ରଥ ନିର୍ମାଣ କାର୍ଯ୍ୟ  ୨୯ ତମ ଦିବସ, ପାହୀ ମହାରଣା ମାନେ ରଥଯାତ୍ରା , ସ୍ନାନ ଯାତ୍ରା ପାଇଁ ଆବଶ୍ୟକ କାଠ ନିର୍ମିତ ନୀତି କାନ୍ତି  ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି

0
306
ଦୋଳବେଦୀ କମାର ଶାଳ ରେ ଓଝା ସେବକ ମାନେ ତିନି ରଥର ଦଣ୍ଡା କଣ୍ଟା ନିର୍ମାଣ ଶେଷ କରି ତିନି ରଥର ଯୋଖା କଣ୍ଟା ନିର୍ମାଣ କରୁଛନ୍ତି। ଏଥିସହ ଠାରେ ବସନ୍ତ ମହାରଣାଙ୍କ ନେତୃତ୍ବର ପାହୀ ମହାରଣା ମାନେ ରଥଯାତ୍ରା , ସ୍ନାନ ଯାତ୍ରା ପାଇଁ ଆବଶ୍ୟକ କାଠ ନିର୍ମିତ ନୀତି କାନ୍ତି ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି.

Our Correspondent

PURI/BHUBANESWAR:  ତିନିରଥର ନିର୍ମାଣକାରୀ ସେବକ ମାନେ ଆଜି ରଥଖଳା ଠାରେ ସକାଳ ଘ.୮.୦୦ ଟାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ନିଜ ନିଜର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।

 ରଥ ନିର୍ମାଣ ଅଗ୍ରଗତି

ରଥଖଳା ରେ ତିନିରଥ ର ମହାରଣା ମାନଙ୍କ ଦ୍ୱାରା ଗରଗରା , ଚଉଦ ନାହାକା , ଚାରି ନାହାକା  ଏବଂ ପାଞ୍ଚ ଦଣ୍ଡା ନିର୍ମାଣ ଆଗେଇ ଚାଲିଥିବା ବେଳେ  ତିନି ରଥର ରୂପକାର ସେବକ ଙ୍କ ଦ୍ଵାରା କୋଣ ଗୁଜ ଏବଂ ସାଲ ଗୁଜରେ ନୃସିଂହ ରୂପ ଖୋଦେଇ ଜାରୀ ରଖୀଛନ୍ତି ।

ଦୋଳବେଦୀ କମାର ଶାଳ ରେ ଓଝା ସେବକ ମାନେ ତିନି ରଥର ଦଣ୍ଡା କଣ୍ଟା ନିର୍ମାଣ ଶେଷ କରି  ତିନି ରଥର ଯୋଖା କଣ୍ଟା ନିର୍ମାଣ କରୁଛନ୍ତି। ଏଥିସହ ଠାରେ ବସନ୍ତ ମହାରଣାଙ୍କ ନେତୃତ୍ବର ପାହୀ ମହାରଣା ମାନେ ରଥଯାତ୍ରା , ସ୍ନାନ ଯାତ୍ରା ପାଇଁ ଆବଶ୍ୟକ କାଠ ନିର୍ମିତ ନୀତି କାନ୍ତି  ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି.

ତାଳଧ୍ୱଜ ରଥ

 ତାଳଧ୍ୱଜ ରଥର ଦୁଇଟି ଗରଗରା ର ନିର୍ମାଣ ଗତ କାଲି ଠାରୁ ଶେଷ ହୋଇଥିଲେହେଁ, ଦୋୟ ଗରଗରା ରେ ଉଭୟ ପାର୍ଶ୍ୱ ବିନ୍ଧ କାର୍ଯ୍ୟ ବାବି ରହିଛି ।ତାଳଧ୍ୱଜ ରଥର ତିନି ଗୋଟି ଚାରି ନାହାକ ର ନିର୍ମାଣ ଶେଷ ହୋଇ ଚତୁର୍ଥ ଚାରି ନାହାକାର ଚଉପଟ କାର୍ଯ୍ୟ ଶେଷ ହୋଇଛି, ତାର ଆଠ କୋଣି କାର୍ଯ୍ୟ ବାକି ରହିଛି ।

