ରଥ ନିର୍ମାଣ କାର୍ଯ୍ୟ ୩୬ ତମ ଦିବସ, ତାଳଧ୍ୱଜ ରଥ ଏବଂ ନନ୍ଦିଘୋଷ ରଥର ବଡ଼ ପୋଲ ଗୟଳ ରୁ ୬ ଗୋଟି ଏବଂ ଛନ୍ଦା ଗୟଳରୁ ୩ ଗୋଟି ଲେଖାଁଏ ଶେଷ ହୋଇଅଛି

0
472

By Our Correspondent

PURI/BHUBANESWAR:  ତିନିରଥର ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ସକାଳ ଘ. ୮.୦୦ ଟାରେ ଉପସ୍ଥିତ ହୋଇ ମୁଖ୍ୟ ମହାରଣାଙ୍କ ପରାମର୍ଶ କ୍ରମେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

 ରଥ ନିର୍ମାଣ ଅଗ୍ରଗତି

ଗତକାଲି ତିନିରଥର ପାଞ୍ଚ ଦଣ୍ଡା ପ୍ରେମ ରେ କଣ୍ଟା ବାଡ଼ିଆ ସହ ଆଗଆଣି ଏବଂ ପଛଆଣି ମୁହାଁଟ ରେ ଗୁଜ, ଜଳଯନ୍ତ୍ର ଉଠି ତାଉପରେ ଆଗ ,ପଛ ନିରାଡ଼ି  ସଂଯୋଗ ହୋଇ ତିନିରଥ କୁ ଦୁଇଟି ଲେଖାଁଏ ‘ଗରଗରା’ ଉଠିଥିଲା. ଆଜି ପୂର୍ବାହ୍ନରେ ତିନିରଥରେ ଗରଗରାରେ କଣ୍ଟା ବାଡ଼ିଆ ପୂର୍ବରୁ ତିନି ରଥର ମହାରଣା ମାନେ ମାପ ପ୍ରକାରେ ‘ଗରଗରା’ ପଛ ଭାଗ ଏବଂ  ଦଣ୍ଡାର ଉପରଭାଗ ଅର୍ଦ୍ଧ ବର୍ଗ।କାର ଖୋଦେଇ ସହ ବିନ୍ଧ କଲା ପରେ ତିନିରଥର ମହାରଣା ଭୋଇ ସେବକ ଙ୍କ ସହାୟତାରେ  ତିନି ରଥ ର ଗରଗରାରେ କଣ୍ଟା ବାଡ଼ିଆ କାର୍ଯ୍ୟ ସମ୍ପନ୍ନ କରିଥିଲେ ।

ଏହାପରେ ତିନିରଥର ଉଭୟ ପାର୍ଶ୍ଵରେ ଗୋଟିଏ ଗୋଟିଏ ବଡ଼ ପୋଲ ଗୟଳ ମୋଡାଯାଇଥିଲା । ଏହି ପୋଲ ଗୟଳକୁ ମୁଣ୍ଡାଇ ରଖିବା ପାଇଁ ତିନି ରଥର ଉଭୟ ପାର୍ଶ୍ୱ ଛଡେଇ ଦଣ୍ଡାରେ ୪/୩ ସାଇଜ ର ୭ ଟି ଖମ୍ବୀ ବା ଟାଣ ଏବଂ ଦୁଇଟି ଅସୁଆରି ଉଠି ବଡ଼ ପୋଲ ଗୟଳ ସହ ସଂଯୋଗ କରାଯାଇଅଛି।

ଏତତ୍ ବ୍ୟତିତ ତାଳଧ୍ୱଜ ରଥ ଏବଂ ନନ୍ଦିଘୋଷ ରଥର ଆଜି ସୁଦ୍ଧା ବଡ଼ ପୋଲ ଗୟଳ ରୁ ୬ ଗୋଟି ଏବଂ ଛନ୍ଦା ଗୟଳରୁ ୩ ଗୋଟି ଲେଖାଁଏ ଶେଷ ହୋଇଅଛି।ଦର୍ପଦଳନ ରଥର ୫ ଗୋଟି ଗୟଳ ର ନିର୍ମାଣ ଶେଷ ହୋଇ ବାକି ୩ ଗୋଟି ଛନ୍ଦା ଗୟଳର ନିର୍ମାଣ ଜାରି ରହିଛି ।

 ରୂପକାର ସେବକ ମାନେ ତିନି ରଥ ସିଂହାସନ ର ଖୋଦେଇ କାର୍ଯ୍ୟ ଜାରି ରଖିଥିବା ବେଳେ, ଆଜି ତିନିରଥ ପାଇଁ ନାଟ ଗୋଡ଼ରେ ରୂପ ଖୋଦେଇ ପାଇଁ ରୂପ ଅଙ୍କନ ଆରମ୍ଭ କରିଛନ୍ତି . ଦୋଳବେଦୀ କମାର ଶାଳ ରେ ଓଝା ସେବକ ନାନେ ଗୟଳ କଣ୍ଟା, ଯୋଖା କଣ୍ଟା ସହ ଗଳଳ ନାଦା କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥର ମୋଟ ମହାରଣା-୭୮

ତିନିରଥର ଭୋଇ ସେବକ  -୭୭

 ତିନିରଥର କରତି ସେବକ  –  ୪

 ତିନିରଥର କମାର ସେବକ – ୧୭

ପାହି ମହାରଣା                –   ୨

ତୁମ୍ବ ବିନ୍ଧ କାରିଗର           –  ୧

ତିନିରଥର ରୂପକାରସେବକ -୧୯

ରଥଖଳା ସହାୟକ(ପାଣିବାଲା)୧

                         ମୋଟ-୧୯୯

LEAVE A REPLY

Please enter your comment!
Please enter your name here