ରଥ ନିର୍ମାଣ କାର୍ଯ୍ୟ ୪୯ ତମ ଦିବସ, ତିନିରଥର ଦୁଇଟି ଲେଖାଁଏ ଆଗଆଣି ଏବଂ ପଛଆଣି ‘କତରା’ ନିର୍ମାଣ ଶେଷ ପରେ ତିନି ରଥରେ ଫିଟିଙ୍ଗ କରାଯାଇଛି

0
351
ଆଜି ତିନିରଥର ଦୁଇଟି ଲେଖାଁଏ ଆଗଆଣି ଏବଂ ପଛଆଣି 'କତରା' ନିର୍ମାଣ ଶେଷ ପରେ ତିନି ରଥରେ ଫିଟିଙ୍ଗ କରାଯାଇଛି।ମାପ ପ୍ରକାରେ କତରାରେ କାପ କରାଯାଇ ଗୁଜ ଏବଂ ଗୟଳ ଟାଣ ଉପରେ କଣ୍ଟା ବାଡ଼ିଆ ଯାଇ ଫିଟିଙ୍ଗ କରାଯାଇଛି, ତଥର ବିଭିର୍ଣ୍ଣ ଅଂଶ କୁ ବାନ୍ଧି ରଖିବା ପାଇଁ କତରା ବାଡ଼ିଆ ହୋଇଥାଏ, ସେବାକାରୀ ମାନେ ରଥ ଉପରକୁ ଉଥିବାରେ ଏହା ସହାୟକ ହୋଇଥାଏ

By Our Correspondent

PURI/BHUBANESWAR:  ପୂର୍ବଦିନ ପରି ଆଜି ତିନିରଥର ନିର୍ମାଣଜାରୀ ସେବକ ମାନେ ରଥ ଖଳାଠାରେ ସକାଳ ଘ.୮.୦୦ ଟିକା ରେ ଉପସ୍ଥିତ ପୂର୍ବକ ମୁଖ୍ୟ ମହାରଣା ଙ୍କ ପରାମର୍ଶରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

  ରଥ ନିର୍ମାଣ ଅଗ୍ରଗତି

 ଗତକାଲି ତିନିରଥର ପାରାଭାଡ଼ି ସମେତ ୧୩ ତମ ପରସ୍ତ ‘ଖପୁରୀ ପାରେଣି’ ପଡିବା ସହ ତିନିରଥ ଚାରି ପାର୍ଶ୍ୱରେ ତାଗ ବାଡ଼ିଆ ଶେଷ ହୋଇଥିଲା

 ଆଜି ତିନିରଥର ଦୁଇଟି ଲେଖାଁଏ ଆଗଆଣି ଏବଂ ପଛଆଣି ‘କତରା’ ନିର୍ମାଣ ଶେଷ ପରେ ତିନି ରଥରେ ଫିଟିଙ୍ଗ କରାଯାଇଛି।ମାପ ପ୍ରକାରେ କତରାରେ କାପ କରାଯାଇ ଗୁଜ ଏବଂ ଗୟଳ ଟାଣ ଉପରେ କଣ୍ଟା ବାଡ଼ିଆ ଯାଇ ଫିଟିଙ୍ଗ କରାଯାଇଛି, ତଥର ବିଭିର୍ଣ୍ଣ ଅଂଶ କୁ ବାନ୍ଧି ରଖିବା ପାଇଁ କତରା ବାଡ଼ିଆ ହୋଇଥାଏ, ସେବାକାରୀ ମାନେ ରଥ ଉପରକୁ ଉଥିବାରେ ଏହା ସହାୟକ ହୋଇଥାଏ.