ତାଳଧ୍ୱଜ ରଥର ଆଜି ସୁଦ୍ଧା ୧୧ ଗୋଟି ଚଉଦ ନାହାକା ନିର୍ମାଣ ଜାର୍ଯ୍ୟ ଶେଷ ହୋଇ, ବାକି ତିନି ଗୋଟି ଚଉଦ ନାହାକାର ନିର୍ମାଣ କାର୍ଯ୍ୟ ଜାରୀ ରହିଛି।ତାଳଧ୍ୱଜ ରଥର ତିନି ଗୋଟି ଦଣ୍ଡାର ନିର୍ମାଣ ଶେଷ ହୋଇ ଆଉ ଦୁଇଟି ଦଣ୍ଡାର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏଥିସହ ତାଳଧ୍ୱଜ ରଥର ଦୁଇ ଦୁଇଟି ପାର୍ଶ୍ୱ ଦଣ୍ଡାରୁ ଗୋଟିକର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି।

ଦର୍ପଦଳନ ରଥ

ଦର୍ପଦଳନ ରଥର ଦୁଇଟି ଗରଗରା ର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା, ଆଜିଦୁଇଟି ଗରଗରା ର ଉଭୟ ପାର୍ଶ୍ୱରେ ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ଦର୍ପଦଳନ ରଥ ର ତିନି ଗୋଟି ଚାରି ନାହାକା ନିର୍ମାଣ ଶେଷ ହୋଇ ଚତୁର୍ଥ ଚାରି ନାହାକାଟିର ଚଉପଟ କାର୍ଯ୍ୟ ଶେଷ ହୋଇ ତାର ଆଠ କୋଣି କାମ ବାକି ରହିଛି।ଦର୍ପଦଳନ ରଥର ୧୨ ଗୋଟି ଚଉଦ ନାହାକାର ନିର୍ମାଣ ଶେଷ ହୋଇଅଛି। ଆଉ ଦୁଇଟିର ନିର୍ମାଣ ଶେଷ ପର୍ଯ୍ୟାୟରେ।ଦର୍ପଦଳନ ରଥର ତିନି ଗୋଟି ପାଞ୍ଚ ଦଣ୍ଡା ନିର୍ମାଣ ଶେଷ ହୋଇଥିଲା  ଆଜି ଆଉ ଦୁଇଟି ର ଚଉପଟ କାର୍ଯ୍ୟ ଜାରୀ ରହିଥିବା ସହ ଦୁଇଟି ପାର୍ଶ୍ୱ ଦଣ୍ଡାର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଅଛି।

ନନ୍ଦିଘୋଷ ରଥ

 ନନ୍ଦିଘୋଷ ରଥର ଦୁଇଟି ଗରଗରା ର ନିର୍ମାଣ କାର୍ଯ୍ୟ ପ୍ରଥମେ ଶେଷ ହୋଇ ଥିଲା,  ତାର ଉଭୟ ପାର୍ଶ୍ୱରେ ବିନ୍ଧ କାର୍ଯ୍ୟ ମଧ୍ୟ ଶେଷ ହୋଇଅଛି।ନନ୍ଦିଘୋଷ ରଥର ଦୁଇଟି ଚାରି ନାହାକ  ନିର୍ମାଣ ଶେଷ ହୋଇଥିଲା , ଆଜି ଆଉଗୋଟିଏ ଚାରି ନାହାକାର ନିର୍ମାଣ ଶେଷ ହୋଇ ଶେଷ ଚାରି ନାହାକାର ଚଉପଟ କାର୍ଯ୍ୟ ଶେଷ ହୋଇଛି, ତାର ଆଠ କୋଣି ଆଂଶ କାର୍ଯ୍ୟ ବାକି ରହିଛି।

