ରଥ ନିର୍ମାଣ କାର୍ଯ୍ୟ ୪୦ ତମ ଦିବସ, ତିନିରଥର ୪ଟି ଲେଖାଁଏ ‘ଅଁଳା’ ଚଉପଟ ଶେଷ ହେବାସହ ‘ନାଟଗୋଡ଼’ ରେ ବସିବାପାଇଁ ମୋଟ ୮ ଟି ଲେଖାଁଏ ଗାରେଡିରୁ ଛଅ ଛଅ ଟି ଗାରେଡିର ଚଉପଟ କାର୍ଯ୍ୟ ଶେଷ

0
273
ରଥ ନିର୍ମାଣ କାର୍ଯ୍ୟ ୪୦ ତମ ଦିବସ, ତିନିରଥର ୪ଟି ଲେଖାଁଏ 'ଅଁଳା' ଚଉପଟ ଶେଷ ହେବାସହ 'ନାଟଗୋଡ଼' ରେ ବସିବାପାଇଁ ମୋଟ ୮ ଟି ଲେଖାଁଏ ଗାରେଡିରୁ ଛଅ ଛଅ ଟି ଗାରେଡିର ଚଉପଟ କାର୍ଯ୍ୟ ଶେଷ

By Our Correspondent

PURI/BHUBANESWAR:  ଆଜି ତିନିରଥର ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ସକାଳ ଘ.୮.୦୦ ଟିକା ସମୟରେ ଉପସ୍ଥିତ ହେବାପରେ ମୁଖ୍ୟ ମହାରଣାଙ୍କ ପରାମର୍ଶ ପ୍ରକାରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

 ରଥ ନିର୍ମାଣ ଅଗ୍ରଗତି

ଗତକାଲି ତିନିରଥର ମୋଟ ୪୪ ଗୋଟି ‘ଯୋକା’ ରଥ ଚତୁର୍ପାର୍ଶ୍ୱ କୋଣ ମାନଙ୍କରେ ଫିଟିଙ୍ଗ  ଶେଷ ହୋଇଥିଲା ଆଜି ତିନିରଥର ମହାରଣା ସେବକ ଏବଂ ଭୋଇ ସେବକଙ୍କ ସହଯୋଗରେ ତିନିରଥର ପ୍ରଥମ ‘ଭୂଇଁ ପ୍ରେମ’ ନିର୍ମାଣ ଶେଷ କରି, ନମ୍ବରିଂ ପରେ ପ୍ରଥମ ଭୂଇଁ ପ୍ରେମକୁ ଖୋଲାଯାଇ ତିନିରଥ ନିକଟରେ ଭୋଇ ସେବକ ମାନେ ସାଇତି ଛନ୍ତି।

ଏହି ପ୍ରଥମ ଭୂଇଁ ୬ ଗୋଟି ଓରା ଏବଂ ୪ ଗୋଟି ଖମ୍ବୀ ସଂଯୋଗ ହୋଇ ଚାରି ପାର୍ଶ୍ୱରେ ୨୪ ଟି ପାଖୁଡା ଏବଂ ୧୬ ଟି ଛିଆଣ , ପାଖୁଡାକୁ ଧରି ରଖିବା ପାଇଁ ୨୪ ଟି ଭୂଇଁ ଖମ୍ବୀ ଚରି ପାର୍ଶ୍ୱରେ ସଂଯୋଗ ହୋଇଅଛି।ଏଥିସହ ଭୁଇଁର ମଧ୍ୟ ଭାଗରେ ‘କନକ ମୁଣ୍ଡି’ ପାଇଁ କନକ ମୁଣ୍ଡି ପଟା ଚାରିଗୋଟି ବର୍ଗାକାର ଭାବେ ସେଟିଙ୍ଗ ହୋଇଅଛି ।ଏହାପରେ ‘କନକ ମୁଣ୍ଡ’ ଏବଂ ‘କନକ ମୁଣ୍ଡି କାଣ୍ଡ’ ପ୍ରଥମ ଭୂଇଁ ପଡିଲା ପରେ ନିର୍ମାଣ ହୋଇ ସେଟିଙ୍ଗ ହେବ )

  ଆସନ୍ତାକାଲି ଚାରି ନାହାକାରେ ପ୍ରଥମ ଭୂଇଁ ପ୍ରେମ ସଂଯୋଗ କରାଯିବାପରେ ୧୪ ନାହାକା ସେଟ କରାଯିବ।ଏଥିସହ ଆଜି ତିନିରଥର ୪ଟି ଲେଖାଁଏ ‘ଅଁଳା’ ଚଉପଟ ଶେଷ ହେବାସହ ‘ନାଟଗୋଡ଼’ ରେ ବସିବାପାଇଁ ମୋଟ ୮ ଟି ଲେଖାଁଏ ଗାରେଡିରୁ ଛଅ ଛଅ ଟି ଗାରେଡିର ଚଉପଟ କାର୍ଯ୍ୟ ଶେଷ ହୋଇଛି।

ତିନିରଥର ରୂପକାର ସେବକ ମାନେ ତିନିରଥର ‘ନାଟ ଗୋଡ଼’ ରେ ରୂପ ଖିଦେଇ ଜାରି ରଖିଛନ୍ତି। ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ତିନିରଥର ‘ତାଗ’ କଣ୍ଟା ନିର୍ମାଣ ଜାରି ରଖିଛନ୍ତି। ଆଜି ଚିତ୍ରକର ସେବା କାରୀ ମାନେ ତିନିରଥର ପାର୍ଶ୍ୱ ଦେବ ଦେବୀ  ଏବଂ  ଶିଖର ଡମ୍ବରୁ (ପାର୍ଶ୍ୱ ଦେବ ଦେବୀଙ୍କ ଆସ୍ଥାନ) ରେ ରଙ୍ଗ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

 ତିନିରଥର ମହାରଣା ସେବକ-୭୭

ତିନିରଥର ଭୋଇ ସେବକ    -୭୮

ତିନିରଥର କରତି ସେବକ    – ୪

 ତିନିରଥର କମାର ସେବକ   -୧୭

ପାହି ମହାରଣା                  –  ୨

 ତୁମ୍ବ ବିନ୍ଧ କାରିଗର             –  ୧

 ତିନିରଥର ରୂପକାର ସେବକ -୧୯

ରଥଖଳା ସହାୟକ(ପାଣିବାଲା) ୧

                              ମୋଟ-୧୯୮

LEAVE A REPLY

Please enter your comment!
Please enter your name here