ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ଡାକ୍ତରଖାନାରେ ୩୭୩୨ ଜଣ ନର୍ସିଂ ଅଫିସର ଯୋଗ ଦେଇଛନ୍ତି

0
213
: ବଳିଷ୍ଠ ହେଉଛି ଗୁଣାତ୍ମକ ସ୍ୱାସ୍ଥ୍ୟସେବାର ସଙ୍କଳ୍ପ। ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ଡାକ୍ତରଖାନାରେ ୩୭୩୨ ଜଣ ନର୍ସିଂ ଅଫିସର ଯୋଗ ଦେଇଛନ୍ତି। ରୋଗୀ ସେବା ପରି ଏକ ମହାନ ସେବାରେ ଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନୂଆ ଅଧିକାରୀମାନଙ୍କୁ ଓ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି।

By Our Correspondent

BHUBANESWAR:   ବଳିଷ୍ଠ ହେଉଛି ଗୁଣାତ୍ମକ ସ୍ୱାସ୍ଥ୍ୟସେବାର ସଙ୍କଳ୍ପ। ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ଡାକ୍ତରଖାନାରେ ୩୭୩୨ ଜଣ ନର୍ସିଂ ଅଫିସର ଯୋଗ ଦେଇଛନ୍ତି। ରୋଗୀ ସେବା ପରି ଏକ ମହାନ ସେବାରେ ଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନୂଆ ଅଧିକାରୀମାନଙ୍କୁ ଓ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି।    

ପଣ୍ଡିତ ଗୋପବନ୍ଧୁ ଦାସ, ଫ୍ଲୋରେନ୍‌ସ ନାଇଟେଙ୍ଗଲ ଓ ମଦର ଟେରେସାଙ୍କ ପରି ସେବାର ପ୍ରତିମୂର୍ତ୍ତୀମାନଙ୍କ ଆଦର୍ଶକୁ ଅନୁସରଣ କରିବା ପାଇଁ ନୂତନ ଭାବେ ଯୋଗ ଦେଇଥିବା ନର୍ସିଂ ଅଫିସରମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ନିଃସ୍ବାର୍ଥପର ଭାବେ ନିଷ୍ଠାର ସହ ସେମାନଙ୍କ ଆଦର୍ଶରେ କାମ କଲେ, ନିଜ ପାଇଁ ସେମାନେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ବୋଲି ସେ କହିଛନ୍ତି।

୫ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ନବନିଯୁକ୍ତ ନର୍ସିଂ ଅଫିସର ମାନଙ୍କ ସହ ମତ ବିନିମୟ କରି କହିଥିଲେ ଯେ ଆପଣମାନେ ଆଜି ନୂଆ ଚାକିରୀରେ ଯୋଗ ଦେଇ ଯେପରି ଖୁସି ଅଛନ୍ତି, ଆପଣମାନଙ୍କ ପାଖକୁ ଯେଉଁ ଲୋକ ଚିକିତ୍ସା ପାଇଁ ଆସିବେ, ତାଙ୍କୁ ମଧ୍ୟ ଆପଣମାନେ ଏପରି ଖୁସି ଦେବାକୁ ଉଦ୍ୟମ କରନ୍ତୁ। ସେମାନଙ୍କୁ ଭଲ ସେବା ଦିଅନ୍ତୁ।

ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ ଜେନା କହିଥିଲେ ଯେ ୩୭୩୨ ଜଣ ନର୍ସିଂ ଅଫିସରଙ୍କ ନୂଆ ନିଯୁକ୍ତି ଆମର ସ୍ବାସ୍ଥ୍ୟସେବା କ୍ଷେତ୍ରକୁ ଅଧିକ ସୁଦୃଢ କରିବା ସହିତ ଆମର ଲକ୍ଷ୍ୟ ପୂରଣରେ ସହାୟକ ହେବ। ସମସ୍ତଙ୍କୁ ନିଷ୍ଠାର ସହ କାମ କରିବାକୁ ସେ ପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here