ରାଜ୍ୟରେ ମୌସୁମୀ ସକ୍ରିୟ , ଆଗାମୀ ୨୪ଘଣ୍ଟା ପାଇଁ ୧୧ ଜିଲ୍ଲାକୁ ଅରେଞ୍ଜ ଚେତବାନୀ

0
390

By Our Correspondent

BHUBANESWAR: ରାଜ୍ୟରେ ମୌସୁମୀ ସକ୍ରିୟ  ରହିଥିବା ବେଳେ,  ଗତ ୨୪ଘଣ୍ଟା ରେ ରାଜ୍ୟରେ ୩୧.୭ମିମି ବର୍ଷାରେକର୍ଡ କରାଯାଇଛି ଯାହା ସ୍ୱାଭାବିକ  ବର୍ଷା ୮.୬ ମିମି ତୁଳନାରେ ୨୬୯% ଅଧିକ .

ସେହିପରି ଅନୁଗୁଳ ଜିଲ୍ଲାରେ ସର୍ବାଧିକ ବର୍ଷା ୧୦୧.୧ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୭.୩ମିମି ତୁଳନାରେ ୧୨୮୫% ଅଧିକ ରହିଛି.

ଆଗାମୀ ୨୪ଘଣ୍ଟା ପାଇଁ ୧୧ଜିଲ୍ଲାକୁ ଅରେଞ୍ଜ ଚେତବାନୀ. ଝାରସୁଗୁଡା, ବରଗଡ, ସୁନ୍ଦରଗଡ, ସମ୍ବଲପୁର ଜିଲ୍ଲାରେ କିଛି କିଛି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ତଥା ନୂଆପଡା ବଲାଙ୍ଗୀର , ବୌଦ୍ଧ, ସୋନପୁର, ଅନୁଗୁଳ, ଦେବଗଡ ଏବଂ କେନ୍ଦୁଝର ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଚେତବାନୀ.

ମତ୍ସ୍ୟଜୀବୀଙ୍କୁ ଆଗାମୀ ୨୪ ଘଣ୍ଟା ଯାଏଁ ସମୁଦ୍ର ମନା. ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଯାଏଁ  ସମୁଦ୍ର ଅଶାନ୍ତ  ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ  ଓଡିଶା ଉପକୂଳ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ  ଏବଂ ଉତ୍ତର ବଙ୍ଗୋପସାଗରକୁ  ଯିବାକୁ ସମ୍ପୂର୍ଣ ବାରଣ କରାଯାଇଛି.

ଲଘୁଚାପ ଜନିତ ବର୍ଷାର ପ୍ରଭାବରେ  ତଳୁଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା . ସହରାଅଞ୍ଚଳରେ ତୀବ୍ର ବର୍ଷା ସମୟରେ ଦୃଶ୍ୟମାନ ଦୂରତା କମିବା ସହ ଟ୍ରାଫିକ ଜନିତ ସମସ୍ୟା ଉପୁଜିପାରେ .କଚ୍ଚା ରାସ୍ତା  ପ୍ରଭାବିତ ହେବ ସହ  ମାଟିଚାଳ ଘରର କାନ୍ଥ ପଡ଼ିବାର ସମ୍ଭାବନା ରହିଛି. ତଳୁଆ ଚାଷଜମି ଗୁଡିକରେ ପାଣିଜମିବାର ସମ୍ଭାବନା ଥିବାରୁ ଜଳନିସ୍କାସନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ ସୂଚନା.

LEAVE A REPLY

Please enter your comment!
Please enter your name here