ରଥ ନିର୍ମାଣ କାର୍ଯ୍ୟ ୪୧ ତମ ଦିବସ, ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ତିନି ରଥର ପ୍ରଥମ ଭୂଇଁ କଣ୍ଟା, ତାଗ କଣ୍ଟା, କତରା କଣ୍ଟା ଏବଂ ଡମକ କଣ୍ଟା ନିର୍ମାଣ ଜାରି ରଖିଛନ୍ତି

0
400

By Our Correspondent

PURI/BHUBANESWAR:   ତିନିରଥର ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ସକାଳ ଘ.୮.୦୦ ଟିକା ସମୟରେ ଉପସ୍ଥିତ ହୋଇ ମୁଖ୍ୟ ମହାରଣାଙ୍କ ପରାମର୍ଶ ପ୍ରକାରେ ନିର୍ମାଣକାର୍ଯ୍ୟ ଆରମ୍ଭ କରିଥିଲେ।

  ରଥ ନିର୍ମାଣ ଅଗ୍ରଗତି

ଗତକାଲି ତିନିରଥର ‘ପ୍ରଥମ ଭୂଇଁ’ ନିର୍ମାଣ ମହାରଣା ସେବକଙ୍କ ଦ୍ୱରା ଶେଷ ହେବାପରେ  ତିନିରଥ ପ୍ରଥମ ଭୂଇଁ ର ଅଂଶ ଗୁଡିକର ନମ୍ବରିଂ କରାଯାଇ ଥିଲା,ନମ୍ବରିଂ ପରେ ପ୍ରଥମ ଭୂଇଁ ଗୁଡିକୁ ଖୋଲାଯାଇ  ରଥଖଳା ଠାରେ ଭୋଇ ସେବକ ମାନେ ସାଇତି ଥିଲେ.  ଆଜି ତିନିରଥର ଚାରିନାହାକା ରେ ପ୍ରଥମ ଭୂଇଁ ଚଉତା ବା ଛକାଠ ସେଟିଙ୍ଗ ହୋଇ ମହାରଣା ଏବଂ ଭୋଇ ସେବକଙ୍କ ଦ୍ୱାରା କଣ୍ଟା ବାଡ଼ିଆ କାର୍ଯ୍ୟ ଶେଷ ହୋଇଅଛି।

ତିନିରଥ ର ‘ଚଉଦ ନାହାକା’ ଉଠିବା ପରେ ପ୍ରଥମ ଭୁଇଁର ବାକି ଅଂଶ ଯଥା ୪ ଖମ୍ବୀ,୨୪ ପାଖୁଡା, ୧୬ ଛିଆଣ,  ପାଖୁଡାକୁ ଧରିରଖିବା ପାଇଁ ଭୂଇଁ ଖମ୍ବୀ ଇତ୍ୟାଦି ସଂଯୋଗ ହେବ।

 ଏଣୁ ଆଜି କରତି ସେବକ ମାନେ ୬ ଫୁଟ ସାଇଜ ର ନଡ଼ିଆ ଗର ବା ‘ଖଦି ଓରା’ ଗଡକରି ତିନି ରଥ ମହାରଣା ସେବକ ମାନଙ୍କୁ ଯୋଗାଇଥିଲେ,ମହାରଣା ସେବକ ମାନେ ଖଦି ଓରା ରେ କାପ ଏବଂ ବିନ୍ଧ କରି ତିନିରଥ ର ଦଣ୍ଡା ଗୁଡିକରେ ଆଡ କରି ଫିଟିଙ୍ଗ କରିଛନ୍ତି।ଆସନ୍ତା କାଲି ଏହି ଖଦିଓରା ରେ ଚଉଦ ନାହାକା ଗୁଡିକ ସଂଯୋଗ ହୋଇ ଉଠିଲାପରେ ।ପ୍ରଥମ ଭୂଇଁ ର ବାକି ଅଂଶ ଗୁଡିକ ଚଉଦ ନାହାକା ସଂଯୁକ୍ତ ହେବ ।

ଆଜି ତିନିରଥର ମହାରଣା ସେବକ ମାନେ  ରଥ ଖଳାରେ ଦ୍ୱିତୀୟ ଭୂଇଁ ର ଫ୍ରେମ  ନିର୍ମାଣ ଜାରି ରଖିଛନ୍ତି।  ରୂପକାର ସେବକ ମାନେ ତିନି ରଥର ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ସହ ତିନିରଥ ଧୂଳି ଦଣ୍ଡାରେ ପଦ୍ମ ପାଖୁଡା ଡାଳିକତା ଖୋଦେଇ ଜାରି ରଖିଛନ୍ତି।

ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ତିନି ରଥର ପ୍ରଥମ ଭୂଇଁ କଣ୍ଟା, ତାଗ କଣ୍ଟା, କତରା କଣ୍ଟା ଏବଂ ଡମକ କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ଚିତ୍ର କର ସେବା କାରୀ ମାନେ ତିନିରଥର ପାର୍ଶ୍ୱ ଦେବ ଦେବୀ , ସଖୀ ଏବଂ ଶିଖର ଡମ୍ବରୁ ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ଜାରୀରଖିଛନ୍ତି ।

    ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥର ମହାରଣା ସେବକ-୭୭

 ତିନିରଥର ଭୋଇ ସେବକ   – ୭୭

 ତିନିରଥର କରତି ସେବକ   –   ୪

 ତିନିରଥର କମାର ସେବକ  -୧୭

ପାହି ମହାରଣା                 –  ୨

 ତୁମ୍ବ ବିନ୍ଧ କାରିଗର            –  ୧

 ତିନିରଥର ରୂପକାର ସେବକ-୧୯

 ରଥଖଳା ସହାୟକ(ପାଣିବାଲା)୧

                             ମୋଟ-୧୯୮

LEAVE A REPLY

Please enter your comment!
Please enter your name here