ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡଙ୍ଗୀ କଟକସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ  ୫୬ଟି ନୂତନ ଯାନ ODRAF ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି

0
149
ଆଜି ପୂର୍ବାହ୍ନରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡଙ୍ଗୀ କଟକସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ୫୬ଟି ନୂତନ ଯାନ ODRAF ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ଏହି ଯାନ ଦ୍ଵାରା ଜରୁରୀକାଳୀନ ପରିସ୍ଥିତି ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ ଜନତା ଉପଯୁକ୍ତ ସେବା ପାଇ ପାରିବେ ବୋଲି ଡ଼ିଜିପି ଶ୍ରୀ ଷଡଙ୍ଗୀ ମତବ୍ୟକ୍ତ କରିଛନ୍ତି ।

By Our Correspondent

CUTTACK/BHUBANESWAR: ଆଜି ପୂର୍ବାହ୍ନରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡଙ୍ଗୀ କଟକସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ  ୫୬ଟି ନୂତନ ଯାନ ODRAF ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ଏହି ଯାନ ଦ୍ଵାରା ଜରୁରୀକାଳୀନ ପରିସ୍ଥିତି ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ ଜନତା ଉପଯୁକ୍ତ ସେବା ପାଇ ପାରିବେ ବୋଲି ଡ଼ିଜିପି ଶ୍ରୀ ଷଡଙ୍ଗୀ ମତବ୍ୟକ୍ତ କରିଛନ୍ତି ।

ଏହି ଅବସରରେ ସେ କହି ଥିଲେ ଯେ, ମନୁଷ୍ୟକୃତ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ODRAFର ଭୂମିକା ସବୁବେଳେ ଗୁରୁତ୍ବପୂର୍ଣ୍ଣ ରହି ଆସିଛି। ବିଗତ ୨୪ ବର୍ଷ ମଧ୍ୟରେ ODRAF ସାଧାରଣ ଜନତାଙ୍କୁ ଉପଯୁକ୍ତ ସେବା ପ୍ରଦାନ କରିଆସିଛି। ବାହାନଗା ରେଳ ଦୁର୍ଘଟଣା କିମ୍ବା ଅନ୍ୟ କୌଣସି ଜରୁରୀକାଳୀନ ପରିସ୍ଥିତି ସମୟରେ ଧନ ଜୀବନ ସୁରକ୍ଷା ଯୋଗାଇ ଦେବାରେ ODRAF ନିରନ୍ତର ସେବା ଯୋଗାଇ ଆସିଛି ବୋଲି ଡ଼ିଜିପି ଶ୍ରୀ ଷଡଙ୍ଗୀ କହିଥିଲେ ।

ଆଗାମୀ ଦିନରେ ଅତ୍ୟାଧୁନିକ ଉପକରଣ, ପରିବହନ ଏବଂ ମାନବ ସମ୍ବଳ ଯୋଗାଇ ODRAFକୁ ଆହୁରି ଶକ୍ତିଶାଳି କରାଯିବ ବୋଲି ସେ କହିଛନ୍ତି । ନିରନ୍ତର ଶିକ୍ଷା ଏବଂ ନିରନ୍ତର ଅଭ୍ଯାସ ଦ୍ଵାରା ODRAF ବାହିନୀକୁ ସଶକ୍ତ କରାଯିବ। ଯାହାଦ୍ଵାରା ଜରୁରୀକାଳୀନ ପରିସ୍ଥିତି ସମୟରେ ଜନତାଙ୍କୁ ଉପଯୁକ୍ତ ସେବା ପ୍ରଦାନ କରିବାରେ ସକ୍ଷମ ହୋଇପାରିବେ । ଆଗାମୀ ଦିନରେ ଦେଶ, ସମାଜ ତଥା ପୁଲିସ ବିଭାଗ ପ୍ରତି  ସେବା ମନୋବୃତ୍ତି ସମ୍ପର୍କରେ ଡ଼ିଜିପି ଶ୍ରୀ ଷଡଙ୍ଗୀ ଗୁରୁତ୍ଵ।ରୋପ କରିଥିଲେ । 

ODRAFର ଦାୟିତ୍ଵରେ ଥିବା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର ବିଗତ ଦିନରେ ODRAF ଦ୍ଵାରା କରାଯାଇଥିବା ବିଭିନ୍ନ ଅପରେଶନ ସମ୍ପର୍କରେ ସୂଚନା ଦେଇଥିଲେ । ବାହାନଗା ରେଳ ଦୁର୍ଘଟଣା, ସମ୍ବଲପୁର ବୋରୱେଲରୁ ନବଜାତ ଶିଶୁକୁ ଉଦ୍ଧାର ତଥା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ODRAF କାର୍ଯ୍ୟ।ବଳି ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

ଏଥିନିମନ୍ତେ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ODRAFକୁ ପ୍ରଶଂସା କରିଥିବା କଥା ଉଲ୍ଲେଖ କରିଥିଲେ । ଏହି ଯାନ ଗୁଡିକ ଦ୍ଵାରା ଅଳ୍ପ ସମୟ ମଧ୍ୟରେ ଜନସାଧାରଣଙ୍କୁ ଉପଯୁକ୍ତ ସେବା ପ୍ରଦାନ କରାଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (HRPC) ଶ୍ରୀ ଲଳିତ ଦାସ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (SAP) ଶ୍ରୀ ଆର.ପି କୋଚେଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀଗଣ ଉପସ୍ଥିତ ଥିଲେ ।  କାର୍ଯ୍ୟକ୍ରମ ଶେଷରେ ଷଷ୍ଠ ବାଟାଲିୟନ କମାଣ୍ଡେଣ୍ଟ ଶ୍ରୀ ସୂର୍ଯ୍ୟନାରାୟଣ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଏହି ୫୬ଟି ନୂତନ ଯାନ ମଧ୍ୟରେ ୨୦ଟି ବୋଲେରୋ, ୨୦ଟି ବସ, ୧୫ଟି ଟ୍ରାକ୍ଟର ଏବଂ ଗୋଟିଏ କାମ୍ପର ଗାଡି ରହିଛି ।

LEAVE A REPLY

Please enter your comment!
Please enter your name here