ରଥ ନିର୍ମାଣ କାର୍ଯ୍ୟ ୪୩ ତମ ଦିବସ, ତାଳଧ୍ୱଜ ରଥ ଏବଂ ନନ୍ଦିଘୋଷ ରଥର ଆଗଆଣି ‘ଢମକ’  ପଡିବା ସହ ଦର୍ପଦଳନ ରଥର ଆଗଆଣି ଏବଂ ପଛଆଣି ଢମକ ପଡି କଣ୍ଟା ବାଡ଼ିଆ ଶେଷ ହୋଇଛି

0
314
ତିନିରଥର ଢମକ ପଡିବା ପରେ ଆଜି ତିନିରଥର ତୃତୀୟ ଭୂଇଁ ବା ଅଗ ଭୂଇଁ ପ୍ରେମ ନିର୍ମାଣ ଶେଷ ପରେତିନିରଥରେ ସଂଯୋଗ ହୋଇଅଛି. ଏହି ତୃତୀୟ ଭୂଇଁ ୪ ଗୋଟି ଚଉତା ବର୍ଗା କାରରେ ସଂଯୋଗ ହୋଇ ତାର ଚାରି କୋଣରେ ୪ ଟି ଭୂଇଁ ଗୋଡ଼ ଉଠି ଭୁଇଁର ଚାରି ପଟ ପ୍ରତି ପାର୍ଶ୍ୱରେ ୬ ଟି ଲେଖାଁଏ ଛିଆଣ ସଂଯୋଗ ହୋଇ ତୃତୀୟ ଭୂଇଁ ବା ଅଗ ଭୂଇଁ ଉଠିଅଛି

By Our Correspondent

BHUBANESWAR: ଆଜି ତିନିରଥର ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ସକାଳ ଘ.୮.୦୦ ଟିକା ରେ ଉପସ୍ଥିତ ପୂର୍ବକ ମୁଖ୍ୟ ମହାରଣାଙ୍କ ପରାମର୍ଶ ପ୍ରକାରେ ନିର୍ମାଣ କାର୍ଯ୍ୟ କୁ ଆଗେଇ ନେଇଥିଲେ।

  ରଥ ନିର୍ମାଣ ଅଗ୍ରଗତି

ଗତକାଲି ପବିତ୍ର ସ୍ନାନ ପୂର୍ଣ୍ଣିମା ତିଥି ରେ ତିନିରଥରେ ‘ଚଉଦ ନାହାକା’ ଖମ୍ବୀ ପ୍ରତି ରଥର ଚାରି ନାହାକା ଠାରୁ ଅଢେଇ ଫୁଟ ବ୍ୟବଧାନରେ ବୁଲିବା ସହ ପ୍ରଥମ ଭୂଇଁ ଛ କାଠିରେ ପାଖୁଡା ସଂଯୋଗ ହୋଇ ମଝି ଭୂଇଁ ପ୍ରେମ ସଂଯୋଗ ହୋଇଥିଲା

 ଆଜି ତାଳଧ୍ୱଜ ରଥ ଏବଂ ନନ୍ଦିଘୋଷ ରଥର ଆଗଆଣି ‘ଢମକ’  ପଡିବା ସହ ଦର୍ପଦଳନ ରଥର ଆଗଆଣି ଏବଂ ପଛଆଣି ଢମକ ପଡି କଣ୍ଟା ବାଡ଼ିଆ ଶେଷ ହୋଇଛି।ଏହି ଢମକ ଚାରିନାହାକାର ଭିତର ପଟ ଏବଂ ବାହାର ପଟକୁ କାଗି ପଡ଼ିଅଛି ଏହା ଉପରେ ବେଦୀ ନିର୍ମାଣ ପାଇଁ ପଟା ବାଡ଼ିଆ ଯିବ.

ତିନିରଥର ଢମକ ପଡିବା ପରେ ଆଜି ତିନିରଥର ତୃତୀୟ ଭୂଇଁ ବା ଅଗ ଭୂଇଁ ପ୍ରେମ ନିର୍ମାଣ ଶେଷ ପରେତିନିରଥରେ ସଂଯୋଗ ହୋଇଅଛି. ଏହି ତୃତୀୟ ଭୂଇଁ ୪ ଗୋଟି ଚଉତା ବର୍ଗା କାରରେ ସଂଯୋଗ ହୋଇ ତାର ଚାରି କୋଣରେ ୪ ଟି ଭୂଇଁ ଗୋଡ଼ ଉଠି ଭୁଇଁର ଚାରି ପଟ ପ୍ରତି ପାର୍ଶ୍ୱରେ ୬ ଟି ଲେଖାଁଏ ଛିଆଣ  ସଂଯୋଗ ହୋଇ ତୃତୀୟ ଭୂଇଁ ବା ଅଗ ଭୂଇଁ ଉଠିଅଛି.

ରୂପକାର ସେବକ ମାନେ ତିନିରଥ ର ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଜାରି ରଖିବା ସହ ତିନି ରଥର ଗୋଟିଏ ଗୋଟିଏ ଧୂଳି ଦଣ୍ଡାରେ ପଦ୍ମ ଡାଳି ଲତା ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ଖୋଦେଇ ଶେଷ ପରେ ଚିତ୍ରକାର ମାନେ ସେଥିରେ ରଙ୍ଗ ଚିତ୍ର କରିବେ .ଆଜି ଦୋଳବେଦୀ କମାର ଶାଳ ରେ  ଓଝା ସେବକ ମାନେ ତିନିରଥ ର ତୃତୀୟ ଭୂଇଁ କଣ୍ଟା ନିର୍ମାଣ ସାରି ରଥ ଖଳାକୁ ଯୋଗାଇବା ପରେ ତିନି ରଥର ପୋଟଳ କଣ୍ଟା, ମୂଳ କଇଁଚି କଣ୍ଟା ଏବଂ ତାଗ କଣ୍ଟା ନିର୍ମାଣ ଜାରି ରଖିଛନ୍ତି।

 ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥର ମହାରଣା ସେବକ-୭୮

 ତିନିରଥର ଭୋଇ ସେବକ    -୭୭

 ତିନିରଥର ରୂପକାର ସେବକ- ୧୯

 ତିନିରଥର କମାର ସେବକ   -୧୭

ତିନିରଥର କରତି ସେବକ     – ୪

 ପାହି ମହାରଣା                   – ୨

 ତୁମ୍ବ ବିନ୍ଧ କାରିଗର              – ୧

 ରଥଖଳା ସହାୟକ(ପାଣିବାଲା)୧

                            ମୋଟ-୧୯୯

LEAVE A REPLY

Please enter your comment!
Please enter your name here