ରାଜଧାନୀ ଭୁବନେଶ୍ୱର ରେ କିଛି ଅଞ୍ଚଳରେ ତୀବ୍ର ବୃଷ୍ଟିପାତ , ଘଣ୍ଟା ପ୍ରତି ୨ ରୁ ୩  ସେମି

0
316
ରାଜଧାନୀ ଭୁବନେଶ୍ୱର ରେ କିଛି ଅଞ୍ଚଳରେ ତୀବ୍ର ବୃଷ୍ଟିପାତ ( ଘଣ୍ଟା ପ୍ରତି ୨ ରୁ ୩ ସେମି) | ପ୍ରଭାବରେ କିଛି ଅଞ୍ଚଳରେ ଟ୍ରାଫିକ ଜନିତ ସମସ୍ୟା ଉପୁଜିବାରେ ସମ୍ଭାବନା ରହିଛି, ତଥା ଦୃଶ୍ୟମାନ ଦୂରତା କମିବା ତଥା ବର୍ଷା ପ୍ରଭାବରେ ତଳୁଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା ହେତୁ.ଏହି ସମୟରେ ଯାତାୟାତ ରୁ ନିବୃତ ରହିବାକୁ ସୂଚନା ଜାରି.

By Our Correspondent

BHUBANESWAR:   ରାଜଧାନୀ ଭୁବନେଶ୍ୱର ରେ କିଛି ଅଞ୍ଚଳରେ ତୀବ୍ର ବୃଷ୍ଟିପାତ ( ଘଣ୍ଟା ପ୍ରତି ୨ ରୁ ୩  ସେମି) | ପ୍ରଭାବରେ କିଛି ଅଞ୍ଚଳରେ ଟ୍ରାଫିକ ଜନିତ ସମସ୍ୟା ଉପୁଜିବାରେ ସମ୍ଭାବନା ରହିଛି, ତଥା ଦୃଶ୍ୟମାନ ଦୂରତା କମିବା   ତଥା ବର୍ଷା ପ୍ରଭାବରେ ତଳୁଆ ଅଞ୍ଚଳରେ ପାଣି ଜମିବା ସମ୍ଭାବନା ହେତୁ.ଏହି ସମୟରେ  ଯାତାୟାତ ରୁ  ନିବୃତ ରହିବାକୁ ସୂଚନା ଜାରି.

ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ପ୍ରବାହ ସ୍ୱାଭାବିକ ସହ ରାଜ୍ୟରେ ହାରାହାରି ୯.୯ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୯.୮ ମିମି ତୁଳନାରେ ୧ ପ୍ରତିଶତ ଅଧିକ ରହିଛି.

ଚଳିତ ମୌସୁମୀ ଋତୁରେ , ୧ ଜୁନ ରୁ ଆଜି ୧୧  ଜୁଲାଇ ମଧ୍ୟରେ ୨୩୨.୭   ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୩୧୪  ମିମି ତୁଳନାରେ ୨୬  ପ୍ରତିଶତ କମ ରହିଛି. ଏହି ପରିଧି ମଧ୍ୟରେ  ଦେବଗଡ ଜିଲ୍ଲାରେ ସର୍ବାଧିକ ୪୫୬.୮   ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା   ତୁଳନାରେ ୪୫% ଅଧିକ ରହିଛି.

ସେହିପରି କଳାହାଣ୍ଡି ଜିଲ୍ଲାରେ ୧୩୬.୫  ମିମି ସହ  ସବୁଠାରୁ କମ ପ୍ରତିଶତ ବର୍ଷା ରେକର୍ଡ କରାଯାଇଛି  ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୬୪% କମ ରହିଛି.

LEAVE A REPLY

Please enter your comment!
Please enter your name here