ରଥ ନିର୍ମାଣ କାର୍ଯ୍ୟ ୨୭ ତମ ଦିବସ, ତିନିରଥର ମହାରଣା ମାନେ ପାଞ୍ଚ ଦଣ୍ଡାର ଚଉପଟ କାର୍ଯ୍ୟ ଆରମ୍ଭ କରିଛନ୍ତି

0
348
ଗତ ଭଉଁରୀ ତିଥିରେ ତିନିରଥର ଗୋଟିଏ ଗୋଟିଏ ନାହାକା ଅଖରେ ଚକ ଲାଗିହୋଇ ଚକ-ଅଖ ଡେରା ନୀତି ସମ୍ପନ୍ନ ହୋଇଥିଲା. ଆଜି ତିନିରଥର ବାକି ୩୬ ଚକରେ ୧୮ ଟି ଅଖ ଲାଗି ହୋଇ ରଥ ଖଳାରେ ଡେରା ଯାଇଛି।

By Our Correspondent

PURI/BHUBANESWAR:  ତିନିରଥର ନିର୍ମାଣକାରୀ ସେବକ ମାନେ ଆଜି ରଥଖଳା ଠାରେ ସକାଳ ଘ.୮.୦୦ ଟାରେ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ପରାମର୍ଶ କ୍ରମେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

ରଥ ନିର୍ମାଣ ଅଗ୍ରଗତି

ଗତ ଭଉଁରୀ ତିଥିରେ ତିନିରଥର ଗୋଟିଏ ଗୋଟିଏ ନାହାକା ଅଖରେ ଚକ ଲାଗିହୋଇ ଚକ-ଅଖ ଡେରା ନୀତି ସମ୍ପନ୍ନ ହୋଇଥିଲା. ଆଜି ତିନିରଥର ବାକି ୩୬ ଚକରେ ୧୮ ଟି ଅଖ ଲାଗି ହୋଇ ରଥ ଖଳାରେ ଡେରା ଯାଇଛି।

ତିନିରଥ ମୁଖ୍ୟ ମହାରଣା ଏବଂ ରଥ ଆମୀନ ଙ୍କ ପରାମର୍ଶ କ୍ରମେ ଆଜି ସକାଳ ଘ. ୯.୦୦ ଟାରେ ଭୋଇ ସର୍ଦାର ରବି ଭୋଇଙ୍କ ତତ୍ୱାବଧାନରେ ତିନିରଥର ଭୋଇ ସେବକ ମାନେ ପ୍ରତ୍ୟେକ ରଥର ଚକ ଗୁଡିକୁ ନମ୍ବରିଂ କରି ସାଇତିଲା ପରେ ପ୍ରତ୍ୟେକ ରଥର ଅନ୍ୟ ନାହାକା ଅଖ, ପଡି ନାହାକା ଅଖ, ବଡ ଉଛୁଳା ଅଖ ଏବଂ ସାନ ଉଛୁଳା ଅଖ ଗୁଡିକରେ ଚକ ସହ ସଂଯୋଗ  କରାଯାଇଅଛି.

ଆଜି ତିନିରଥର ପାଞ୍ଚ ଦଣ୍ଡା ହଣା  ଅନୁକୂଳ ପୂଜା ମୁଖ୍ୟ ମହାରଣା ମାନଙ୍କ ଦ୍ୱାରା ସମ୍ପନ୍ନ ହେବା ପରେ ତିନିରଥର ମହାରଣା ମାନେ ପାଞ୍ଚ ଦଣ୍ଡାର ଚଉପଟ କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଆଜି ନନ୍ଦିଘୋଷ ରଥର ଦୁଇଟି ଗରଗରା ର ଚଉପଟ କାର୍ଯ୍ୟ ଶେଷ ହୋଇଛି ।ତାଳଧ୍ୱଜ ରଥ ଏବଂ ଦର୍ପଦଳନ ରଥର ଦୁଇଟି ଲେଖାଁଏ ଗରଗରା ର ଚଉପଟ କାର୍ଯ୍ୟ ଜାରୀ ରହିଛି । ଆଜି ଦର୍ପଦଳନ ରଥର ଦୁଇଟି ଚାରି ନାହାକା ର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ତାଳଧ୍ୱଜ ରଥ ଏବଂ ନନ୍ଦିଘୋଷ ରଥର ଦୁଇଟି ଲେଖାଁଏ ଚାରି ନାହାକର ନିର୍ମାଣ କାର୍ଯ୍ୟ ଜାରୀ ରହିଛି ।

ତିନିରଥର କରତି ସେବକ ମାନେ ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ କାର୍ଯ୍ୟ ଜାରୀ ରଖିଛନ୍ତି ।ତିନିରଥର ରୂପକାର ସେବକ ମାନେ ତିଖ ଗୁଜ ଏବଂ କୋଣ ଗୁଜ ଗୁଡିକରେ ରୂପ ଖୋଦେଇ ସହ ରୂପରେ ଅଳଙ୍କାର ତଥା ରୂପର ପଲିସ କାର୍ଯ୍ୟ ଜାରୀ ରଖିଛନ୍ତି।ଦୋଳବେଦୀ କମାର ଶାଳ ରେ ଓଝା ସେବକ ମାନେ ତିନିରଥର ଦଣ୍ଡା ପାଇଁ ଦଣ୍ଡା ବିଡ଼ିଆ ଏବଂ ଚଉରସ କଣ୍ଟା ନିର୍ମାଣ ଜାରୀ ରଖି ଛନ୍ତି।

   ରଥ ନିର୍ମାଣକାରୀଙ୍କ ଉପସ୍ଥାନ

 ତିନିରଥର ମୋଟ ମହାରଣା-୭୮

 ତିନିରଥର ଭୋଇ ସେବକ  -୭୬

ତିନିରଥର କରତି ସେବକ   – ୪

 ତିନିରଥର କମାର ସେବକ  -୧୭

ପାହି ମହାରଣା                 –  ୨

 ତୁମ୍ବ ବିନ୍ଧ କାରୀଗର           –  ୧

 ତିନିରଥ ରୂପକାର ସେବକ  – ୧୯

 ରଥଖଳା ସହାୟକ(ପାଣିବାଲା)-୧

                             ମୋଟ-୧୯୮

LEAVE A REPLY

Please enter your comment!
Please enter your name here