ଶ୍ରୀମନ୍ଦିର କୁ ସାଢେ ତିନି କିଗ୍ରା ଓଜନର ଚନ୍ଦନ କାଠ ପ୍ରଦାନ

0
371

By Our Correspondent

BHUBANESWAR:  ଶ୍ରୀମନ୍ଦିର କୁ ଚନ୍ଦନ କାଠ ପ୍ରଦାନ. କଟକ ଜିଲ୍ଲା ଟାଙ୍ଗୀ ନିବାସୀ ଲକ୍ଷ୍ମୀଧର ସାହୁ ଓ ତାଙ୍କ ଧର୍ମ ପତ୍ନୀ ନିରୁପମା ସାହୁ ଆଜି ପୂର୍ବାହ୍ନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କୁ ସାଢେ ତିନି କିଗ୍ରା ଓଜନର ଚନ୍ଦନ କାଠ ଅର୍ପଣ କରିଛନ୍ତି।

ଏହି ଚନ୍ଦନ ଗଛଟି ଶ୍ରୀ ସାହୁ ଙ୍କ ବାଡ଼ି ରେ ହୋଇଥିଲା ଓ ସେ ତାକୁ ଯତ୍ନ ଓ ସୁରକ୍ଷା ର ସହ ରଖିଥିଲେ।ଗତ ବାତ୍ୟା ରେ ଏହା ଉପୁଡି ପଡିବା ପରେ ଶ୍ରୀ ସାହୁ ଏହି ଚନ୍ଦନ କାଠକୁ ବିଭିନ୍ନ ମନ୍ଦିର ଓ ଧର୍ମ ସ୍ଥାନ କୁ ଦାନ କରିଥିଲେ।

ଆଜି ଶ୍ରୀଜୀଉ ଙ୍କ ଉଦ୍ଦେଶ୍ୟ ରେ ଏହାକୁ ମୁଖ୍ୟ ପ୍ରଶାସକ ଙ୍କ ମାଧ୍ୟମରେ ପ୍ରଦାନ କରି ସେ ଖୁବ ଖୁସି ହୋଇଛନ୍ତି ବୋଲି କହିଥିଲେ।ଏହି ପ୍ରଦାନ ସମୟରେ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here