ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପାଇଁ ସମୁଦାୟ 18ଟି ମଠ ଭଙ୍ଗା ଯାଇଛି ଓ କୋଟି କୋଟି ଟଙ୍କାର କ୍ଷତିପୂରଣ ଦିଆଯାଇଛି, ସାନ ଛତା ମଠ ଭଙ୍ଗା ପାଇଁ କ୍ଷତିପୂରଣ ଦିଆଯାଇଛି 6.71କୋଟି ଟଙ୍କା, ମଙ୍ଗୁ ମଠ ଭଙ୍ଗା ପାଇଁ କ୍ଷତିପୂରଣ ଦିଆଯାଇଛି 6.93 କୋଟି ଟଙ୍କା

0
363

By Our Correspondent

BHUBANESWAR:  ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ପାଇଁ Heritage Security Corridor ନାମରେ ପୁରୀ ବଡ଼ଦାଣ୍ଡରେ ଅନେକ ଲୋକଙ୍କ ଘର ଭଙ୍ଗା ଯାଇଥିଲା ଓ ପୁରାତନ ମଠ ଭଙ୍ଗା ଯାଇଥିଲା।

ଏହି ପୁରାତନ ମଠ ଭଙ୍ଗା ସହିତ ପୁରାତନ ମଠ ସଂସ୍କୃତି , ଐତ୍ୟହ, ପରମ୍ପରା ମାଟିରେ ମିଶିଥିଲା । ଏହି କରିଡ଼ର ପାଇଁ ଜମି ଅଧିଗ୍ରହଣ, କ୍ଷତିପୂରଣ ବ୍ୟବସ୍ଥା ଓ ଥଇଥାନ ପାଇଁ 441 କୋଟି ଟଙ୍କାର ଆର୍ଥିକ ବ୍ୟବସ୍ଥା ହୋଇଥିଲା । ପୁରାତନ ମଠ ଉପରେ ଅତ୍ୟାଧୁନିକ ହୋଟେଲ ନିର୍ମିତ ହେବ ଓ ବଡ଼ ବଡ କମ୍ପାନୀ ମାନଙ୍କୁ ଏହା ଦିଆଯିବ , said RTI activist Pradip Pradhan  .

ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ, ସମୁଦାୟ 18ଟି ମଠ ଭଙ୍ଗା ଯାଇଛି ଓ ସେମାନଙ୍କୁ କୋଟି କୋଟି ଟଙ୍କାର କ୍ଷତିପୂରଣ ଦିଆଯାଇଛି ।

1. ସାନ ଛତା ମଠ ଭଙ୍ଗା ପାଇଁ କ୍ଷତିପୂରଣ ଦିଆଯାଇଛି 6.71କୋଟି ଟଙ୍କା

2. ମଙ୍ଗୁ ମଠ ଭଙ୍ଗା ପାଇଁ କ୍ଷତିପୂରଣ ଦିଆଯାଇଛି 6.93 କୋଟି ଟଙ୍କା

3. ଦକ୍ଷିଣ ପାର୍ଶ୍ୱ ମଠ ଭଙ୍ଗା ପାଇଁ କ୍ଷତିପୂରଣ ଦିଆଯାଇଛି 2.07 କୋଟି ଟଙ୍କା

4. ସାନ ଝାଡୁ ମଠ  ଭଙ୍ଗା ପାଇଁ କ୍ଷତିପୂରଣ – 45.88ଲକ୍ଷ ଟଙ୍କା

5.ବଳରାମ କୋଟ ମଠ ଭଙ୍ଗା ପାଇଁ କ୍ଷତିପୂରଣ -3.61 ଲକ୍ଷ ଟଙ୍କା

6. ତୋରାଣି ଛତ୍ର ମଠ ଭଙ୍ଗା ପାଇଁ କ୍ଷତିପୂରଣ -25.53 ଲକ୍ଷ

7. ଉତ୍ତରପାର୍ଶ୍ ମଠ ଭଙ୍ଗା ପାଇଁ କ୍ଷତିପୂରଣ -12.40 କୋଟି ଟଙ୍କା

8. କେତକୀ ମଠ ଭଙ୍ଗା ପାଇଁ କ୍ଷତିପୂରଣ -80.36ଲକ୍ଷ ଟଙ୍କା

9. ନରସିଂହ ଆଚାରି ମଠ ଭଙ୍ଗା ପାଇଁ କ୍ଷତିପୂରଣ -33.79 ଲକ୍ଷ ଟଙ୍କା

10. ପଞ୍ଜାବୀ ମଠ ଭଙ୍ଗା ପାଇଁ କ୍ଷତିପୂରଣ -6.21କୋଟି ଟଙ୍କା

11. ବଡ଼ ଓଡ଼ିଆ ମଠ ଭଙ୍ଗା ପାଇଁ କ୍ଷତିପୂରଣ -10.96 ଲକ୍ଷ ଟଙ୍କା

12. ଲଙ୍ଗୁଲି ମଠ ଭଙ୍ଗା ପାଇଁ କ୍ଷତିପୂରଣ -84.74ଲକ୍ଷ ଟଙ୍କା

13. ଏମାର ମଠ ଭଙ୍ଗା ପାଇଁ କ୍ଷତିପୂରଣ -5.95କୋଟି ଟଙ୍କା

14. ବଡ଼ ଆଖଡ଼ା ମଠ ଭଙ୍ଗା ପାଇଁ କ୍ଷତିପୂରଣ – 11.56କୋଟି ଟଙ୍କା

15. ରାଧାବଲ୍ଲଭ ମଠ ଭଙ୍ଗା ପାଇଁ କ୍ଷତିପୂରଣ -11.43ଲକ୍ଷ ଟଙ୍କା

16. ରେବେସା ମଠ ଭଙ୍ଗା ପାଇଁ କ୍ଷତିପୂରଣ -27.46ଲକ୍ଷ ଟଙ୍କା

17. ଟ୍ରିମାଳି ମଠ ଭଙ୍ଗା ପାଇଁ କ୍ଷତିପୂରଣ -99.24 ଲକ୍ଷ ଟଙ୍କା

18. କୌଶଲ୍ୟା ଦାସ ମଠ ଭଙ୍ଗା ପାଇଁ କ୍ଷତିପୂରଣ  ଦିଆଯାଇନାହିଁ ।

LEAVE A REPLY

Please enter your comment!
Please enter your name here