By Our Correspondent
BHUBANESWAR: ବିଶ୍ୱର ଚାରିଧାମ ମଧ୍ୟରୁ ଶ୍ରେଷ୍ଠ ଧାମ ହେଉଛି ପୁରୀ ଶ୍ରୀକ୍ଷେତ୍ର । ସେହି ଧାମର ଜଗତଗୁରୁ ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଶ୍ରୀମନ୍ଦିର ପରିଚାଳନା ଓ ନିତିକାନ୍ତିକୁ ନେଇ କ୍ଷୋଭ ପ୍ରକାଶ କରିବା ଅତ୍ୟନ୍ତ ଚିନ୍ତାଜନକ । ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନା କମିଟି ପୂଜ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଅଣଦେଖା କରିବା ଅର୍ଥ ସନାତନ ସଂସ୍କୃତିକୁ ବିରୋଧ କରିବା , ପୂର୍ବତନ ବିଜେପି ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ Samir Mohanty said.
ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ଶ୍ରୀମନ୍ଦିର ପରିଚାଳନା କାର୍ଯ୍ୟ ହୋଇଥାଏ ବୋଲି ପ୍ରାଚୀନ ସମୟରୁ ମାଦଳା ପାଞ୍ଜିରେ ଲିପିବଦ୍ଧ ଅଛି । ଏହାକୁ ମଧ୍ୟ ସୁପ୍ରିମକୋର୍ଟ ତର୍ଜମା କରି ସମ୍ମତି ପ୍ରଦାନ କରିଛନ୍ତି । କିନ୍ତୁ ପୂଜ୍ୟ ଶଙ୍କରାଚାର୍ଯ୍ୟଙ୍କୁ ରାଜ୍ୟ ସରକାର ଅଣଦେଖା କରିବା ଅର୍ଥ ସନାତନ ସଂସ୍କୃତିକୁ ବିରୋଧ କରିବାକୁ ମୁଁ ଦୃଢ଼ ନିନ୍ଦା କରୁଛି ।
ପୁରୀର ସୌନ୍ଦର୍ଯ୍ୟକରଣକୁ ବିରୋଧ କରାଯାଉନାହିଁ । କିନ୍ତୁ ସୌନ୍ଦର୍ଯ୍ୟ ନାଁରେ ପୁରୀ ଧାମର ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନଷ୍ଟ ନକରି ରାଜ୍ୟ ସରକାର ତାହା ବଜାୟ ରଖନ୍ତୁ । ଶଙ୍କରାଚାର୍ଯ୍ୟ ଓ ଗଜପତି ଶ୍ରୀମନ୍ଦିରର ଅଂଶ ବିଶେଷ । ବିଶେଷ କରି ଶଙ୍କରାଚାର୍ଯ୍ୟଙ୍କ ଏଭଳି କ୍ଷୋଭ କେବଳ ସାଢ଼େ ଚାରିକୋଟି ଓଡ଼ିଶାବାସୀ ନୁହଁ ସମସ୍ତ ଦେଶର ଜଗନ୍ନାଥ ପ୍ରେମୀଙ୍କୁ ଦୁଃଖ ଦେଇଛି । ଶଙ୍କରାଚାର୍ଯ୍ୟଙ୍କ ମତକୁ ସମ୍ମାନ ଦେଇ ରାଜ୍ୟ ସରକାର ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରନ୍ତୁ । -ପୂର୍ବତନ ବିଜେପି ରାଜ୍ୟ ସଭାପତି ତଥା ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ Mohanty said.

















![Ornab]over Eastcentral and adjoining Westcentral Bay of Bengal moved westwards with a speed of 15 kmph during last 6 hours, lay centered at 0830 hrs IST of 26th October over the same region near latitude 15.4°N and longitude 88.5°E, 580 km southeast of Gopalpur (Odisha), 610 km east-southeast of Vishakhapatnam (Andhra Pradesh), 620 km northwest of Sri Vijaya Puram (Andaman Islands), 690 km east-southeast of Kakinada (Andhra Pradesh), 790 km east-southeast of Machilipatnam (Andhra Pradesh) and 860 km east-southeast of Bapatla (Andhra Pradesh)](https://indianewsdiary.com/wp-content/uploads/2018/10/cyclone-and-heavy-rain-100x70.jpg)









