ରାଜସ୍ଥାନରେ ଦିଶାହୀନ ଓ ଭ୍ରଷ୍ଟ କଂଗ୍ରେସ ସରକାରକୁ ହଟାଇବା ପାଇଁ ରାଜସ୍ଥାନ ମନ ବଳାଇସାରିଛି-  ଧର୍ମେନ୍ଦ୍ର ପ୍ରଧାନ

0
259
ରାଜସ୍ଥାନରେ ଅଶୋକ ଗେହଲଟଙ୍କ ନେତୃତ୍ୱାଧୀନ ଦିଶାହୀନ ଓ ଭ୍ରଷ୍ଟ କଂଗ୍ରେସ ସରକାରକୁ ହଟାଇବା ପାଇଁ ଲୋକମାନେ ମନ ବଳାଇସାରିଛନ୍ତି ବୋଲି ଆଜି ରାଜସ୍ଥାନର ଜୟପୁରରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

By Our Correspondent 

JAIPUR/BHUBANESWAR:  ରାଜସ୍ଥାନରେ ଅଶୋକ ଗେହଲଟଙ୍କ ନେତୃତ୍ୱାଧୀନ ଦିଶାହୀନ ଓ ଭ୍ରଷ୍ଟ କଂଗ୍ରେସ ସରକାରକୁ ହଟାଇବା ପାଇଁ ଲୋକମାନେ ମନ ବଳାଇସାରିଛନ୍ତି ବୋଲି ଆଜି ରାଜସ୍ଥାନର ଜୟପୁରରେ ରାଜ୍ୟ ବିଜେପି କାର୍ଯ୍ୟାଳୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଗାମୀ ୫୦ ଦିନରେ ରାଜସ୍ଥାନରେ ବିଜେପି ସରକାର ଆସିବ । ରାଜସ୍ଥାନର କଂଗ୍ରେସ ସରକାରରେ ଚାଷୀଙ୍କୁ ଧୋକ୍କା ଦିଆଯାଉଛି । ଏହି ସରକାରରେ ମହିଳା ନିର୍ଯ୍ୟାତନା ବଢିଛି ।  ଯୁବପିଢିଙ୍କ ଭବିଷ୍ୟତ ସହ ସରକାର ଖେଳ ଖେଳୁଛନ୍ତି । ପରୀକ୍ଷାରେ ବିଭ୍ରାଟ ହୋଇଛି । ରୋଜଗାରରେ ଦୁର୍ନୀତି ହେଉଛି । ରାଜସ୍ଥାନରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । ଅଶୋକ ଗେହଲଟଙ୍କ ନେତୃତ୍ୱରେ ଏହି ଦିଶାହୀନ ଓ ଭ୍ରଷ୍ଟ କଂଗ୍ରେସ ସରକାରକୁ ହଟାଇବା ପାଇଁ ରାଜସ୍ଥାନର ସାଧାରଣ ଲୋକମାନେ ମନ ବଳାଇସାରିଛନ୍ତି । 

ଶ୍ରୀ ପ୍ରଧାନ କହିଛନ୍ତି ଯେ ନିର୍ବାଚନ ସମୟରେ କଂଗ୍ରେସ ଲୋକମାନଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲା । ମାତ୍ର ସେ ସବୁ ଏ ପର୍ଯ୍ୟନ୍ତ ପୂରଣ ହୋଇପାରିଲା ନାହିଁ । କଂଗ୍ରେସ ଦଳ ଭିତରେ ଅନ୍ତକନ୍ଦଳ ଦିବାଲୋକରେ ସ୍ପଷ୍ଟ ଦେଖାଯାଉଛି । ଲୋକମାନେ ଆଗାମୀ ନିର୍ବାଚନ ସମୟରେ କଂଗ୍ରେସ ଦଳକୁ ପ୍ରତ୍ୟାଖ୍ୟାନ କରିବେ । ବର୍ତ୍ତମାନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଶାସନ ଜୟପୁର ଓ ରାଜସ୍ଥାନବାସୀଙ୍କ ଆସ୍ଥାଭାଜନ ହୋଇଛି । ରାଜସ୍ଥାନବାସୀଙ୍କର ବିଜେପି ପ୍ରତି ଆଶୀର୍ବାଦ ରହିଛି  । 

ଏହା ପୂର୍ବରୁ ଶ୍ରୀ ପ୍ରଧାନ ଜୟପୁରରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ ସଂଗଠନ ବୈଠକରେ ଯୋଗ ଦେଇଥିଲେ । ସେ ଏହି ବୈଠକରେ କହିଥିଲେ ଯେ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ବିଜେପି ଆତ୍ମବିଶ୍ୱାସର ସହ ପ୍ରସ୍ତୁତ ଅଛି । ରାଜସ୍ଥାନରେ ଜନତାଙ୍କ ଆକାଂକ୍ଷାକୁ ଭାଜପା କେବଳ ପୂରଣ କରିପାରିବ । ପ୍ରଧାନମନ୍ତ୍ରୀଙ୍କ ବିଶ୍ୱସନୀୟ ନେତୃତ୍ୱ, ସେବା ଏବଂ ଲୋକକଲ୍ୟାଣ ଉପରେ ସମସ୍ତଙ୍କ ଦୃଢ ବିଶ୍ୱାସ ଅଛି ।

LEAVE A REPLY

Please enter your comment!
Please enter your name here