ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ସିଧା ପ୍ରସାରଣ କାର୍ଯ୍ୟକ୍ରମ ଦେଖି ପରୋକ୍ଷରେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଜନସାଧାରଣଙ୍କୁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି

0
810
ମୁଖ୍ୟ ଶାସନ ସଚିବ ମଧ୍ୟ ଓଡିଶାର ସମସ୍ତ ଭାଇଭଉଣୀ ତଥା ଜନସାଧାରଣଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ସିଧା ପ୍ରସାରଣ କାର୍ଯ୍ୟକ୍ରମ ଦେଖି ପରୋକ୍ଷରେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି।

By Our Correspondent

BHUBANESWAR:  ଜାନୁଆରୀ ୧୭ ତାରିଖ ପୁରୀଠାରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଭକ୍ତି ଓ ଉଲ୍ଲାସର ସହ  ଅନୁଷ୍ଠିତ ହେବାକୁ ଯାଉଛି। ରାଜ୍ୟ ସରକାରଙ୍କ ପରିଚାଳନାଧିନ ସମସ୍ତ ସରକାରୀ ଦପ୍ତର, ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ନିମନ୍ତେ  ଛୁଟି ଘୋଷଣା କରାଯାଇଛି।

ଏହି ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସୋସିଆଲ ମିଡିଆ ଓ ବିଭିନ୍ନ ମାଧ୍ୟମରୁ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ନିମନ୍ତେ ଅନୁରୋଧ ପ୍ରାପ୍ତ ହୋଇଛି।

ଏ ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ସୂଚନା ଦେଇ କହିଛନ୍ତି ଯେ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର  ଲୋକାର୍ପଣ କାର୍ଯ୍ୟକ୍ରମ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ସିଧାପ୍ରସାରଣ ହେବ। ବେସରକାରୀ  କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନମାନେ ନିଜ ନିଜ ସ୍ତରରେ ଜାନୁଆରୀ   ୧୭ ତାରିଖ ଦିନ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୩ ଘଣ୍ଟା ପର୍ଯ୍ୟନ୍ତ ନିଜ ନିଜ ଅନୁଷ୍ଠାନରେ ଏହି ସିଧାପ୍ରସାରଣ  ପ୍ରଦର୍ଶନର ସୁବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ  ଅନୁରୋଧ କରିଛନ୍ତି।

 ଅନୁଷ୍ଠାନଗୁଡିକରେ କାର୍ଯ୍ୟରତ କର୍ମଚାରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିବା ସହ ଏଥିରେ  ନିଜକୁ ସାମିଲ କରିପାରିବେ।

ସେହିପରି ମୁଖ୍ୟ ଶାସନ ସଚିବ ମଧ୍ୟ ଓଡିଶାର ସମସ୍ତ ଭାଇଭଉଣୀ ତଥା ଜନସାଧାରଣଙ୍କୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ସିଧା ପ୍ରସାରଣ କାର୍ଯ୍ୟକ୍ରମ ଦେଖି ପରୋକ୍ଷରେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here