ତିନିରଥ ଚାରି ପାର୍ଶ୍ୱରେ ତାଗ ବା ବଟନ ବାଡ଼ିଆ ପରେ ତାଗ ଉପରେ ପଟା ବାଡ଼ିଆ କାର୍ଯ୍ୟ ଜାରି ରହିଛି।ଆଜି  ମହାରଣା ସେବକ ମାନେ ତିନି ବାଡର ‘ପ୍ରଭା’ ଏବଂ ଶ୍ରୀବିଗ୍ରହ ମାନଙ୍କ ‘ଚକା ବଇଠି’ ନିର୍ମାଣ ଶେଷ କରିଛନ୍ତି।

ଏଥି ସହ ଆଜି ତିନିରଥର ଦୁଇଟି ଲେଖାଁଏ ‘ଘୋଡାଇଶ’ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଘୋଡା ଇଶ ଚାର ପରିଛା, ନିରାଡ଼ି ମଧ୍ୟରେ ଥିବା ଫାଙ୍କ ରେ ଭର୍ତ୍ତି କରାଯାଇ ସଂଯୋଗ କରାଯିବ.

ତିନିରଥର ଦୁଇଟି ଲେଖାଁଏ ୨୦ ଫୁଟର ‘ସାଙ୍ଗି’ ନିର୍ମାଣ ଶେଷ ହୋଇଛି। ଏହାଦ୍ୱାରା ଭୋଇ ସେବକ ମାନେ  ରଥ ସାରଥୀ, ରଥ ଦଉଡ଼ି ଅନ୍ୟାନ୍ୟ ଜିନିସାତ ବୋହି ନେବାରେ  ବ୍ୟବହୃତ ହେବ।

 ଆଜି  ରୂପକାର ସେବକ ମାନେ ତିନିରଥର ବାକି ନାତଗୋଡ଼ ଗୁଡିକରେ କନ୍ଦର୍ପ ରୂପ ଖିଦେଇ ଶେଷ କରି ଛନ୍ତି, ଆସନ୍ତାକାଲି ଅନୁକୂଳ ପୂଜା ପରେ ‘ପ୍ରଭା’ ଗୁଡିକ ରେ ରୂପ ଖୋଦେଇ ଆରମ୍ଭ କରିବେ

 ଆଜି ଚିତ୍ରକାର ସେବକ ମାନେ ତିନିରଥର ଚାରୋଟି ଲେଖାଁଏ ଦୁଆର ବେଢାରେ ରୂପ ଚିତ୍ର ସହ, ରଥ ପାର୍ଶ୍ୱ ଦେବ ବେବୀ, କଳଶ, ଓଲଟ ଶୁଆ, ହଂସ ପଟା, ରଥ ବାହ୍ୟ ଅଂଶରେ ଚିତ୍ର କାର୍ଯ୍ୟ ଜାରି ରଖିଛନ୍ତି।ଦୋଳବେଦୀ କମାର ଶାଳ ରେ ଓଝା ସେବକ ମାନେ ଜଗତ ପୃଷ୍ଠ ଶେଣୀ କଣ୍ଟା ନିର୍ମାଣ ଜାରି ରଖିଛନ୍ତି ଦରଜି ସେବକ ମାନେ ତିନିରଥର ବତା କନାର ବିଳାଶ ପଟିରେ ଲେସ କାମ କରୁଛନ୍ତି।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

 ତିନିରଥର ମହାରଣା ସେବକ-୭୫

 ତିନିରଥର ଭୋଇ ସେବକ    -୭୭

ତିନିରଥର ରୂପକାର ସେବକ-୧୯

 ତିନିରଥର କନାର ସେବକ   -୧୭

 ତିନିରଥର କରତି ସେବକ    – ୪

ପାହି ମହାରଣା                  – ୨

 ତୁମ୍ବ ବିନ୍ଧ କାରିଗର             – ୧

 ରଥଖଳା ସହାୟକ(ପାଣିବାଲା)୧

                           ମୋଟ-୧୯୬

 ଏଥିସହ ୧୭ ଜଣ ଦରଜି ସେବକ ଏବଂ ୩୪ ଜଣ ଚିତ୍ରକାର ସେବକ  ନିଜ ନିଜର ସେବା କାର୍ଯ୍ୟରେ ଯୋଗ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here