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ମନ୍ଦିର ଓ ତୀର୍ଥକ୍ଷେତ୍ରକୁ ସ୍ୱଚ୍ଛ ରଖିବା ସହ ଜାନୁଆରୀ ୨୨ ତାରିଖରେ ଦୀପ ଜାଳିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ୫୦୦ ବର୍ଷର ଅପେକ୍ଷାର ଅନ୍ତ ଘଟିଛି । ପବିତ୍ର ଅଯୋଧ୍ୟା ଧାମରେ ଭବ୍ୟ ରାମ ମନ୍ଦିରର ସ୍ୱପ୍ନ ପୂରଣ ହୋଇଛି । ଦେଶ ରାମମୟ ହୋଇଛି । ପ୍ରଭୁ ଶ୍ରୀରାମଙ୍କ ଆଗମନକୁ ଭବ୍ୟ କରିବା ପାଇଁ ଆସନ୍ତା ଜାନୁଆରୀ ୧୪ ରୁ ୨୨ ତାରିଖ ପର୍ଯ୍ୟନ୍ତ ଆମର ମନ୍ଦିର ଓ ତୀର୍ଥକ୍ଷେତ୍ରକୁ ସ୍ୱଚ୍ଛ ରଖିବା । ଏହାବ୍ୟତିତ ଜାନୁଆରୀ ୨୨ ତାରିଖ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ ସମସ୍ତ ନାଗରିକଙ୍କୁ ଦୀପ ଜାଳି ଦୀପାବଳୀ ଉତ୍ସବ ପାଳନ କରିବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here