ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ଭକ୍ତ ନିବାସକୁ ରହିବା ପାଇଁ ଆସୁଥିବା ଭକ୍ତଙ୍କୁ ଫୁଲ ଚନ୍ଦନ ସହ ସ୍ବାଗତ କରାଯିବ

0
489
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ରଂଜନ କୁମାର ଦାସ ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସମସ୍ତ 4 ଟି ଭକ୍ତ ନିବାସକୁ ଯାଇ ଭକ୍ତଙ୍କ ସହ ମତ ବିନିମୟ କରିଛନ୍ତି। ଭକ୍ତମାନେ ଶ୍ରୀମନ୍ଦିର ପ୍ରଶାସନର ଏହି ଉଦ୍ୟମକୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି।

By Our Correspondent

PURI/BHUBANESWAR:  ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ଭକ୍ତ ନିବାସକୁ ଆସୁଥିବା ଅତିଥି/ଭକ୍ତଙ୍କୁ ଏକ ସ୍ଵତନ୍ତ୍ର ଅନୁଭୂତି ପ୍ରଦାନ ପାଇଁ ଆଜିଠୁ ପ୍ରୟାସ ଆରମ୍ଭ ହୋଇଛି। ଏଣିକି ଭକ୍ତ ନିବାସକୁ ରହିବା ପାଇଁ ଆସୁଥିବା ଭକ୍ତଙ୍କୁ ଫୁଲ ଚନ୍ଦନ ସହ ସ୍ବାଗତ କରାଯିବ।  ବିଦାୟ ସମୟରେ ଭକ୍ତଙ୍କୁ ରଥକାଠ, ଦଉଡି, ରଥକନା ସମ୍ବଳିତ ପ୍ୟାକେଟ ପ୍ରଦାନ କରାଯିବ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀଯୁକ୍ତ ରଂଜନ କୁମାର ଦାସ ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ସମସ୍ତ 4 ଟି ଭକ୍ତ ନିବାସକୁ ଯାଇ ଭକ୍ତଙ୍କ ସହ ମତ ବିନିମୟ କରିଛନ୍ତି। ଭକ୍ତମାନେ ଶ୍ରୀମନ୍ଦିର ପ୍ରଶାସନର ଏହି ଉଦ୍ୟମକୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଛନ୍ତି।

ଏହି ଅବସରରେ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ଗଣ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here