ସକ୍ରିୟ ଲଘୁଚାପ ପ୍ରଭାବରେ ଆଗାମୀ ଦୁଇଦିନ ରାଜ୍ୟରେ ବିସ୍ତୃତି ବର୍ଷା, ମତ୍ସ୍ୟଜୀବୀଙ୍କୁ ଦୁଇଦିନ ଉତ୍ତର ବଙ୍ଗୋପସାଗରକୁ  ଯିବାକୁ ସମ୍ପୂର୍ଣ ବାରଣ

0
399
୨୧ରେ ଲଘୁଚାପ ସମ୍ଭାବନା , ୨୩ରେ ଆହୁରି ଘନୀଭୂତ ହୋଇ ଅବପାତ

By Our Correspondent

BHUBANESWAR:  ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା.ସକ୍ରିୟ ଲଘୁଚାପ ପ୍ରଭାବରେ ଆଗାମୀ ଦୁଇଦିନ ରାଜ୍ୟରେ ବିସ୍ତୃତି ବର୍ଷା .

ଆଜି କିଛି ଆଭ୍ୟନ୍ତରୀଣ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ରୁ  ଅତି ପ୍ରବଳ ( ୭ ରୁ ୨୦ ସେମି) ବର୍ଷା ତଥା ଗୋଟିଏ ଦୁଇଟି  ସ୍ଥାନରେ ଅତ୍ୟନ୍ତ ପ୍ରବଳ (୨୦ ସେମିରୁ  ଅଧିକ) ବର୍ଷା ର ସମ୍ଭାବନା |

ମତ୍ସ୍ୟଜୀବୀଙ୍କୁ ଦୁଇଦିନ ବାରଣ.  ଲଘୁଚାପ ପ୍ରଭାବରେ ଆଗାମୀ ଦୁଇ ଦିନ ସମୁଦ୍ର ଅଶାନ୍ତ  ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ  ଦୁଇ ଦିନ ଓଡିଶା ଉପକୂଳ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ  ଏବଂ ଉତ୍ତର ବଙ୍ଗୋପସାଗରକୁ  ଯିବାକୁ ସମ୍ପୂର୍ଣ ବାରଣ କରାଯାଇଛି.

ଗତକାଲିର ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତଥା ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଏବଂ ଏହା ସହ ଜଡିତ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି |

LEAVE A REPLY

Please enter your comment!
Please enter your name here