ଲୋକପ୍ରିୟ ଯାତ୍ରା ନାଟକ “ଶାଗୁଣା ବସିଛି ଡେଣା ମେଲାଇ” ର ଲେଖକ ଡ.ସଚ୍ଚି ଦାସଙ୍କ ଅକାଳ ବିୟୋଗ, ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗଭୀର ଶୋକ ବ୍ୟକ୍ତ କରିଛନ୍ତି

0
71

By Our Correspondent

BHUBANESWAR: ପ୍ରଖ୍ୟାତ ନିର୍ଦ୍ଦେଶକ, ଲେଖକ ଓ ଅଭିନେତା ଡ.ସଚ୍ଚି ଦାସଙ୍କ ଅକାଳ ବିୟୋଗ ଓଡ଼ିଆ କଳାଜଗତ ତଥା ଯାତ୍ରାଜଗତ ପାଇଁ ଅପୂରଣୀୟ କ୍ଷତି। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସର୍ବୋଚ୍ଚ ସମ୍ମାନ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନିତ ହୋଇଥିଲେ ।

ସ୍ୱର୍ଗତଃ ଦାସଙ୍କ ନିର୍ଦ୍ଦେଶିତ ଲୋକପ୍ରିୟ ଯାତ୍ରା ନାଟକ “ଶାଗୁଣା ବସିଛି ଡେଣା ମେଲାଇ” ଏବେ ବି ଲୋକଙ୍କ ହୃଦୟରେ ସ୍ଥାନ ପାଇଛି । ସ୍ୱର୍ଗତଃ ଦାସ ଯାଜପୁର ଜିଲ୍ଲା ବରୀ ଅଂଚଳରେ ଜନ୍ମଗ୍ରହଣ କରିଥିଲେ ।

ତାଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି.

LEAVE A REPLY

Please enter your comment!
Please enter your name here