ରଥ ନିର୍ମାଣ କାର୍ଯ୍ୟ ୪୬ ତମ ଦିବସ, ନନ୍ଦିଘୋଷ ରଥର ତିନି ପାର୍ଶ୍ୱରେ ତାଗ ବାଡ଼ିଆପରେ ପଛ ପାର୍ଶ୍ୱରେ ପଟା ବାଡ଼ିଆ କାର୍ଯ୍ୟ ଆରମ୍ଭ ହୋଇଛି

0
497
ତିନିରଥର ୪ ଟି କେଖାଏ ଦୁଆର ବେଢା଼ରୁ ଆଜି ତିନିରଥର ଦୁଇଟି ଲେଖାଁଏ ଦୁଆର ବେଢାରେ ଗାରେଡି ସହ ମଗର ମୁଖ ପଟା ସଂଯୋଗ ହୋଇ ନିର୍ମାଣ ଶେଷ ହୋଇଛି।

By Our Correspondent

PURI/BHUBANESWAR:   ସବୁଦିନପରି ଆଜି ତିନିରଥର ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ସକାଳ ଘ.୮.୦୦ ଟିକା ରେ ଉପସ୍ଥିତ ହୋଇ ମୁଖ୍ୟ ମହାରଣାଙ୍କ ପରାମର୍ଶ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

  ରଥ ନିର୍ମାଣ ଅଗ୍ରଗତି

ଗତକାଲି ତିନିରଥର ଚାରିନାହାକା ଉଭୟ ପାର୍ଶ୍ୱରେ ମୂଳ କଇଁଚି ବାଡ଼ିଆ ସହ ତିନିରଥରେ ଏକ ନମ୍ବର ପୋଟଳ ବା ‘ବଡ଼ଥଳ’ ପୋଟକ ଉଠି  ସେଟିଙ୍ଗ ହୋଇଥିଲା, ଏଥିସହ ତିନିରଥର ସମୁଖ ବ୍ରେକ ଚକ ର ସୁରକ୍ଷା ନିମନ୍ତେ ଉଭୟ ପଟରେ  ଚାରିଟି ଲେଖାଁଏ ଲୁହା ପ୍ଲେଟ ଫିଟିଙ୍ଗ ହୋଇଥିଲା

 ଆଜି ତିନିରଥର ସମୁଖ ଭାଗ କୁ ଛାଡି ତିନି ପାର୍ଶ୍ୱରେ ତାଗ ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି।ରଥର ବେଦି ନିର୍ମାଣ ପାଇଁ ପଟା ବାଡ଼ିଆ ପୂର୍ବରୁ ଛନ୍ଦା ଗୟଳ ପାର୍ଶ୍ୱ ବର୍ତ୍ତି ଖାଲି ସ୍ଥାନ ଗୁଡିକରେ ବଟନ ବାଡ଼ିଆ କାର୍ଯ୍ୟ.

 ଆଜି ତିନିରଥର ପ୍ରଥମ ଭୂଇଁ ର ଉଭୟ ପଟରେ କଇଁଚି ପଡ଼ିଅଛି।ଆସନ୍ତା କାଲି ଦ୍ୱିତୀୟ ଭୁଇଁରେ ଅନ୍ଧାରି ତାଗ ଏବଂ ଅଗ ଭୁଇଁରେ କଇଁଛି ,ଅନ୍ଧାରି ତାଗ ବାଡ଼ିଆ ପରେ ତିନିରଥରେ ସମସ୍ତ ପୋଟଳ, ପାରା ଭାଡି ଏବଂ ଖପୁରୀ ସଂଯୋଗ ହେବ

 ତିନିରଥର ୪ ଟି କେଖାଏ ଦୁଆର ବେଢା଼ରୁ ଆଜି ତିନିରଥର ଦୁଇଟି ଲେଖାଁଏ ଦୁଆର ବେଢାରେ ଗାରେଡି ସହ ମଗର ମୁଖ ପଟା ସଂଯୋଗ ହୋଇ ନିର୍ମାଣ ଶେଷ ହୋଇଛି।

ତିନିରଥର କଳଶ ପାଖୁଡ଼ାରେ ଆଲମିନିୟମ ଚଦର ଫିଟିଙ୍ଗ ଶେଷ ପରେ ସେଥିରେ ପଦ୍ମ ପାଖୁଡା ରଙ୍ଗ କାର୍ଯ୍ୟ ପାଇଁ ଚିତ୍ରକାରଙ୍କୁ ଦିଆଯାଇ ଅଛି।

 ଚିତ୍ରକାର ସେବାକାରୀ ମାନେ ତିନି ରଥର ବାହ୍ୟ ଅଂଶରେ  ରଙ୍ଗ କାର୍ଯ୍ୟ  କରିବାସହ ରଥ ପାର୍ଶ୍ୱ ଦେବ ଦେବୀ,  ସଖୀ, ଓଲଟ ଶୁଆ, ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି।ରୂପକାର ସେବକ ମାନଙ୍କ ତିନିରଥର ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

 ଆଜି ନନ୍ଦିଘୋଷ ରଥର ତିନି ପାର୍ଶ୍ୱରେ ତାଗ ବାଡ଼ିଆପରେ ପଛ ପାର୍ଶ୍ୱରେ ପଟା ବାଡ଼ିଆ କାର୍ଯ୍ୟ ଆରମ୍ଭ ହୋଇଅଛି। ଦୋଳବେଦୀ କମାର ଶାଳ ରେ ଓଝା ସେବକ ମାନେ ସ୍ପୋକ କ୍ଲାମ୍ପ,ଏକ୍ସିଲ କ୍ଲାମ୍ପ, ଏଲ କ୍ଲାମ୍ପ, ଇଉ କ୍ଲାମ୍ପ ସହ ପୋଟଳ କଣ୍ଟା ନିର୍ମାଣ କରୁଛନ୍ତି।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

 ତିନିରଥର ମହାରଣା ସେବକ-୭୭

 ତିନିରଥର ଭୋଇ ସେବକ   -୭୭

 ତିନିରଥର ରୂପକାର ସେବକ-୧୯

 ତିନିରଥର କମାର ସେବକ  -୧୭

 ତିନିରଥର କରତି ସେବକ   –  ୪

 ପାହି ମହାରଣା                 –  ୨

 ତୁମ୍ବ ବିନ୍ଧ କାରିଗର            –  ୧

 ରଥଖଳା ସହାୟକ(ପାଣିବାଲା)୧

                            ମୋଟ-୧୯୮

LEAVE A REPLY

Please enter your comment!
Please enter your name here