ନନ୍ଦିଘୋଷ ରଥର ପ୍ରଥମ ପର୍ଯ୍ୟାୟରେ ୮ ଗୋଟି ଚଉଦ ନାଗାକା ଶେଷ ହୋଇ ବାକି ୬ ଟିର  ନିର୍ମାଣ କାର୍ଯ୍ୟ  ଜାରୀ ରହିଥିଲା ଆଜି ନିର୍ମାଣ କାର୍ଯ୍ୟ ଶେଷ ସୁଦ୍ଧା ସମସ୍ତ ଚଉଦ ନାହାକାର ନିର୍ମାଣ ଶେଷ ହୋଇଅଛି ।ନନ୍ଦିଘୋଷ ରଥର ଆଜି ସୁଦ୍ଧା ୪ ଗୋଟି ଦଣ୍ଡାର ନିର୍ମାଣ କାର୍ଯ୍ୟ ଶେଷ ହୋଇ ଅଞ୍ଚମ ଦଣ୍ଡାର ଚଉପଟ କାର୍ଯ୍ୟ ଜାରୀ ରହିଥିବା ସହ ଆଜି ଗୋଟିଏ ପାର୍ଶ୍ୱ ଦଣ୍ଡାର ଚଉପଟ ପାଇଁ  ଚିତା କାର୍ଯ୍ୟ ଆରମ୍ଭ ହୋଇଛି।

ରୂପକାର ସେବକ

 ତିନିରଥର ରୂପକାର ସେବକ ମାନେ ତିନି ରଥର କୋଣ ଗୁଜ ବା ସାଲ ଗୁଜ ଏବଂ ତିଖ ଗୁଜ ଗୁଡିକ ରେ ରୂପ ଖୋଦେଇ ସହ ଅଳଙ୍କାର ତଥା ପଲିସ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।  ତିନି ରଥର ଶେଷ ଦୁଇଟି ଲେଖାଁଏ ତିଖ ଗୁଜରେ ରୂପ ଖୋଦେଇ କାର୍ଯ୍ୟ ଜାରୀରହିଛି।

କରତି ସେବକ

ଦୋଳବେଦୀ ଠାରେ ଆଜି ନନ୍ଦି ଘୋଷ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ କରତି ସେବକ ମାନେ ଶେଷ କରିଛନ୍ତି।

କମାର ଶାଳ

 ଆଜି ତିନିରଥର ଓଝା ସେକକ ମାନେ ତିନିରଥ ପାଇଁ ଆବଶ୍ୟକ ଦଣ୍ଡା ବିଡ଼ିଆ, ଅଗ ପାତେଳି ରୁ ମୋଟ ୨୩୧ ଗୋଟି କଣ୍ଟା ନିର୍ମାଣ ଶେଷ କରି ତିନି ରଥର ଯୋଖା କଣ୍ଟା ନିର୍ମାଣ ଆରମ୍ଭ କରିଛନ୍ତି।

ରଥ ନିର୍ମାଣକାରୀଙ୍କ ଉପସ୍ଥାନ

ତିନିରଥର ମୋଟ ମହାରଣା-୭୮

ତିନିରଥର ଭୋଇ ସେବକ  -୭୫

ତିନିରଥର କରତି ସେବକ  –  ୪

ତିନିରଥର କମାର ସେବକ -୧୭

ପାହି ମହାରଣା                –  ୨

ତୁମ୍ବ ବିନ୍ଧ କାରୀଗର          –  ୧

ତିନିରଥର ରୂପକାର ସେବକ-୧୯

ରଥଖଳା ସହାୟକ(ପାଣିବାଲା)୧

                           ମୋଟ-୧୯୭

LEAVE A REPLY

Please enter your comment!
Please enter your name here