ରାଜ୍ୟ ପୋଲିସ ମୁଖ୍ୟାଳୟରେ ଜାତୀୟ ସଦ୍‌ଭାବନା ଦିବସ ଶପଥ ପାଠ ଅନୁଷ୍ଠିତ

0
551

By Our Correspondent

CUTTACK/BHUBANESWAR: ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ଜାତୀୟ ସଦ୍‌ଭାବନା ଦିବସ ଅବସରରେ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି . ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ଆର୍. କେ. ଶର୍ମା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସଦ୍‌ଭାବନା ଶପଥ ପାଠ କରାଇଥିଲେ .

 ଏହି ଅବସରରେ ପୋଲିସ ମୁଖ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଜାତି, ଧର୍ମ, ଭାଷା ଓ ଅଞ୍ଚଳ ନିର୍ବିଶେଷରେ ଦେଶରେ ସଦ୍‌ଭାବ ଏବଂ ଭାବନାତ୍ମକ ଏକତା ନିମନ୍ତେ କାର୍ଯ୍ୟ କରିବା ସହ ନିଜ ନିଜ ମଧ୍ୟରେ ଥିବା ମତଭେଦକୁ ଆପୋଷ ଆଲୋଚନା, ଅହିଂସା ତଥା ସାମ୍ୱିଧାନିକ ବିଧି ବ୍ୟବସ୍ଥା ମାଧ୍ୟମରେ ସମାଧାନ କରିବାକୁ ଶପଥ କରିଥିଲେ .

ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଶ୍ରୀ ଏସ୍‌. ପ୍ରବୀଣ କୁମାର, ଆଇ.ପି.ଏସ, ଆଇ.ଜି (ପର୍ସୋନେଲ), ଶ୍ରୀ ଅଶୋକ କୁମାର ମହାନ୍ତି, ଏ.ଆଇ.ଜି (ପ୍ରୋଭିଜନିଙ୍ଗ), ଶ୍ରୀ ପ୍ରିୟ ରଞ୍ଜନ ଶତପଥୀ, ଏ.ଆଇ.ଜି (ପର୍ସୋନେଲ), ଶ୍ରୀ ପଙ୍କଜ କୁମାର ନାୟକ, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ଶ୍ରୀ ଅଶୋକ କୁମାର ବେହେରା, ସୁବେଦାର ଙ୍କ ସମେତ ସମସ୍ତ ସଂସ୍ଥା ଅଧିକାରୀ, ଉପବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଶପଥ ପାଠ କରିଥିଲେ .

LEAVE A REPLY

Please enter your comment!
Please enter your name here