ରଥ ନିର୍ମାଣ କାର୍ଯ୍ୟ ୩୧ ତମ ଦିବସ, ତିନିରଥର ପାଞ୍ଚଦଣ୍ଡା ଉଭୟ ପାର୍ଶ୍ୱରେ କୁଡୁକା ସହ ପାର୍ଶ୍ଵଦଣ୍ଡା ଲାଗି ସେଥିରେ ମୁହାଁଟ ସଂଯୋଗ ହୋଇଛି

0
249

Our Correspondent

PURI/BHUBANESWAR:  ତିନିରଥର ନିର୍ମାଣଜାରୀ ସେବକ ମାନେ ରଥ ଖଳାଠାରେ ସକାଳ ଘ. ୮.୦୦ ଟାରେ ଉପସ୍ଥିତ ପିର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ପରାମର୍ଶ କ୍ରମେ ନିଜ ନିଜର ନିର୍ମାଣ କାର୍ଯ୍ୟରେ ଯୋଗ ଦେଇଥିଲେ।

  ରଥ ନିର୍ମାଣ ଅଗ୍ରଗତି

 ଗତକାଲି ତିନିରଥର ପାଞ୍ଚଦଣ୍ଡା ରେ ଆଗଆଣି ପଛଆଣି ମୁହାଁଟ ସଂଯୋଗ ସହ ଆଗଆଣି ମୁହାଁଟ ରେ ପାଞ୍ଚୋଟି ସାଲଗୁଜ ଉଠି ନିରାଡୁ ପଡିଥିଲା , ସେହିପରି ପଛଆଣି ମୁହାଁଟ  ଦୁଇପଟେ ଦୁଇଟି ସାଲଗୁଜ ଏବଂ ମଝିରେ ତିନୋଟି ଜଳଯନ୍ତ୍ର ଉଠି ତାଉପରେ ନିରାଡ଼ି ପଡିଥିଲା

 ଆଜି ତିନିରଥର ପାଞ୍ଚଦଣ୍ଡା ଉଭୟ ପାର୍ଶ୍ୱରେ କୁଡୁକା ସହ ପାର୍ଶ୍ଵଦଣ୍ଡା ଲାଗି ସେଥିରେ ମୁହାଁଟ ସଂଯୋଗ ହୋଇଛି ,ଦୋୟ ପାର୍ଶ୍ୱ ମୁହାଁଟ ମଝିରେ ତିନୋଟି ଲେଖାଁଏ ଜକଯନ୍ତ୍ର ଏବଂ ଉଭୟ ପାର୍ଶ୍ୱରେ ଗୋଟିଏ ଗୋଟିଏ ସାଲ ଗୁଜ ଉଠି ଉପରେ ନିରାଡ଼ି ପଡ଼ିଅଛି ।

  ( ତିନିରଥର ଦଣ୍ଡା ଫ୍ରେମ ନିର୍ମାଣ ଶେଷ ହୋଇଅଛି। ତିନିରଥର ଦଣ୍ଡା ଫ୍ରେମ ଗୁଡିକରେ ପରୀକ୍ଷା ମୂଳକ ଭାବେ ତାର ବିଭିନ୍ନ ଅଂଶ ସଂଯୋଗ କରାଯାଉଛି ଉକ୍ତ ଦଣ୍ଡା ଫ୍ରେମ ବା ଚେସିସ ଚକ ଅଖର ଉପରି ଭାଗରେ ସେଟିଙ୍ଗ ପାଇଁ  ବିନ୍ଧ କାର୍ଯ୍ୟ ପରେ ନମ୍ବରିଂ ହୋଇ ଖୋଲାଯାଇ ସାଇତା ଯିବ।

ଆଜି ତିନିରଥର ରୂପକାର ସେବକ ମାନେ ତିନିରଥର ସମସ୍ତ ସାଲଗୁଜ ଏବଂ ତିଖ ଗୁଜରେ ନୃସିଂହ ରୂପ ଖୋଦେଇ ଶେଷ କରିଛନ୍ତି। ଆସନ୍ତା କାଲିଠାରୁ ତିନିରଥର ସିଂହାସନ ରେ ପୂର୍ଣ କୁମ୍ଭ ,ପଦ୍ମ, ଗଜ ମାଳ, ଡାଳିଲତା ଖୋଦେଇ କାମ ଆରମ୍ଭ କରିବେ ବୋଲି ସୂଚନା ମିଳିଛି।

 କରତି ସେବକ ମାନେ ଦେବୀ ରଥ ପୋଲ ଗୟଳ ଚିରଟ ଜାରି ରଖିଛନ୍ତି ଦୋଳବେଦୀ କମାର ଶାକ ରେ ଓଝା ସେବକ ମାନେ ଯୋଖା କଣ୍ଟା ଚାରି ନାହାକା ପାଇଁ ଚଣାକ କଣ୍ଟା ନିର୍ମାଣ କରୁ ଛନ୍ତି।

LEAVE A REPLY

Please enter your comment!
Please enter your name here