ରଥ ନିର୍ମାଣ କାର୍ଯ୍ୟ ୩୮ ତମ ଦିବସ, ତିନିରଥର  ୫ଟି ଲେଖାଁଏ ୨୦ ଫୁଟିଆ ‘ଜଗତପୃଷ୍ଠ ସେଣି’ ଚଉପଟ ପାଇଁ ହଣାକାର୍ଯ୍ୟ ଜାରି

0
194

By Our Correspondent

PURI/BHUBANESWAR:  ତିନିରଥର ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ସକାଳ ଘ.୮.୦୦ ଟାରେ ଉପସ୍ଥିତ ହୋଇ ମୁଖ୍ୟ ମହାରଣାଙ୍କ ପରାମର୍ଶ କ୍ରମେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

 ରଥ ନିର୍ମାଣ ଅଗ୍ରଗତି

 ଗତକାଲି ତିନିରଥର ଆଗ ଆଣି , ପଛ ଆଣି ‘ଗରଗରା’ ପଡିଲାପରେ ‘ଚାରିନାହାକା’ ଉଠି ତିନିରଥର ଉଭୟ ପାର୍ଶ୍ୱରେ ପୋଲ ଗୟଳ ପଡିଥିଲା ଆଜି ତିନିରଥର ଆଗଆଣି, ପଛଆଣି ‘ଛନ୍ଦା ଗୟଳ’ ପଡ଼ିଅଛି ।

ତାଳଧ୍ୱଜ ରଥ ଏବଂ ନନ୍ଦିଘୋଷ ରଥ ର ତିନୋଟି ଲେଖାଁଏ ଆଗ ଏବଂ ପଛରେ ଛନ୍ଦା ଗୟଳ ପଡିଥିବା ବେକେ ଦର୍ପଦଳନ ରଥର ସମୁଖ ଭାଗ ଏବଂ ପଛ ଭାଗରେ ଦୁଇଟି ଲେଖାଁଏ ଛନ୍ଦା ଗୟଳବ ପଡ଼ିଅଛି ।

ଏହି ଛନ୍ଦା ଗୟଳ ରଥର ଦୁଇପାର୍ଶ୍ଵ   ନିରାଡ଼ି ସହ ସଂଯୋଗ ହୋଇ ଦଣ୍ଡା ଉପରୁ ଖମ୍ବୀ ବା ଟାଣ ଦିଆଯାଇ ଛନ୍ଦା ଗୟଳ ସହ ସଂଯୋଗ ହୋଇଅଛି .

ଏଥି ସହ ଆଜି ତିନିରଥର  ୫ଟି ଲେଖାଁଏ ୨୦ ଫୁଟିଆ ‘ଜଗତପୃଷ୍ଠ ସେଣି’ ଚଉପଟ ପାଇଁ ହଣାକାର୍ଯ୍ୟ ଜାରି ରହୁଛି । ଏହା ତିନିରଥର ବେଦୀ ନିର୍ମାଣରେ ବ୍ୟବହୃତ ହେବ ।ତିନିରଥର ରୂପକାର ସେବକ ମାନେ ତିନିରଥ ସିଂହାସନ ର ଖୋଦେଇ କାର୍ଯ୍ୟ ଶେଷ କରି ତିନି ରଥ ର ‘ନାଟଗୋଡ’ ରେ ରୂପ ଖୋଦେଇ ଜାରି ରଖିଛନ୍ତି । ଦୋଳବେଦୀ କମାର ଶାଳରେ ଓଝା ସେବକ ମାନେ ଗୟଳ କଣ୍ଟା ଶେଷ ପରେ ଯୋଖା କଣ୍ଟା, ଧ୍ଵଜ ବତା କଣ୍ଟା ନିର୍ମାଣ ଜାରିରଖିଛନ୍ତି।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥର ମୋଟ ମହାରଣା-୭୭

ତିନିରଥର ଭୋଇ ସେବକ  -୭୭

ତିନିରଥର କରତି ସେବକ  –  ୪

ତିନିରଥର କମାର ସେବକ  -୧୭

ପାହି ମହାରଣା                 –  ୨

ତୁମ୍ବ ବିନ୍ଧ କାରିଗର            –  ୧

ତିନିରଥର ରୂପକାର ସେବାଜ-୧୯

ରଥଖଳା ସହାୟକ(ପାଣିବାଲା) ୧

                          ମୋଟ-୧୯୮

LEAVE A REPLY

Please enter your comment!
Please enter your name here