ରଥ ନିର୍ମାଣ କାର୍ଯ୍ୟ ୫୬ ତମ ଦିବସ, ତିନିରଥର ଠେକେରା ବାଡ଼ ବୁଲି ଠେକେରାବାଡ଼ ଉପରେ ସଖୀ ଫିଟିଙ୍ଗ ଶେଷ ହୋଇଛି

0
391
ତିନିରଥର ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ, ରଥ ନିର୍ମାଣ ଶେଷ ହୋଇଥିଲେହେଁ ମୁଖ୍ୟ ମହାରଣା ସେବକ ମାନେ ଛୋଟ ଛୋଟ ନିର୍ମାଣ କାର୍ଯ୍ୟ ର ତଦାରଖ କରି କାର୍ଯ୍ୟ କରୁଛନ୍ତି, ତିନିରଥର ଠେକେରା ବାଡ଼ ବୁଲି ଠେକେରାବାଡ଼ ଉପରେ ସଖୀ ଫିଟିଙ୍ଗ ଶେଷ ହୋଇଅଛି ।

By Our Correspondent

PURI/BHUBANESWAR:   ତିନିରଥର ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ,  ରଥ ନିର୍ମାଣ ଶେଷ ହୋଇଥିଲେହେଁ  ମୁଖ୍ୟ ମହାରଣା ସେବକ ମାନେ ଛୋଟ ଛୋଟ ନିର୍ମାଣ କାର୍ଯ୍ୟ ର ତଦାରଖ କରି କାର୍ଯ୍ୟ କରୁଛନ୍ତି, ତିନିରଥର ଠେକେରା ବାଡ଼ ବୁଲି ଠେକେରାବାଡ଼ ଉପରେ ସଖୀ ଫିଟିଙ୍ଗ ଶେଷ ହୋଇଅଛି ।

 ଶ୍ରୀବିଗ୍ରହ ମାନଙ୍କ ବେଦୀ ଉପର କନକ ମୁଣ୍ଡି ରେ ପିତଳ ଚଦର ଆବରଣ ଗମ୍ବୁଜା କାର ଭାବେ ଫିଟିଙ୍ଗ ଶେଷ ହୋଇଅଛି। ତିନିରଥର କନାପକା କାର୍ଯ୍ୟ କୋଠ ସୁଆଁସିଆ ସେବକ ମାନେ ଶେଷ କରିଛନ୍ତି, ତିନିରଥ ମୋଡ଼ ଦଉଡ଼ି ପାଇଁ ଆବଶ୍ୟକ ତାଳ ଫାଳି  କଟିଙ୍ଗ କରି କରତି ସେବକ ମାନେ ଯୋଗାଇବା ସହ,   ତାଳଧ୍ୱଜ ରଥ  ଚାରବନ୍ଧା ପାଇଁ ଅବଶ୍ୟକ ଥିବା ‘ମାଲକାଠ’ (ତାଳ) କଟିଙ୍ଗ କରି ଯୋଗାଇଛନ୍ତି।

 ଚିତ୍ରକାର ସେବକ ମାନେ ତିନି ରଥର ପ୍ରଭାରେ ରୂପ ଚିତ୍ର ଶେଷ କରିଛନ୍ତି ରଙ୍ଗ ଚିତ୍ର ଶୁଖିଲା ପରେ ଆସନ୍ତା କାଲି ତିନିରଥ ରେ ମହାରଣା ମାନେ ଫିଟିଙ୍ଗ କରିବେ ।

 ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ତିନି ରଥର ୪ଟି ଲେଖାଁଏ ୧୨ ଗୋଟି ୨୦ ଏମ ଏମ ର ଵା ୧୫ ର ରୁ ୧୮  ଇଞ୍ଚ ର ‘ପ୍ରଭାକଣ୍ଟା’ ନିର୍ମାଣ ଶେଷ କରିଛନ୍ତି

 ଦରଜି ସେବକ ମାନେ ରଥ କନା କାମ ଶେଷ ପରେ ଶ୍ରୀ ବିଗ୍ରହଙ୍କ ପହଣ୍ଡି ରେ ବ୍ୟବହୃତ  ଆବଶ୍ୟକ ୧୨ ହାତି ଗଡା ୧୬ ହାତି ଗଡା ଇତ୍ୟାଦି କନା କାର୍ଯ୍ୟ ଶେଷ କରିଛନ୍ତି।

LEAVE A REPLY

Please enter your comment!
Please enter your name here