ସମ୍ବଲପୁରୀ ଦିନରେ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ସଂସଦ କାର୍ଯ୍ୟରେ ସାମିଲ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, କେନ୍ଦ୍ର ଅର୍ଥମନ୍ତ୍ରୀ , କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ  ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

0
317
ସମ୍ବଲପୁରୀ ଦିବସ ଅବସରରେ ସଂସଦରେ ଦେଖିବାକୁ ମିଳିଲା ସମ୍ବଲପୁରୀ ବସ୍ତ୍ରର ଝଲକ । ସମ୍ବଲପୁରୀ ପୋଷାକ ପରିଧାନ କରି ସଂସଦ କାର୍ଯ୍ୟରେ ସାମିଲ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ କେନ୍ଦ୍ରମନ୍ତ୍ରୀ ।

By Our Correspondent

NEW DELHI/BHUBANESWAR: ସମ୍ବଲପୁରୀ ଦିବସ ଅବସରରେ ସଂସଦରେ ଦେଖିବାକୁ ମିଳିଲା ସମ୍ବଲପୁରୀ ବସ୍ତ୍ରର ଝଲକ । ସମ୍ବଲପୁରୀ ପୋଷାକ ପରିଧାନ କରି ସଂସଦ କାର୍ଯ୍ୟରେ ସାମିଲ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ କେନ୍ଦ୍ରମନ୍ତ୍ରୀ ।

 ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ.ଜୟଶଙ୍କରଙ୍କ ସମେତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରୀ ପୋଷାକ ପରିଧାନ କରି ଗୃହରେ ଉପସ୍ଥିତ ହେବାର ଦେଖାଯାଇଛି । ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଖୁସିବ୍ୟକ୍ତ କରିଛନ୍ତି । ସମ୍ବଲପୁରୀ ଦିବସ ଅବସରରେ ସେହି ଅଞ୍ଚଳର ବସ୍ତ୍ର ପରିଧାନ କରିବା ସହ ଓଡ଼ିଶାର ସଂସ୍କୃତି ପ୍ରତି ସମ୍ମାନ ଜଣାଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏକ ଭିଡ଼ିଓ ବାର୍ତ୍ତା ଯୋଗେ “ସମ୍ବଲପୁରୀ ଦିନ୍‌”ର ଶୁଭେଚ୍ଛା ଜଣାଇବା ସହ ବିଶିଷ୍ଟ ସାହିତ୍ୟିକ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କର ଜନ୍ମ ଦିନରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସମ୍ବଲପୁର୍ ଅଞ୍ଚଳର ଅନନ୍ୟ ସଂସ୍କୃତିକୁ ସାରା ବିଶ୍ୱରେ ପ୍ରଚାର ପ୍ରସାର କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here